ଚିକିଟି : ଅତ୍ୟାଧୁନିକ ଚିକିତ୍ସା ପାଇଁ ଆନୁସଙ୍ଗିକ ଉପକରଣ ଏବଂ ଅଭିଜ୍ଞ ଡାକ୍ତର ଙ୍କ ଅଭାବରୁ ଚିକିଟି ବ୍ଲକ ରେ ସ୍ୱାସ୍ଥ୍ୟ ସେବା ପାଇଁ ମୁହଁ ମୋଡିବା ସହ ଜଡିବୁଟି ଚିକିତ୍ସା କୁ ଆପଣାଉଛନ୍ତି ରୋଗୀ l ଗ୍ରାମାଞ୍ଚଳ ରେ ଭିଟାମିନ ଯୁକ୍ତ ଖାଦ୍ୟ ଅଭାବ ସାଙ୍ଗକୁ ଅସନ୍ତୁଳିତ ଖାଦ୍ୟର ଅଭାବ , ରାସାୟନିକ ଯୁକ୍ତ ପନିପରିବା ଆଦି ବ୍ୟବହାର ଯୋଗୁଁ ସହ ସହ ସାଧାରଣ ଲୋକେ ଝାଡାଵନ୍ତି, ଜ୍ୱର, ହଇଜା, ପୃଷ୍ଟିହୀନତା, ରକ୍ତହୀନତା, ଟିବି, ପେଟରୋଗ, ଚର୍ମରୋଗ, ଶ୍ୱାସ ରୋଗ ତଥା ବିଭିନ୍ନ ପ୍ରକାର ରୋଗ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି l ମୁଖ୍ୟତଃ ମହିଳା ଓ ଶିଶୁ ମୁଖ୍ୟ ଶିକାର ହେଉଛନ୍ତି l କିନ୍ତୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଚିକିଟି ବ୍ଲକ ରେ ରହିଥିବା ଦୁଇଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପାଞ୍ଚ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅଭିଜ୍ଞ ଡାକ୍ତର ଅଭାବ ଯୋଗୁ ଜନସାଧାରଣ ପୂର୍ବରୁ ପ୍ରଚଳିତ ଦେଶୀୟ ପ୍ରାକୃତିକ ଚିକିତ୍ସା ପରମ୍ପରା ରେ ଜଡିବୁଟି ଔଷଧ ଉପରେ ନିର୍ଭର କରୁଛନ୍ତି l ପୂର୍ବକlଳ ରେ ଆଧୁନିକ ଚିକିତ୍ସା ବିଜ୍ଞାନ ଅପହଞ୍ଚ ସାଙ୍ଗକୁ ଲୋକପ୍ରିୟ ନଥିଲା l ସେତେବେଳେ ମଧ୍ୟ ବାତରୋଗ, ଚର୍ମ ରୋଗ, ବନ୍ଧ୍ୟା ଦୋଷ, ଶ୍ୱାସ ରୋଗ, ହାଡ ଭଙ୍ଗା, ଶିଶୁ ରୋଗ ଏବଂ ସ୍ତ୍ରୀ ରୋଗ ପରି ଜଡିବୁଟି ବିଶେଷଜ୍ଞ ରହିଥିଲେ l ସେତେବେଳେ ର ପାରମ୍ପରିକ ଚିକିତ୍ସା ପଦ୍ଧତି ର ପ୍ରୟୋଗତ୍ମକ ଉପକାରିତା କୌଣସି ଆଧୁନିକ ଚିକିତ୍ସା ପଦ୍ଧତି ଠାରୁ କମ ନଥିଲା l କିନ୍ତୁ ଅନୁଷ୍ଠାନିକ ଶିକ୍ଷା ଏବଂ ହେତୁବାଦ ଚିନ୍ତାଧାରା ଅଭାବରୁ କୌଣସି ଜଟିଳ ରୋଗ ଦେଖାଦେଲେ କାଳ୍ପନିକ ଶକ୍ତିକୁ ଦାୟୀ କରି ଗୁଣିଆ ଏବଂ ତନ୍ତ୍ର ସାଧକ ଙ୍କ ଉପରେ ନିର୍ଭର କରିବା ଦ୍ୱାରା ଦେଶୀ ପ୍ରାକୃତିକ ଚିକିତ୍ସା ର ଅବକ୍ଷୟ ଦେଖଦେଲା ଏବଂ ଏଲିଓପାଥି ଚିକିତ୍ସା ଉପରେ ନିର୍ଭର ହେବାକୁ ଲାଗିଲେ l ଅତ୍ୟାଧୁନିକ ଚିକିତ୍ସା ନାମରେ ରଙ୍ଗ ବେରଙ୍ଗ ର କୋଠା ଏବଂ ଅଞ୍ଚଳ ରେ ଅଭିଜ୍ଞ ଡାକ୍ତର ଙ୍କ ଅଭାବ ହେତୁ ଲୋକେ ବାତ, ଶ୍ୱାସ ଭଳି ଅନେକ ଦୁରାରୋଗ୍ୟ ରୋଗ ପାଇଁ ଏବେ ଜଡିବୁଟି ଉପରେ ନିର୍ଭର କରୁଛନ୍ତି l ସୂଚନା ଯୋଗ୍ୟ ଯେ ଚିକିଟି ବ୍ଲକ ର ଚିକିଟି ଗଡ଼ ଏବଂ ଗିରିସୋଲା ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି l ସେହିପରି ସୁରଳ, ସୁବାଣୀ, କୋଟିଲିଙ୍ଗି, ନୂଆପଡା ଏବଂ କରବାଲୁଆ ରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ମିଶାଇଲେ ସର୍ବମୋଟ ସlତଗୋଟି ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି l କିନ୍ତୁ ଦୁଃଖ ର କଥା ଏହି କି କୌଣସି ସ୍ୱାସ୍ଥ୍ୟ କେନ୍ଦ୍ର ରେ ବି ବର୍ତମାନ ଯୁଗ ରେ ଅତ୍ୟାବଶକ ପଡୁଥିବା ଭେଷଜ ବିଶେଷଜ୍ଞ ଦୀର୍ଘ ବର୍ଷ ହେଲା ନାହାନ୍ତି l ଚିକିଟି ଏବଂ ଗିରିସୋଲା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଭେଷଜ, ଶିଶୁ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଏବଂ ସର୍ଜରୀ ଡାକ୍ତର ସାଙ୍ଗକୁ ଜଣେ ଦନ୍ତ ଡାକ୍ତର ଏବଂ ତିନିଜଣ ଏମ ବି ବି ଏସ ଡାକ୍ତର ରହିବା କଥା l କିନ୍ତୁ ତାହା ପରିଲକ୍ଷିତ ହେଉନି l ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ନିୟୋଜିତ ଥିବା ସ୍ତ୍ରୀ ଓ ପ୍ରସୂତି ଡାକ୍ତର ଙ୍କ ଡେପୁଟେସନ ଯୋଗୁଁ ବେଳେ ବେଳେ ଗର୍ଭବତୀ ଓ ପ୍ରସୂତି ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି l ଏମବିବିଏସ ଡାକ୍ତର ଭାବେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ନିଯୁକ୍ତି ହେଉଛନ୍ତି କିନ୍ତୁ ପରେ ପିଜି ଛାତ୍ର ଭାବେ ନିୟୋଜିତ ରହି ପାଳି ରେ ସ୍ୱାସ୍ଥ୍ୟ ସେବା ଯୋଗାଇ କମ ଦିନ ରେ ଉକ୍ତ ଡାକ୍ତର ଏଠାରୁ ଅନ୍ୟତ୍ର ଚାଲିଯାନ୍ତି l ଯଦ୍ୱାରା ଦନ୍ତ ଡାକ୍ତର ବାଧ୍ୟ ହୋଇ କେଉଁଠି ଚିକିତ୍ସା ଯୋଗାଉଥିବା ବେଳେ କେଉଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫାର୍ମାସିଷ୍ଟ ଡାକ୍ତର ଭୂମିକା ଗ୍ରହଣ କରିବା କୁ ବାଧ୍ୟ ହୁଅନ୍ତି l କୋଟିଲିଙ୍ଗି ଏବଂ କରବାଲୁଆ ପ୍ରାର୍ଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଛାଡିଲେ ଚିକିଟି ବ୍ଲକ ରେ ସ୍ୱାସ୍ଥ୍ୟ ସେବା ଏକ ରକମ ଅକାମି ହୋଇପଡିଛି l ଆନୁସଙ୍ଗିକ ଚିକିତ୍ସା ଉପକରଣ ଅଭାବ ସାଙ୍ଗକୁ ସାମାନ୍ୟ ରୋଗ ରେ ପୀଡିତ ଥିବା ରୋଗୀଙ୍କୁ ଚିକିଟି ମେଡିକାଲ ରେ ନିୟୋଜିତ ଥିବା ପିଜି ଡାକ୍ତର ମାନେ ରିସ୍କ ବହନ କରିବାକୁ ଉଚିତ ମନେ ନକରି ବ୍ରହ୍ମପୁର ବଡ଼ ମେଡିକାଲ କୁ ରୋଗୀଙ୍କୁ ସ୍ଥାନାନ୍ତର କରୁଛନ୍ତି l ବହୁ ଦୂର ଦୁରାନ୍ତ ରୁ ଚିକିତ୍ସା ଆଶା କରି ଚିକିଟି ମେଡିକାଲ ଆସିଥିବା ଗରିବ ରୋଗୀ ବାପୁଡ଼ା ଅଧିକ ଖର୍ଚ୍ଚା ନ୍ତ ର ଶିକାର ହେବା ଆଦି କାରଣ ଜଡିବୁଟି ଚିକିତ୍ସା ପ୍ରତି ଆଗ୍ରହ ଜନ୍ମଉଛି l ସେଥିପାଇଁ ଏବେ ଗାଁ ଗାଁ ରେ ଅଣ ଓଡ଼ିଆ ଦେଶୀ ଚିକିତ୍ସକ ଡେରା ପକାଇ ହଜାର ହଜାର ଟଙ୍କା ଅର୍ଜନ କରୁଥିବା ଦେଖିବାକୁ ମିଳୁଛି l
