କେନ୍ଦୁଝର : ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର୍ (ଜେଏସପି) କୁ କୋଲକାତା ସ୍ଥିତ ଇଷ୍ଟର୍ନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିଗ୍ରେଟେଡ୍ ଲର୍ନିଂ ଇନ୍ ମ୍ୟାନେଜମେଣ୍ଟ ଦ୍ୱାରା ଉତ୍କୃଷ୍ଟ ସିଏସ୍ଆର ଏକୀକୃତ ବ୍ୟବସାୟ ପାଇଁ ସମ୍ମାନଜନକ ‘ଇଷ୍ଟର୍ନ ଇଣ୍ଡିଆ ଲିଡରସିପ୍’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ ସାମାଜିକ କଲ୍ୟାଣ ପାଇଁ ଜେଏସପିର ଦୃଢ ଓ ଉତ୍ସର୍ଗୀକୃତ ପ୍ରୟାସକୁ ସ୍ୱୀକୃତି ଦେଇଛି |
ଜେଏସପି ଫାଉଣ୍ଡେସନର ସମ୍ମାନୀୟା ଚେୟାରପରସନ ଶ୍ରୀମତୀ ଶାଲୁ ଜିନ୍ଦଲ ନିଜ ଖୁସି ବ୍ୟକ୍ତ କରି କହିଛନ୍ତି, “ଆମେ ବ୍ୟବସାୟ ସହିତ ପରିପାର୍ଶ୍ଵିକ ଉନ୍ନତି ଓ ସମାଜିକ କଲ୍ୟାଣକୁ ସଦା ସର୍ବଦା ଗୁରୁତ୍ବ ଦେଇ ଆସିଛୁ । ଆମ ବ୍ୟବସାୟ ଚାରିପାଖରେ ରହୁଥିବା ଲୋକ ମାନଙ୍କର ଉନ୍ନତିରେ ହିଁ ଆମ ବ୍ୟବସାୟର ସଫଳତା ନିର୍ଭର କରେ । ଏହି ପୁରସ୍କାର ଆମ ସିଏସର ପ୍ରକଳ୍ପ ସବୁର ଲୋକ ହିତକର କାର୍ଯ୍ୟ ଓ ଏହାର ସଫଳତାର ସାମାଜିକ ଅନୁମୋଦନ ସଦୃଶ ।”
କୋଲକାତାର ହୋଟେଲ ତାଜ ବେଙ୍ଗଲରେ ଆୟୋଜିତ ଏକ ଭବ୍ୟ ପୁରସ୍କାର ବିତରଣ ଉତ୍ସବରେ କମ୍ପାନୀର ସଭାପତି ତଥା ସିଏସ୍ଆର୍ ମୁଖ୍ୟ ଏବଂ କର୍ପୋରେଟ୍ ଯୋଗାଯୋଗ ବିଭାଗ ମୁଖ୍ୟ – ଓଡିଶା, ଶ୍ରୀ ପ୍ରଶାନ୍ତ ହୋତା ଙ୍କୁ ସମ୍ମାନିତ ବକ୍ତା ଭାବରେ, ସିଏସର ଓ ବ୍ୟବସାୟକୁ ନେଇ ତାଙ୍କର ସୁଚିନ୍ତିତ ଉପସ୍ଥାପନା ପାଇଁ ପୁରସ୍କୃତ କରାଯାଇଥିଲା । କମ୍ପାନୀ ତରଫରୁ ଏହି ଉତ୍ସବରେ ଅଂଶ ଗ୍ରହଣ କରି ସୁଶ୍ରୀ ମଇତ୍ରେୟୀ ମିଶ୍ର, ସହକାରୀ ସାଧାରଣ ସଚିବ, ଜେଏସପି ଫାଉଂଡେସନ ଏହି ସମ୍ମାନ ଜଣକ ପୁରସ୍କାର ଗ୍ରହଣ କରିଥିଲେ ।
ଏହି ପୁରସ୍କାର ଜେଏସପି ଫାଉଣ୍ଡେସନର ସାମାଜିକ ସ୍ଥରରେ ପ୍ରଶଂସନୀୟ ପ୍ରୟାସ, ବିଶେଷ ଭାବରେ ଗ୍ରାମୀଣ ଓ ଆଦିବାସୀ ଅଂଚଳରେ କାର୍ଯ୍ୟକାରୀ ହେଉଥିବା କାର୍ଯ୍ୟକ୍ରମ ସବୁ ଯଥା ମିଶନ୍ ଜିରୋ ହଙ୍ଗର, କିଶୋରୀ ଏକ୍ସପ୍ରେସ, ବାତ୍ସଲ୍ୟ, ଯଶସ୍ବୀ, ଆଶା ଦ ହୋପ ଏବଂ ତୃଣମୂଳ ହକି ବିକାଶ କାର୍ଯ୍ୟକ୍ରମ ସବୁର ସ୍ୱୀକୃତି ସ୍ୱରୂପ ମିଳିପାରିଛି |