ବାସୁଦେବପୁର,ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଅବସରରେ ବାସୁଦେବପୁର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପକ୍ଷରୁ ଜନ୍ମ ଜୟନ୍ତୀ ଉସିବ ପାଳିତ ହୋଇ ଯାଇଛି । କୁନି କୁନି ଶିଶୁମାନଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦ ବେଶର ଏକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭାରେ ମଧୁସୂଦନ ଦାସ,ଗଗନ ବିହାରୀ ସେଠୀ,ସୁକାନ୍ତ ବାରିକ,ବୃନ୍ଦାବନ ବାରିକ, ଅଞ୍ଜଳି ମହାନ୍ତି ପ୍ରମୁଖ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ଉପରେ ଆଲୋକପାତ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦିଗ୍ଦର୍ଶନ ଦେଇଥିଲେ । ଶିକ୍ଷାକେନ୍ଦ୍ରର ପ୍ରଧାନ ଆଚାର୍ଯ୍ୟା ରେବତୀଲତା ନାୟକ ସଂଯୋଜନା କରିଥିଲେ । ଶେଷରେ କୁନି କୁନି ବେଶଧାରୀ ସ୍ୱାମୀ ବିବେକାନନ୍ଦମାନେ ସୁସଜ୍ଜିତ ରଥରେ ସହର ପରିକ୍ରମା କରିଥିଲେ ।