ଛତ୍ରପୁର, 6/10 : ଛତ୍ରପୁର ବ୍ଲକ କାଳିପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାଟିଖାଲ ସ୍ଥିତ ଆଇଆରଇଏଲ କମ୍ପାନୀ ପକ୍ଷରୁ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆଇଆରଇଏଲ ର ସାମାଜିକ ଗୋଷ୍ଠୀଗତ ଦାୟୀତ୍ବ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କାଳୀପଲ୍ଲୀ ପଞ୍ଚାୟତର ଆଖ ପାଖ ଅଞ୍ଚଳର ଲୋକେ ଯୋଗ ଦେଇ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିଵା ସହ ମାଗଣା ଔଷଧ ପ୍ରଦାନ କରାଯାଇଛି |ଆଇଆରଇ ଏଲ କମ୍ପାନୀର ବରିଷ୍ଠ ଡାକ୍ତର ଡାକ୍ତର ଅର୍ଦ୍ଧେନ୍ଦୁ ପାଲ୍, ଡାକ୍ତର ଵି. ଶୁଭା ଯୋଗ ଦେଇ ସ୍ଵାସ୍ତ୍ୟ ଶିବିର କୁ ଆସିଥିବା ରୋଗୀଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିଥିଲେ l କାଳୀପଲ୍ଲୀ ସରପଞ୍ଚ ବି. ଲକ୍ଷ୍ମୀ ପାତ୍ର ଙ୍କ ଉପସ୍ଥିତରେ ଏହି ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେବାସହ ଏହି ଶିବିର ଦ୍ୱାରା ବହୁ ଲୋକ ଉପକୃତ ହୋଇପାରୁଛନ୍ତି ବୋଲି କହିଥିଲେ | ଅନ୍ୟ ମାନଙ୍କ ଵି. ଚନ୍ଦ୍ରମଣି ପାତ୍ର, ମ୍ୟାନେଜର ରିସୋର୍ସ ଦୀପକ ମିଶ୍ର, ଫାର୍ମାସିଷ୍ଟ ଟି.ଏଚ ଆଚାଯ୍ୟ, କେ. ସି ପ୍ରଧାନ, ଆର. କେ ପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ | ଏହି ଶିବିରରେ ଦୁଇ ଶହ ରୁ ଉର୍ଦ୍ଧ ଲୋକ ଆସିଥିବା କୁହାଯାଇଛି | ସୂଚନା ଥାଉକି ଆଇଆରଇ କମ୍ପାନୀ ସାମାଜିକ ଗୋଷ୍ଠୀଗତ ଦାୟୀତ୍ବ ଆନୁକୂଲ୍ୟରେ ୭ ଟି ପଂଚାୟତ କାଳିପଲ୍ଲୀ, କଣମଣା, ଆର୍ଯ୍ୟପଲ୍ଲୀ, ଅଗସ୍ତିନୁଆଗାଁ, ପୋଡାପଦର,ଚମାଖଣ୍ଡି ଓ ଶ୍ରୀରାମଚନ୍ଦ୍ରପୁରରେ ଏହି ସବୁ ପଂଚାୟତ ରେ ସ୍ୱାସ୍ଥ୍ୟ ଶିବିର କରାଯାଉଛି ବୋଲି ଆଇଆରଇ ପକ୍ଷରୁ କୁହାଯାଇଛି |