Odisha news

ଋନ୍ଧନ ଗ୍ୟାସ ବ୍ୟବହାର ସଂପର୍କିତ ସଚେତନତା

0

ଛତ୍ରପୁର ୦୧/୨ ; ରାଜପୁର ପଞ୍ଚାୟତର କାଚରା ଗ୍ରାମ ଠାରେ (ଏଲପିଜି ପଞ୍ଚାୟତ) ଅବସରରେ ବଡମାଧପୁର ସ୍ଥିତ ଗ୍ରାମୀଣ ଅରୋମୀରା ଇଣ୍ଡେନ୍ ଗ୍ୟାାସ ବିତରକ ପକ୍ଷରୁ ଉଜାଲା ଯୋଜନାରେ ବ୍ୟବହାର କରୁଥିବା ଇଣ୍ଡେନ୍ ଜାଳେଣି ଗ୍ୟାସର ବ୍ୟବହାର ଓ ସୁରକ୍ଷା ତଥା ବୀମା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅରୋମୀରା ଇଣ୍ଡେନ୍ ଗ୍ୟାାସ ବିତରକ ସଂସ୍ଥାର ନିଦେ୍ର୍ଦଶିକା ଟି.ନିବେଦିତା, ନିହାର ରଂଜନ ନାୟକ, ମ୍ୟାନଜର ପ୍ରକାଶ ବେହେରା, ଜିତେନ୍ଦ୍ର ନାୟକ, ଉଜାଲା ଦିଦି ସୁନିତା ନାହାକ, ଅଙ୍ଗନବାଡି କର୍ମୀ ସୁନିତା ଗୈାଡ ଓ ନୀରଜଂନ ନାହାକ ପ୍ରମୁଖ ଯୋଗଦେଇ ଜାଳେଣି ଗ୍ୟାାସର ବ୍ୟବହାର ଉପରେ ଉପସ୍ଥିତ ଥିବା ହିତାଧିକାରୀମାନଙ୍କୁ ବୁଝାଇଥିଲେ । ଏହି ସବୁ ଉପରେ ସଚେତନ ହେଲେ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କୁ ଏଥିରୁ ସୁରକ୍ଷିତ ରଖିପାରିବେ ବୋଲି ମଧ୍ୟ ସେମାନେ କହିଥିଲେ ।

Leave A Reply