Odisha news

ଚୂଡାନ୍ତ ଭୋଟର ତାଲିକା ପ୍ରକାଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳଙ୍କ ସହିତ ଜିଲ୍ଲାପାଳଙ୍କଆଲୋଚନା

0
ଛତ୍ରପୁର,.୦୫./୦୧:   ଚଳିତ ବର୍ଷ ଏକକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ  । ଏଥି ସକାଶେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା ଅବିରତ ଚାଲିଛି  । ଭୋଟର ତାଲିକାର ଚୂଡାନ୍ତ ପ୍ରକାଶନ ପୂର୍ବରୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା ଶୁକ୍ରବାର ଆଲୋଚନା କରି ଜଣାଇଛନ୍ତିଯେ, ଚଳିତ ବର୍ଷ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ହେତୁ ଭୋଟର ତାଲିକାଟି କିଭଳି ନିର୍ଭୁଲ ଭାବେ ପ୍ରକାଶିତ ହେବ ସେଥି ସକାଶେ ସ୍ବତନ୍ତ୍ର ଧ୍ୟାନ ଦିଆ ଯାଇଛି  । ତଥାପି କୌଣସି ତୃଟି ଥିଲେ ସେଗୁଡିକ ସଂଶୋଧିତ ହୋଇ ପାରିବ  । ଏଥି ସକାଶେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ସଂଶୋଧିତ ହୋଇଛି ସେଗୁଡିକୁ ସମସ୍ତ ରାଜ ନୈତିକ ଦଳର ପ୍ରତିନିଧି ମାନଙ୍କୁ ବଣ୍ଟନ କରି ଏଥିରେ ତୃଟି ଥିବା ପରିଲକ୍ଷିତ ହେଲେ  ଜଣାଇବାକୁ ପରାମର୍ଶ ଦେଇଛନ୍ତି  । ଏଥି ସହିତ ତାଲିକାଟି ପୂର୍ଣ୍ଣାଙ୍ଗ ତୃଟି ନ ଥାଇ ପ୍ରକାଶିତ ହେବ  । ସେଥି ସକାଶେ ସମସ୍ତ ରାଜ ନୈତିକ ଦଳଙ୍କର ସହଯୋଗ କାମନା କରିଥିଲେ  । ଏ ଯାବତ୍ ଗଞ୍ଜାମ ଜିଲ୍ଲାରେ ୨୯୪୬୦୧୬ ଭୋଟର ମଧ୍ୟରେ ମହିଳା ଭୋଟରଙ୍କ ସଂଖ୍ୟା ୧୪୨୫୬୧୬ ଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ଯା ୧୫୨୦୧୨୯ ଏବଂ ୨୭୩ ଜଣ ତୃତୀୟ ଲିଙ୍ଗ ଭୋଟର ତାଲିକାଭୁକ୍ତ ରହିଥିବା ଜିଲ୍ଲାପାଳ ଅବଗତ କରାଇଥିଲେ  । ଉକ୍ତ ଭୋଟର ତାଲିକାରେ ୪୬୯୫୧ ଜଣ ଭିନ୍ନକ୍ଷମ ବ୍ୟକ୍ତି,୫୩୮୬୯ଜଣ ବରିଷ୍ଠ ନାଗରିକ (ଯେଉଁ ମାନଙ୍କର ବୟସ ୮୦ ବର୍ଷ ରୁ ଉର୍ଦ୍ଧ୍ବ) ବ୍ୟକ୍ତି ଅଛନ୍ତି  । ଜିଲ୍ଲାରେ ସମୁଦାୟ ୩୦୭୭ ଗୋଟି ଭୋଟ ସଂଗ୍ରହ କେନ୍ଦ୍ର ସ୍ଥାପନ ହେବା ନେଇ ସୂଚନା ପ୍ରଦାନ କରିଥିଲେ  ।
ଭୋଟର ତାଲିକା ରେ ବାଦ୍ ପଡିଯାଇଥିବା ବ୍ୟକ୍ତି ଯଦି ଅଛନ୍ତି ତେବେ ସେମାନେ ମଧ୍ୟ ନିର୍ଦ୍ଧାରୀତ ଫର୍ମ ୬ ପୂରଣ କରି ସେମାନଙ୍କ ନାମ ଭୋଟର ତାଲିକାରେ ସଂଯୋଗ କରିପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ  । ଚଳିତ ଥର ଇଲେକ୍ଟ୍ରୋନିକ୍ ଭୋଟିଙ୍ଗ ମେସିନ୍ (ଇଭିଏମ୍) ଭୋଟଦାତାଗଣ କିଭଳି ନିଜ ନିଜର ମତ ସାବ୍ୟସ୍ତ କରିବେ ସେହି ପ୍ରକ୍ରିୟା ଜାଣିବା ନିମନ୍ତେ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଇଭିଏମ୍ ରଖାଯାଇ ଜନ ସଚେତନତା କରାଯିବ  । ଏଥି ସହିତ ମୋବାଇଲ ଭ୍ୟାନ ଜରିଆରେ ମଧ୍ୟ ଇଭିଏମ୍ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି  । ଏହାର ରୁଟ୍ ଚାର୍ଟ ମଧ୍ୟ ସମସ୍ତ ରାଜନୈତିକ ଦଳଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ  ।
 ଆଜିର ଏହି ବୈଠକରେ  ଜିଲ୍ଲାର ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ଉପ ଜିଲ୍ଲାପାଳ ଦେବବ୍ରତ ମହନ୍ତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା, ଜିଲ୍ଲା ନିର୍ବାଚନ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ  ।
Leave A Reply