ଛତ୍ରପୁର,୧୧/୧୨: କଂଗ୍ରେସର ରାଜ୍ୟସଭା ସାଂସଦ ତଥା ମଦ ବ୍ୟବସାୟୀ ଧିରଜ ସାହୁଙ୍କ ୫୦୦ କୋଟିରୁ ଉର୍ଧ୍ଵ କଳା ଟଙ୍କା ଜବତ ସହ ବିଜେଡ଼ି ନେତାଙ୍କ ଲିଙ୍କ୍ ଏବଂ ରାଜ୍ୟ ସରକାରଙ୍କ ବିନା ଟେଣ୍ଡରରେ ଭୁଲ୍ ମଦ ନୀତି ପ୍ରଣୟନକୁ ଗଞ୍ଜାମ ଜ଼ିଲ୍ଲା ଭାରତୀୟ ଜନତା ପାର୍ଟି ଦୃଢ଼ ନିନ୍ଦା କରିଛି l କଂଗ୍ରେସ ଏବଂ ବିଜେଡ଼ିର ଏହି ଦୁର୍ନିତୀ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୋମବାର ପୂର୍ବାହ୍ନରେ ଛତ୍ରପୁର ଲୋୟର ବସଷ୍ଟାଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ସାଂସଦ ଧିରଜ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି l ଏହା ସହିତ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଡାକ୍ତର ସୁବାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ବିକ୍ଷୋଭରେ ନାରୀନେତ୍ରୀ ଅନିତା ଶୁଭଦର୍ଶନୀ,ଜୟନ୍ତୀ ପଢିଆରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଅନୁସୂଚିତ ଜାତିର ରାଜ୍ୟ ସଂପାଦକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଘୁମୁସର ଜ଼ିଲ୍ଲା ଉପସଭାପତି ଅନିଲ ପଣ୍ଡା,ଭୀମସେନ ବେହେରା, କୀର୍ତନ ଦାସ,ରଶ୍ମିରାଣୀ ମହାପାତ୍ର, ବିଜୟ ଲକ୍ଷ୍ମୀ ଵାଲା, ଶଙ୍କର ନାହାକ, ଯଜ୍ଞ ଦାସ,ବସନ୍ତ କୁମାର ବେହେରା, ପଦ୍ମ ଚରଣ ପରିଡା, ସମ୍ପଦ ନାହାକ, ପଙ୍କଜ ମଝି, ବି. ଶଙ୍କର ରେଡ୍ଡୀ, ସରପଞ୍ଚ ଭଗବାନ ବେହେରା,ବିକ୍ରମ ଦାସ ଓ ରଘୁନାଥ ରେଡ୍ଡୀ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l