ହାଟଡିହି : ଚେନାଇରେ ଶ୍ରମିକ ଭାବେ କାମ କରୁଥିବା ଜଣେ ଓଡିଆ ଯୁବକଙ୍କ ସନେ୍ଦହ ଜନକ ମୃତୁ୍ୟ ଘଟିଛି । ଖବରରୁ ଜଣାଯାଇଛି ଯେ ଶାଳଣିଆଁର ଗିରିଧାରୀ ରାଉତ ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ନିମାଇଁ ସହିତ ସାଙ୍ଗହୋଇ ଚେନାଇର ଏକ କମ୍ପାନୀରେ କାମ କରୁଥିଲେ ।
ଗତ ୧୫ତାରିଖରେ ଗିରିଧାରୀ ଘରକୁ ଆସି ଶାଳଣିଆଁ କ୍ୱାରେଣ୍ଟାଇନରେ ତôବାବେଳେ ଗତକାଲି ସକାଳେ ତାଙ୍କ ପୁଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିତôବା ଖବର ପାଇଥିଲେ । ମାତ୍ର ନିମାଇଁ ଆତ୍ମହତ୍ୟା କରିବାର କିଛି କାରଣ ମଧ୍ୟ ନଥିବା ପରିବାର ଲୋକେ କହୁଛନ୍ତି । ଯାହାକୁ ନେଇ ପରିବାର ଲୋକେ ସନେ୍ଦହ କରୁଛନ୍ତି । ଖବରପାଇ ସେଠାରେ କାମ କରୁତôବା ଗିରିଧାରୀଙ୍କ ଜଣେ ସମ୍ପର୍କୀୟ ସେଠାରେ ପହଞ୍ଚିବାପରେ କମ୍ପାନୀ କର୍ତ୍ତୁପକ୍ଷ ସ୍ଥାନୀୟ ପୁଲିସ ସହଯୋଗରେ ଗତକାଲି ଶବକୁ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି
