Odisha news

ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ପ୍ରକଳ୍ପ ଉଦଘାଟନ କଲେ ମନ୍ତ୍ରୀ

0
ଚିକିଟି – 17/2- ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବିଭିନ୍ନ ଉନ୍ନତି ମୂଳକ ପ୍ରକଳ୍ପ ଗୁଡ଼ିକ ର ମାରାଥନ ଉଦଘାଟନ କରିଛନ୍ତି ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ।  ବ୍ରହ୍ମପୂର୍ ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନୂଆ ଓଡ଼ିଶା ନବୀନ ଓଡ଼ିଶା ଏବଂ ଫାଇବ ଟି ଅନୁକୁଲ୍ୟ ରେ ବିଭିନ୍ନ ବିଭାଗ ର ରୁପନ୍ତିକରଣ ବିକଶିତ ଓଡ଼ିଶା ର ଭିନ୍ନ ଏକ ଅଙ୍ଗ ବୋଲି କହିଛନ୍ତି। ପରିଷଦ ର ଅଧ୍ୟକ୍ଷା ଦିପା କୁମାରୀ ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ କୁଲଦୀପ କୁମାର, ବିଡ଼ିଓ ଲକ୍ଷ୍ମଣ ସୋରେନ, ତହସିଲଦାର ବଳଦେବ ବେହେରା, କନିଷ୍ଠ ଯନ୍ତ୍ରୀ ଭବାନୀ ପ୍ରସାଦ ବେହେରା, ମୁକ୍ତା ଯୋଜନା କନିଷ୍ଠ ଯନ୍ତ୍ରୀ ମିଥୁନ ସେନାପତି ପ୍ରମୁଖ ମନ୍ତ୍ରୀ ଙ୍କ ସହ ସାମିଲ ଥିଲେ। ଚିକିଟି ପେଣ୍ଠ ସାନବଜାର ରେ ନେଳିଆ ବନ୍ଧ ର ରୁପନ୍ତିକରଣ, ଚିକିଟି ଗଡ ରେ ସ୍ମାର୍ଟ ପାର୍କ, ବଣନୂଆବନ୍ଧ ର ପୁନରୁଦ୍ଧାର, ମହାଦେଇ ବନ୍ଧ ର ପୁନରୁଦ୍ଧାର, ରତନେଇ କଲ୍ୟାଣ ମଣ୍ଡପ ସହିତ ଚିକିଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆମ ହସ୍ପିଟାଲ ର ରୁପାନ୍ତିକରଣ ଇତ୍ୟାଦି ପ୍ରକଳ୍ପ ଗୁଡ଼ିକୁ ମନ୍ତ୍ରୀ ମାରାଥନ ଉଦଘାଟନ କରି ଚିକିଟି ପରିଷଦବାସି  ଙ୍କୁ ଭେଟି ଦେଇଛନ୍ତି। ମା ମୁକ୍ତାଦେବୀ, ଶ୍ରୀ ଗଣେଶ, ଜୀବନ ଧାରା,ଓମ୍ ସ୍ୱରୂପା, ସ୍ଵୟଂସିଦ୍ଧା ପ୍ରମୁଖ ସ୍ଵୟଂ ସହାୟକ ଗୋଷ୍ଠୀ ଉକ୍ତ ପ୍ରକଳ୍ପ ଗୁଡ଼ିକୁ  ସୁଚାରୁରୂପେ ପରିଚାଳନା କରିଥିବା ହେତୁ ମନ୍ତ୍ରୀ  ସଦସ୍ୟ ମାନଙ୍କୁ  ସମ୍ମାନିତ କରିଥିଲେ। ଉପାଧ୍ୟକ୍ଷ ହର ପ୍ରସାଦ ଚୌଧୁରୀ,ଅନାମିକା ପଟ୍ଟନାୟକ, ମଧୁସ୍ମିତା ସାହୁ, ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଲୋକନାଥ ସୁବୁଦ୍ଧି, ଶ୍ରୀଧର ବେହେରା, ଧରମା ସାହୁ, ଦୁର୍ଗା ପ୍ରସାଦ ଆଚାରି, କେଦାର ନାଥ ପଣ୍ଡା, ଆନନ୍ଦ ସୁବୁଦ୍ଧି ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ଥିଲେ।
Leave A Reply