ଛତ୍ରପୁର 19/5 : ଶୁକ୍ରବାର ସାବିତ୍ରୀ ବ୍ରତ ଲାଗି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ଚଳଚଂଚଳ ହୋଇପଡିଛି । ସହରରେ ଥିବା ବିଭିନ୍ନ ମନ୍ଦିର ମାନଙ୍କରେ ମହିଳା ମାନଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା । ହାତରେ ନାନା ପ୍ରକାର ପୁଷ୍ପ, ଫଳ ଆଦି ଧରି ମନ୍ଦିର ଏବଂ ସହରର ବିଭିନ୍ନ ଗଳି କନ୍ଦିରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ମହିଳା ମାନେ । ନିଜ ନିଜ ସ୍ୱାମୀଙ୍କ ଶୁଭ ମନାସିବା ସହ ସେମାନଙ୍କ ଦୀର୍ଘାୟୁ କାମନା କରିଛନ୍ତି । ପଣସ, ସପୁରି, ଆମ୍ବ, କଦଳି, ନଡିଆ, ମିଠା ଓ ପିଠାକୁ ଠାକୁରଙ୍କ ପାଖରେ ଭୋଗ ଲଗାଇବା ପରେ ନିଜ ସ୍ୱାମୀଙ୍କ ଚରଣ ସ୍ପର୍ଷ କରି ଏହି ଦିନ ସ୍ତ୍ରୀ ମାନେ ସ୍ୱାମୀଙ୍କ ଠାରୁ ଆଶୀର୍ବାଦ ନେଇଥାନ୍ତି । ପୌରାଣିକ କାହାଣୀ ଅନୁଯାୟୀ ସାବିତ୍ରୀ ଏହି ଦିନ ଯମଙ୍କୁ ଆରାଧାନା କରି ନିଜ ସ୍ୱାମୀ ସତ୍ୟବାନଙ୍କୁ ଯମଙ୍କ ନିକଟରୁ ଫେରାଇ ଆଣିଥିଲେ । ଏହି ପୌରାଣୀକ କାହାଣୀ କୁ ଆଧାର କରି ମହିଳା ମାନେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି ।