Odisha news

ଅବାଧ ଓ ନିରପେକ୍ଷ ନିର୍ବାଚନ ନେଇ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନକୁ ନେଇ ବୈଠକ  

0
ଛତ୍ରପୁର,୧୫/୪: ଗଂଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ନିମନ୍ତେ ଗଂଜାମ ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଅବାଧ ଓ ନିରପ୍ରେକ୍ଷ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଆସନ୍ତା ମେ ୧୩ ରେ ବ୍ରହ୍ମପୁର ସଂସଦୀୟ ଓ ମେ ୨୦ରେ ଆସିକା ସଂସଦୀୟ କ୍ଷେତ୍ର ପାଇଁ ନିର୍ବାଚନ ହେବ । ମେ ୧୩ରେ ହେବାକୁ ଥିବା ନିର୍ବାଚନ ଚଳିତ ମାସ ୧୮ ରୁ ୨୫ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପ୍ରକ୍ରିୟା ହେବ । କିପରି ପ୍ରାର୍ଥୀମାନେ କେଉଁ ସ୍ଥାନରେ ପ୍ରାର୍ଥୀପତ୍ର ଦାଖଲ କରିବେ କଣ ସବୁ ନିୟମ ରହିଛି ସେ ନେଇ ସୋମବାର ଗଂଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀ ମାନେ ଉପସ୍ଥିତ ଥିଲେ ।
 ମେ ୨୦ରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଅପ୍ରେଲ ୨୬ ରୁ ମେ ୩ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ ଚାଲିବ । ଯେଉଁ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ ସମୟରେ ସେ ଯେଉଁ ନିର୍ବାଚନ ମଣ୍ଡଳୀ ପାଇଁ ଦାଖଲ କରିବା ସମୟରେ ସେ ଯଦି ସ୍ୱାଧିନ ପ୍ରାର୍ଥୀ ଭାବେ ଆବେଦନ କରିବେ ସେହି ନିର୍ବାଚନ ମଣ୍ଡଳୀର ୧୦ଜଣ ପ୍ରସ୍ତାବକ ରହିବ , ସେହିପରି ରାଜ୍ୟ ଦଳ ଓ ରାଷ୍ଟ୍ରୀୟ ଦଳ ଜଣେ ଲେଖାଏଁ ପ୍ରସ୍ତାବକ ରହିବାକୁ ପଡିବ । ପ୍ରାର୍ଥୀ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ତାଙ୍କ ନାମରେ କୈାଣସି ଅପରାଧିକ ମାମଲା ନାହିଁ ଯଦି ଅଛି ତେବେ ସେ ଅତିକମରେ ତିନିଥର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ କରିବାକୁ ପଡିବ । ଏହାସହିତ ପ୍ରାର୍ଥୀ ମାନଙ୍କ ନାମାଙ୍କନ ଠାରୁ ଆରମ୍ଭ କରି ମତଦାନ, ଗଣତି ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ବିସ୍ତୃତ ଭାବେ ଜିଲ୍ଲାପାଳ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ । ନିର୍ବଚାନ ଆଚରଣ ବିଧି ସମ୍ପର୍କରେ ମଧ୍ୟ କୁହାଯାଇଛି । ଜିଲ୍ଲାରେ ୧୩ଟି ବିଧାନସଭା କ୍ଷେତ୍ର ପାଇଁ ୩୦୭୭ଟି ବୁଥ ରହିଥିବା ବେଳେ ଚଳିତ ବର୍ଷ ୧୦ଟି ଅତିରିକ୍ତ ମତଦାନ କେନ୍ଦ୍ର ବୃଦ୍ଧି କରାଯାଇଛି । ଗୋପାଳପୁର ରେ ୩ଟି, ବ୍ରହ୍ମପୁରରେ ୨, ହିଞ୍ଜିଳିରେ ୪ଟି ଓ କବିସୂର୍ଯ୍ୟନଗରରେ ଗୋଟିଏ ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି । ୬୦ପ୍ରତିଶତ ତଥା ୧୮ଶହ ମତଦାନ କେନ୍ଦ୍ର ୱେବ କାଷ୍ଟିଙ୍ଗ କରାଯିବ ବୋଲି ଗଂଜାମ ଜିଲ୍ଲାପାଳ କହିଥିଲେ ।
ଆସନ୍ତା ଦିନରେ ପ୍ରଶାସନିକ ସ୍ତରରେ କଡାକଡି ଯାଂଚ ପକ୍ରିୟା କରାଯିବ । ସେମାନେ ଯେଉ କୈାଣସି ସ୍ଥାନରେ ରାଲ୍ଲି କିମ୍ବା ସଭା ସମିତି କରିବେ ସେମାନେ ପ୍ରଶାସନ ପକ୍ଷରୁ ଅନୁମତି ନେବା ଆବଶ୍ୟକ । ଚଳିତ ବର୍ଷ ଆସିକା ସଂସଦୀୟ କ୍ଷେତ୍ର ର ବାଲଟ ପେପର ଭୋଟ ଗଣତି ଜିଲାପାଳ କାର୍ଯ୍ୟାଳୟ ନିକଟରେ ଥିବା କୋଠା ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରେ ବାଲଟ ପେପର ଗଣତି ବ୍ରହ୍ମପୁର ୟୁସିପି ଇଂଜିନିର ସ୍କଲରେ ଗଣତି କରାଯିବ ବୋଲି କୁହାଯାଇଛି । ଗତଥର ଅପେକ୍ଷା ଚଳିତ ବର୍ଷ ତିନିଗୁଣ ବାଲଟ ପେପର ମତଦାନ ଆସିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଇଛି । ଉକ୍ତ କୋଠରୀରେ ସିସି ଟିଭି ବ୍ୟବସ୍ଥା ସହ ଭିଡିଓ ଗ୍ରାଫି ବ୍ୟବସ୍ଥା ରହିବ । ବିଭିନ୍ନ ରାଜନୈତିକ ଦଳର ଏଜେଂଟଙ୍କ ଉପସ୍ଥିତିରେ କରାଯିବ, ୨୫ ଟେବୁଲ ପଡିବ ବୋଲି ଜିଲାପାଳ କହିଥିଲେ । ନିର୍ବାଚନର ୪ଦିନ ପୂର୍ବରୁ ହୋମ ଭୋଟିଙ୍ଗ ରହିଛି । ୮୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି, ଶଯ୍ୟାଶାୟୀ ଓ ଶତପ୍ରତିଶତ ଭିନ୍ନକ୍ଷମ ପାଇଁ ଏହି ଘରକୁ ଯାଇ ମତଦାନ ଗ୍ରହଣ କରାଯିବ । ପ୍ରିଜାଇଡିଂ ଅଧିକାରୀ,ପୁଲିସ ଓ ରାଜନୈତିକ ଦଳର ଏଜେଂଟ ଉପସ୍ଥିତିରେ ବାଲଟ ପେପରରେ ମତ ଗ୍ରହଣ କରାଯାଇ ସିଲ ହେବ । ସେଠାରେ ମଧ୍ୟ ଭିଡିଓ ଗ୍ରାଫି ବ୍ୟବସ୍ଥା ରହିବ । କେଉଁ ଘରୁ କରାଯିବ ଏହା ପୂର୍ବରୁ ସୂଚନା ମଧ୍ୟ ପ୍ରଦାନ କରାଯିବ । ସମସ୍ତ ମତଦାନ କେନ୍ଦ୍ରରେ ହ୍ୱିଲ ଚେୟାର ର ବ୍ୟବସ୍ଥା ରହିବ । ସଧାରଣ ନିର୍ବାଚନକୁ ମୁକ୍ତ ଓ ଅବାଧ କରାଯିବା ସହ ସମସ୍ତ ନିୟମକୁ କଡାକଡି ପାଳନ କରାଯିବ । ୧୯୫୦ ଓ ସିଭିଜଲ ଆପରେ ମଧ୍ୟ ଅଭିଯୋଗ ଦାଖଲ କରିପାରିବେ ବୋଲି କୁହାଯାଇଛି । ଗ୍ରୀଷ୍ମପ୍ରବାହ ଅଧିକ ଥିବାରୁ ଯେ କୈାଣସି ରାଜନୈତିକ ଦଳ ରାଲ୍ଲି କରିବା ବେଳେ ଅଂଶୁଘାତ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲାପାଳ ସୁଧାଂଶୁ କୁମାର ଭୋଇ,ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧୀମାନେ ଉପସ୍ଥିତ ଥିଲେ ।
Leave A Reply