Odisha news

ଖରିଫ୍ ଧାନ ସକାଶେ ଏ ଯାବତ୍ ଶତକଡା ୯୯.୬୪ ପ୍ରତିଶତ ଚାଷୀଙ୍କର ପଞ୍ଜିକରଣ

0

ଛତ୍ରପୁର, ୭/୯ :ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀ ମାନଙ୍କର ପଞ୍ଜିକରଣ କାର୍ଯ୍ୟକୁ ମିଶନ୍ ମୋଡ୍ ରେ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତ ୨୯.୦୮.୨୦୨୦ରିଖ ବୈଠକରେ ଯୋଗାଣ ବିଭାଗ ଓ ସମବାୟ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ  । ବିଗତ ବର୍ଷ ଖରିଫ୍ ଧାନ ନିମନ୍ତେ ୧ଲକ୍ଷ ୩୪ ହଜାର ୪୬୨ ଜଣ ଚାଷୀ ପଞ୍ଜିକରଣ କରିଥିଲେ  । କରୋନା ପରିସ୍ଥିତି ଯୋଗୁଁ ଶତକଡା ୭୭ ପ୍ରତିଶତ ଚାଷୀଙ୍କର ପଞ୍ଜିକରଣ ହୋଇଥିଲା  । ବର୍ତ୍ତମାନ ସମସ୍ତ ବିଭାଗୀୟ କର୍ମଚାରୀ ଓ ଅଧିକାରୀ ମାନଙ୍କର ଅହରହ ପ୍ରଚେଷ୍ଟା ଫଳରେ ଜିଲ୍ଲାର ସମସ୍ତ ବ୍ଲକ୍ ରେ ୧ ଲକ୍ଷ ୩୩ହଜାର ୯୭୬ ଜଣ ଚାଷୀ ପଞ୍ଜିକରଣ କରିସାରିଛନ୍ତି  ।

ଯାହାକି ଶତକଡା ୯୯.୬୪ ପ୍ରତିଶତ. ସମସ୍ତ ପଞ୍ଜିକରଣ ଚାଷୀ ମାନଙ୍କର ତାଲିକା ସେମାନଙ୍କ ନିକଟସ୍ଥ ସେବା ସମବାୟ ସମିତି ମାନଙ୍କରେ ଉପଲବ୍ଧ କରାଯାଉଛି  । ଯାହାକି ଚାଷୀଗଣ ସେମାନଙ୍କ ନାମ ତାଲିକା ଦେଖି ପାରୁଛନ୍ତି  । ଶତପ୍ରତିଶତ ଚାଷୀ ମାନଙ୍କର ପଞ୍ଜିକରଣ ଯେପରି ହୋଇପାରିବ ସେଥି ସକାଶେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଜିଲ୍ଲା  ଯୋଗାଣ ଅଧିକାରୀ ପୁଷା ମୁଣ୍ଡା,  ଅତିରିକ୍ତ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର କୁମାର ମହାନ୍ତି, ସମବାୟ ଉପ ନିବନ୍ଧକ ବ୍ରହ୍ମପୁର ଡିଭିଜନ୍ ବିଶ୍ବ ରଞ୍ଜନ ଦାଶ, ସହକାରୀ ସମବାୟ ଉପ ନିବନ୍ଧକ ସୁକାନ୍ତ କୁମାର ପାଢୀ ଚେଷ୍ଟା ଚଳାଇଛନ୍ତି  ।

Leave A Reply