Odisha news

ଗଞ୍ଜାମ ଜିଲ୍ଲାର ୯ ଟି ତହସିଲର ୭୧୦ ଜଣଙ୍କୁ  ମିଳିଲା ସିକିମ ପଟ୍ଟା,ଭିସି ଯୋଗେ  ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ  

0
 ଛତ୍ରପୁର, ୨୦।୨  :  ଗଞ୍ଜାମ ଜିଲାସ୍ତରୀୟ ପଟ୍ଟା ପ୍ରଦାନ ସମାରୋହ ଛତ୍ରପୁରସ୍ଥିତ ଖେଳପଡିଆଠାରେ ମଙ୍ଗଳବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି । ସିକିମ ସ୍ୱତ୍ୱଧାରୀ ଚାଷୀ ମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ପାଇଁ ଓଡିଶା ଭୁସଂସ୍କାର ଆଇନ୍‌, ୧୯୬୦ ର ଆବଶ୍ୟକୀୟ ସଂଶୋଧନ କରାଯାଇଛି । ସିକିମ ଚାଷୀ ମାନେ ଦଖଲରେ ଥିବା ଜମି ଉପରେ ସ୍ଥାୟୀ, ବଂଶାନୁକ୍ରମିକ ଓ ହସ୍ତାନ୍ତର ଯୋଗ୍ୟ ଅଧିକାର ପାଇଛନ୍ତି l
 ରାଜ୍ୟରୁ ସିକିମ ସ୍ୱତ୍ୱ ଭାବେ ରେକର୍ଡ ହୋଇଥିବା ଜମିର ଦଖଲ କାରୀଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା  ପ୍ରଦାନ କରିଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ କୁମାର ପଟ୍ଟନାୟକ l  ଗଞ୍ଜାମ ଜିଲ୍ଲା ଛତ୍ରପୁର ଷ୍ଟାଡିଅମ ଠାରେ ଆୟୋଜିତ ଏହି ଆଭାସୀ କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, କବିସୂର୍ଯ୍ୟନଗର ବିଧାୟିକା ଲତିକାପ୍ରଧାନ, ଖଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ଦକ୍ଷିଣାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସ , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୯ ଟି ତହସିଲ ଅଂଚଳ ର ୭୧୦ ଜଣ ହିତାଧିକାରୀଙ୍କୁ ଏହି ପଟ୍ଟା ବଣ୍ଟନ କରାଯାଇଥିଲା, ପଟ୍ଟା ପ୍ରଦାନ ସମାରୋହ ରେ ପ୍ରଥମେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସ୍ୱାଗତ ଜଣାଇ ମୁଖ୍ୟମନ୍ତ୍ରୀ ଓ ଫାଇଟ ଟି ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଜଣାଇଥିଲେ, ପରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା  ସିକିମ ପଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହିତ ଏହା 50ବର୍ଷ ଅନ୍ତଘଟିଛି, ସିକିମ ହିତାଧିକାରୀ ମାନେ ଆଜି ନିଜେ ନିଜେ ମାଲିକାନା ପାଇଛନ୍ତି, ଯାହାଦ୍ୱାରା ସେମାନଙ୍କ ବିଭିନ୍ନ ସମସ୍ୟା ର ସମାଧାନ ହୋଇଛି, ଭାରତ ବର୍ଷ ସର୍ବ ଶ୍ରେଷ୍ଠ ଏବଂ ଜନ ପ୍ରିୟ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ଯୋଜନା  ଏବଂ ପଦକ୍ଷେପ ନେଉଛନ୍ତି ତାହା ସର୍ବ ସାଧାରଣ ରେ ଆଦୃତ ହେଉଛି, ଏ ସମସ୍ତ କାର୍ଯ୍ୟକ୍ରମ ୫ ଟି ଉପକ୍ରମ ରେ ହେଉଛି, ଯାହାଫଳ ରେ ରାଜସ୍ୱ ପ୍ରଶାସନ ଲୋକଙ୍କଦ୍ୱାରା ମୁହଁ ରେ ପହଁଚିଛନ୍ତି ବୋଲି ବିଧାୟକଶ୍ରୀ ବେହେରା ନିଜ ବକ୍ତବ୍ୟ ରେ କହିଥିଲେ, ଏହା ସହିତ ମୁଖ୍ୟମନ୍ତ୍ରୀ, ଫାଇବ ଟି ଅଧ୍ୟକ୍ଷ, ଗଞ୍ଜାମ ଜିଲ୍ଲାପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି,ସେହିପରି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଙ୍କ ସହ ଛତ୍ରପୁର ତହସିଲ ଅନ୍ତର୍ଗତ ଚଷାକଣା ଗ୍ରାମ ର ଶଶୀକଳା ପ୍ରଧାନ ନାମ ହିତାଧିକାରୀ କଥା ହେବା ସହିତ ଧନ୍ୟବାଦ ଜଣାଇଥିଲେ ,      ଏହି ଅବସର ରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ  ପ୍ରିୟ ରଞ୍ଜନ ପୃଷ୍ଟି ଓ ପ୍ରମୋଦ ପୃଷ୍ଟି, ଡୁଡ଼ା ପିଡି ସୁଧାଂଶୁ କୁମାର ଭୋଇ,ବ୍ରହ୍ମପୁର ଉପଜିଲ୍ଲାପାଳ,ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଡେପୁଟି କଲେକ୍ଟର ଦୟାସିନ୍ଧୁ ପରିଡା ଙ୍କ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ, ମିଶନଶକ୍ତି ର ସଦସ୍ୟା ଓ ହିତାଧିକାରୀ ମାନେ ଉପସ୍ଥିତ ଥିଲେ ଳ  ଗଞ୍ଜାମ ଜିଲାରେ ୭୧୦ ଜଣଙ୍କୁ ଏହି ପଟ୍ଟା ପ୍ରଦାନ କରାଯାଇଛି ।ସେମାନେ ହେଲେ ଗଞ୍ଜାମ ତହସିଲର ୧୩ ଜଣ, ଖଲିକୋଟ ତହସିଲର ୨ ଜଣ, ହିଂଜିଳି ତହସିଲ ର ୪୮ ଜଣ, ପୁରୁଷୋତ୍ତମପୁର ତହସିଲର ୧୬୬ ଜଣ, ଛତ୍ରପୁର ତହସିଲର ୧୦୫ ଜଣ, ବ୍ରହ୍ମପୁର ତହସିଲର ୩ଜଣ, କୁକୁଡାଖଣ୍ଡି ତହସିଲ ର ୨୨୦ ଜଣ, ଚିକଟି ତହସିଲ ର ୨୩ ଜଣ ଓ କନିଷି ତହସିଲର ୧୩୦ ଜଣଙ୍କୁ ଏହି ପଟ୍ଟା ମିଳିଛି ।
Leave A Reply