ବ୍ରହ୍ମପୁର : ଓଡିଶା ରାଜ୍ୟ ରେଡ୍ଡୀ ମହାଜନ ସଂଘମର ଏକ ବିଶାଳ ରାଜ୍ୟ ସ୍ତରୀୟ ସମ୍ମିଳନୀ ବ୍ରହ୍ମପୁର ଆମ୍ବପୁଆ ନିକଟସ୍ଥ ବିବେକ ବିହାରରେ ରାଜ୍ୟ ସଭାପତି ଶ୍ରୀଯୁକ୍ତ ସି ଏଚ୍. ଡିଲେଶ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଓଡିଶା ରେଡି ଜାତିକୁ ଓ.ବି.ସି (ଅନ୍ୟାନ୍ୟ ପଛୁଆ ବର୍ଗ)ରେ ସାମିଲ କରି ରେଡି ଜାତିର ଶିକ୍ଷିତ ଯୁବକ, ଯୁବତୀ ମାନଙ୍କୁ କେନ୍ଦ୍ର / ରାଜ୍ୟ ସରକାରଙ୍କ ଅଧିନରେ ଖାଲିଥିବା ପଦ ପଦବୀରେ ନିଯୁକ୍ତି ସୁବିଧା ଏବଂ ଅନ୍ୟାନ୍ୟ ପଛୁଆବର୍ଗଙ୍କ ପାଇଁ ଉଦ୍ଧିଷ୍ଟ ସମସ୍ତ ସୁବିଧା ପ୍ରଦାନ ଏହାର ମୂଖ୍ୟ ଲକ୍ଷ୍ୟ । ଏହି ସମ୍ମିଳନୀରେ ତିନୋଟି ଜିଲ୍ଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ତିନିଗୋଟି ଜୋନ୍_ ଆସ୍କା, ଛତ୍ରପୁର, ଦିଗପହଣ୍ଡି ଏବଂ ୨୩ ଗୋଟି ତାଲୁକା ଅଧୁନରେ ଥିବା ପାଖାପାଖ ୨୭୦ ଗୋଟି ଗ୍ରାମର ପ୍ରାୟ ୫୦୦୦ ପଦାଧିକାରୀ ଅଂଶ ଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ଓଡିଶା ରାଜ୍ୟ ରେଜି ମହାଜନ ସଂଘମର ସଭାପତି ସି ଏଚ୍. ଡିଲେଶ୍ବର ରେଡି, ସ୍ବାଗତ ଭାଷଣ ସହ ରେଡି ସଂଘମ୍ର ଆଭିମୂଖ୍ୟ ସାମାଜିକ ମଙ୍ଗଳ କାର୍ଯ୍ୟକ୍ରମ ଉପରେ ସଂକ୍ଷିପ୍ତ ବିବରଣୀ ପଠନ କରିଥିଲେ, ଓଡିଶା ରାଜ୍ୟ ରେଡି ମହାଜନ ସଂଘମର ଉପ-ସଭାପତି ଶ୍ରୀ କେ, ଦୁର୍ଯ୍ୟୋଧନ ରେଡି, ରେଡି ସଂଘମ୍ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ରାଜ୍ୟ/କେନ୍ଦ୍ର ସରକାର ରେଡି ଜାତିକୁ କିପରି ଶିଘ୍ର ଓ.ବି.ସି. ରେ ପରିଗଣିତ କରାଯିବ ସେନେଇ ଉପରେ ଆଲୋକପାତ କରିଥିଲେ । ସ୍ବାଗତ ଭାଷଣ ପରେ ଜିଲ୍ଲା ସଭ୍ୟ ଏସ ଚକ୍ରପାଣି ରେଜୀ, ଜିଲ୍ଲା ଉପଦେଷ୍ଟା ତଥା ଛତ୍ରପୁର ଏନ ଏ ସି ଉପଧାକ୍ଷ ବି ପାପ ରାଓ ତାଙ୍କର ରେଡ୍ଡୀ ସଙ୍ଘମ ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାପରେ ଛତ୍ରପୁର ଜୋନ୍ ସଭାପତି ଏସ୍. ବୈରାଗୀ ରେଡି, ଦିଗପହଣ୍ଡି ଜୋନ୍ ସଭାପତି ଏମ୍. ନିରଞ୍ଜନ ରେଡି, ଏବଂ ଆସ୍କା ଜୋନ୍ ସଭାପତି ଆର୍ ଭାଗିରଥ୍ ରେଡି ତାଙ୍କର ଅଭିଭାଷଣରେ ଗ୍ରାମାଞ୍ଚଳରେ ଉର୍ନୟନ କାର୍ଯ୍ୟରେ ରେନ୍ଦ୍ରୀ ଜାତିର ଭୁମିକା ର ପ୍ରାଧାନ୍ୟ ନେଇ ଆଲୋଚନା କରିଥିଲେ । । ଶେଷରେ ବ୍ରହ୍ମପୁର ଡେପୁଟି ମେୟର ଏମ୍. ବିବେକ ରେଡି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।
ଏହି ସମ୍ମିଳନୀରେ ମଞ୍ଚାସୀନ ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ରେଡି ମହାଜନ ସଂଘମର ସମ୍ପାଦକ ଆର ଶ୍ରୀନିବାସ ରେଡି, ଉପଦେଷ୍ଟା ସାଲା କ୍ରିଷ୍ଣା ରେଡି, ଚେନପାନି କ୍ରିଷ୍ଣା ରେଡି, କର୍ପୋରେଟର ଆପା ରାଓ, ଓ ଅନ୍ୟାନ୍ୟ ସଦସ୍ୟମାନେ ଅଂଶ ଗ୍ରହଣ କରିଥିଲେ ।
