Odisha news

ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଯୋଗାଇବ ବିଶୁଦ୍ଧ ପାଣି

0
ଚିକିଟି  – ଗଞ୍ଜାମ ଜିଲ୍ଲା ଚିକିଟି ଏନ୍ ଏ ସି ରେ ବହୁ ପ୍ରତିକ୍ଷୀତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନେଇ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି। ଆସନ୍ତା ଜୁଲାଇ ମାସ ସୁଦ୍ଧା କାର୍ଯ୍ୟ ଶେଷ ଅବଧି ଥିବା ବେଳେ ପ୍ରତ୍ୟହ ତିନି ମିଲିୟନ ଲିଟର ପାଣି ଚିକିଟି ଏନ୍ ଏ ସି ର 12 ଟି ୱାର୍ଡ ବାସି ଙ୍କୁ ବିଶୁଦ୍ଧ ପାଣି ଏହା ଯୋଗେଇବ। ବାହୁଦା ନଦୀ ରୁ ପାଣି ପାଇପ ଯୋଗେ ଟ୍ୟାଙ୍କ ରେ ଗଚ୍ଛିତ ପରେ ରସାୟନ ଯୁକ୍ତ ହୋଇ ଲୋକଙ୍କ ନିକଟରେ ପହଞ୍ଚିବ। ଦୀର୍ଘ ଦିନ ଧରି ଅଞ୍ଚଳ ରେ ବିଭିନ୍ନ ସମୟ ରେ ଗୋଳିଆ ପାଣି ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଏହା ଲୋକଙ୍କ ମଧ୍ୟରେ ଅଶ୍ଵସ୍ଥି ଆଣିବ ବୋଲି ଆଲୋଚନା ହେଉଛି । ଦୁଇ କୋଟି 28 ଲକ୍ଷ ମୂଲ୍ୟ ବିନିମୟ ରେ ନିର୍ମାଣାଧିନ ଏହି ପ୍ରକଳ୍ପ ଉପଖଣ୍ଡ ଅଧିକାରୀ କ୍ଷୀରୋଦ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କନିଷ୍ଠ ଯନ୍ତ୍ରୀ ବି. ଦୁଃଖିଶ୍ୟାମ ପାତ୍ର ଙ୍କ ନେତୃତ୍ୱ ରେ ଆଗେଇ ଚାଲିଛି। ପାଣି ସହିତ ରସାୟନ ଦ୍ରବ୍ୟ ବ୍ଲିଚିଂ, ଆଲମ୍, ଲାଇମ୍ ମିଶ୍ରଣ ହୋଇ ବୈଷୟିକ କୌଶଳ ରେ ପାଣି କୁ ପ୍ୟୁରି ଫାଇ କରି ଲୋକଙ୍କ ନିକଟରେ ପହଞ୍ଚାଇବା ସରକାର ଙ୍କ ଲକ୍ଷ୍ୟ ବୋଲି ବିଭାଗ ତରଫରୁ କୁହାଯାଇଛି। ଗୋଳିଆ ପାଣି ଫଳ ରେ ବିଭିନ୍ନ ମାରାତ୍ମକ ରୋଗ ର ଆଶଙ୍କା କୁ ଏହା ଏଡାଇବ ବୋଲି କନିଷ୍ଠ ଯନ୍ତ୍ରୀ କହିଥିବା ବେଳେ ଜଳ ର ଉଚିତ୍ ବ୍ୟବହାର କରି ଅପଚୟ ରୋକିବା ନେଇ ସେ ଅନୁରୋଧ କରିଛନ୍ତି।
Leave A Reply