Odisha news

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

0

ଯାଜପୁର – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଯାଜପୁର ଗସ୍ତ ଅବସରରେ ଯାଜପୁରର ସର୍କିଟ୍ ହାଉସ୍ଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଯାଜପୁର କଂଗ୍ରେସକୁ ମଜବୁତ କରିବା ନିମନ୍ତେ ସର୍କିଟ୍ ହାଉସ୍ଠାରେ ଏକ ସାଙ୍ଗଠନିକ ଆଲୋଚନା କରାଯାଇଥିଲା । ଏହି ଆଲୋଚନାରେ ଯାଜପୁର ବିଧାନସଭା କଂଗ୍ରେସ ପ୍ରାର୍ଥୀ ସନ୍ତୋଷ କୁମାର ନନ୍ଦ, ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତ, ବରିଷ୍ଠ କଂଗ୍ରେସ ନେତା ବଳଭଦ୍ର ଦାସ, ମନୋରଂଜନ ଦାସ, ନଗର କଂଗ୍ରେସ ସଭାପତି ନାରାୟଣ ସାମନ୍ତ, ପିସିସି ସମ୍ପାଦକ ପଦ୍ମାକର ଗୁରୁ, ଭାସ୍କର ଚନ୍ଦ୍ର ମହାନ୍ତି, ବିଭୂତି ଭୂଷଣ ମହାପାତ୍ର, ହୃଷିକେଶ ପତି, ବିଳାସ ରାଉତରାୟ, ପୂର୍ବତନ ପୌରାଧ୍ୟକ୍ଷ ଆଲୋକ କୁମାର ବେହେରା, ଦୁର୍ଯେ୍ୟାଧନ ବେହେରା, ଆଡ଼ଭୋକେଟ୍ ରାଜୀବ ମହାପାତ୍ର, ସଂଗ୍ରାମ ଜେନା, ଅକ୍ଷୟ କୁମାର ଶତପଥି, ବିଶ୍ୱଜିତ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Nalco
Leave A Reply