ଛତ୍ରପୁର ୫/୧ : ପାନୀୟଜଳ ସମସ୍ୟାର ସମାଧାନ ନିମନ୍ତେ ଗୁରୁବାର ପୋଟ୍ଟଲାମପୁର ସରପଞ୍ଚ ନୀରଜଂନ ପ୍ରଧାନଙ୍କ ନେତୃତ୍ୱରେ ହଂସପୁର ଗ୍ରାମର ବହୁ ଜନସାଧାରଣ ଛତ୍ରପୁର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନକରିଛନ୍ତି । ପୋଟଲାମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହଂସପୁର ଗ୍ରାମରେ ଦୀର୍ଘଦିନ ହେଲା ପାନୀୟ ଜଳ ସମସ୍ୟା ଦେଖାଯାଇଛି । ଏହାର ସମାଧାନ ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନାହିଁ । ଯାହାଫଳରେ ଅଂଚଳବାସୀମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି । କଣ୍ଟ୍ରାକ୍ଟର ଙ୍କ ଦ୍ୱାରା ଗ୍ରାମରେ ପାଇପ ଲାଇନ କାମ ହେଲା । କିନ୍ତୁ ଠିକ୍ ଭାବେ ପାଇପ ଲାଇନ କାମ ନ ହେବା ହେତୁ ଦୀର୍ଘ ଦୁଇ ବର୍ଷ ହେଲା ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପମ୍ପ ଗୃହରୁ ଯେଉଁ ପାଣି ଯୋଗାଇ ଦିଆଯାଉଛି ସେହି ପାଣି ଗୋଳିଆ ଓ ତେଲିଆ ଅଟେ । ତେଣୁ ପାନୀୟ ପାଇଁ ଅନୁପଯୋଗୀ । ତେଣୁ ପାନୀୟ ଜଳ ପାଇଁ ଦୁଇଟି ମେସିନ ବୋର କରାଯାଉ । ପାଣି ଟାଙ୍କିର ତଳ ଭାଗରେ ପାଣି ଜମି ରହୁଛି । ତେଣୁ ତଳଭାଗକୁ ମାଟି ପୂର୍ଣ୍ଣ କରାଯାଉ । ପାଣିଟାଙ୍କି ଓ ପାଇପ ଲାଇନରେ ପଙ୍କ ଜମି ରହୁଛି । ତେଣୁ ପାଣିଟାଙ୍କି ଓ ପାଇପ ଲାଇନ ସଫା କରିବା ନିମନ୍ତେ ସେ ଉକ୍ତ ସ୍ମାରକ ପତ୍ର ଦର୍ଶାଇଛନ୍ତି ।