Odisha news

ଛତ୍ରପୁରରେ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମଜୟନ୍ତୀ ପାଳିତ

0

ଛତ୍ରପୁର: ଆଜି ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ୧୫୮ତମ ଜନ୍ମ ଜୟନ୍ତୀ ଅବସରରେ ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ପକ୍ଷରୁ ସ୍ଥାନୀୟ ଅନସ୍ଲୋ ଅନୁଷ୍ଠାନ ପରିସରରେ ସ୍ୱାମୀ ବିବେକାନନ୍ଦ ଯୁବ ସମାଜ ର ମୁଖ୍ୟ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ହାଇସ୍କୁଲ ଓ କଲେଜସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଡିବେଟ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଚାରକ ଭାବେ ଜଗଦୀସ ପଲାଇ ଯୋଗ ଦେଇଥିଲେ । ଏହି ଡିବେଟ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରୀ କିତିକା ସେନାପତି ଓ ବିଷ୍ଣୁପ୍ରିୟା ସାହୁ ଦ୍ୱିତୀୟ ସ୍ଥାନ ହୋଇଥିବା ବେଳେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ରୁପାଲୀ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିବା ସହ ବିବେକାନନ୍ଦଙ୍କ ଉପରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ଅନସ୍ଲୋ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଉରୀବନ୍ଧୁ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ଛତ୍ରପୁର ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ରାମକୃଷ୍ଣ ମହାପାତ୍ର, ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା ଯୋଗ ଦେଇଥିଲେ । ପରେ ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ଠାରୁ ଛାତ୍ରଛାତ୍ରୀ ମାନେ ସ୍ୱାମୀ ବିବେକାନନ୍ଦଙ୍କ ତୈଳ ଫଟୋ ଧରି ଏକ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ପହଂଚି ରୋଗୀମାନଙ୍କୁ ଫଳ ବଂଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାମୀ ବିବେକାନନ୍ଦ ଯୁବ ସମାଜର ମୁଖ୍ୟ ସୁଧୀର କୁମାର ସାହୁ ପରିଚାଳନା କରିଥିଲେ ।

Leave A Reply