ଯାଜପୁର: ସହରାଞ୍ଚଳ ଭଳି ଗ୍ରାମାଞ୍ଚଳରେ ମଧ୍ୟ କରୋନା ରୋଗୀମାନେ ସ୍ୱାସ୍ଥ୍ୟ ବିଭାଗର ମାର୍ଗଦର୍ଶିକାକୁ ଅନୁପାଳନ ପୂର୍ବକ ନିଜଘରେ ରହି ଚିକିତ୍ସିତ ହୋଇ ପାରିବେ ବୋଲି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି । ପୂର୍ବରୁ ସହରାଞ୍ଚଳ, ଜିଲ୍ଲା ଓ ବ୍ଲକ ସଦର ମହକୁମାରେ କରୋନା ସଂକ୍ରମିତଙ୍କ ଲାଗି ଘରେ ସଂଘରୋଧରେ ରହିବାର ଅନୁମତି ଦିଆଯାଉଥିଲା । ତେବେ ବର୍ତ୍ତମାନ ସରକାରଙ୍କ ପରାମର୍ଶ ଅନୁସାରେ ଗ୍ରାମାଞ୍ଚଳରେ ସଂକ୍ରମିତ ବ୍ୟକ୍ତିମାନେ ନିଜ ଘରେ ରହି ଚକିତ୍ସିତ ହୋଇପାରିବେ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଛନ୍ତି । ଯେଉଁ ଲୋକମାନଙ୍କର ଘରେ ସୁବିଧା ରହିଛି ତାହାର ଅନୁଧ୍ୟାନ କରାଯାଇ ନିୟମ ଅନୁସାରେ ସୁବିଧା ଥିଲେ ତାଙ୍କୁ ଗୃହରେ ରହିବାକୁ ଅନୁମତି ଦିଆଯିବ । ସ୍ଥାନୀୟ ସରପଞ୍ଚ ବା ସେହି ପଞ୍ଚାୟତ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କୁ ନୋଡ଼ାଲ ଅଫିସର ଭାବେ ଦାୟିତ୍ୱ ଦିଆଯାଇ ଗୃହ ସଂଙ୍ଗରୋଧରେ ରହୁଥିବା ସଂକ୍ରମିତଙ୍କର ନିୟମଅନୁସାରେ ଅନୁପାଳନକୁ ଅନୁଧ୍ୟାନ କରାଯିବ । ଏ କ୍ଷେତ୍ରରେ ସଂପୃକ୍ତ ସଂକ୍ରମିତ ବ୍ୟକ୍ତି ତାଙ୍କ ପରିବାର ସଦସ୍ୟଙ୍କ ସମେତ ପଡ଼ୋଶୀ ମାନେ ମଧ୍ୟ ଦାୟିତ୍ୱ ନିର୍ବାହ କରି ତାଙ୍କର ସଙ୍ଗରୋଧକୁ ନିୟମାନୁସାରେ ସୁନିଶ୍ଚିତ କରାଇବେ । ଏହାଦ୍ୱାରା ପ୍ରତ୍ୟେକ ସ୍ତରରେ ସଚେତନତା ବୃଦ୍ଧି ଘଟିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛନ୍ତି । ତେବେ ଏହି ସଂକ୍ରମିତଙ୍କ ଠାରେ ଆଂଶିକ ଲକ୍ଷଣ ଦେଖାଯିବା ସହ ସେ ଗୁରୁତ୍ୱର ହୋଇ ନଥିବା ଜରୁରୀ ।
ପୂର୍ଣ୍ଣ ଲକ୍ଷଣ ଯୁକ୍ତ ଓ ଗୁରୁତର କ୍ଷେତ୍ରରେ ସଂକ୍ରମିତଙ୍କୁ ତୁରନ୍ତ କୋଭିଡ଼୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଅପର ପକ୍ଷରେ ଜିଲ୍ଲାରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ଡ଼ାଉନ ଥିବାରୁ ଅଯଥାରେ ବାହାରେ ନ ବୁଲିବାକୁ ଜିଲ୍ଳାପାଳ ଅନୁରୋଧ କରିଛନ୍ତି । କେବଳ ଚିକିତ୍ସା ସମ୍ବନ୍ଦୀୟ । ଅତ୍ୟାବଶ୍ୟକୀୟ କାର୍ଯ୍ୟ ବା ଅତ୍ୟାବଶୀକୟ ସାମଗ୍ରୀ କ୍ରୟ ଉଦେ୍ଦଶ୍ୟରେ ବାହାରିବାକୁ ପରାମର୍ଶ ଦିଆଯାଇଥିଲା । ତତ୍ସହିତ ଗାଡ଼ି ମଟର ବ୍ୟବହାର ଯଥା ସମ୍ଭବ ନ କରିବାକୁ, ସଉଦା ପତ୍ର ବିନା ଗାଡ଼ିରେ କ୍ରୟ କରିବାକୁ ପରାମର୍ଶ ଦିଆଯାଇଥିଳା । ଏହାର ଉଲଙ୍ଘନ କ୍ଷେତ୍ରରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ତେଣୁ ପ୍ରତ୍ୟେକ ମାସ୍କ ବ୍ୟବହାର ସାମାଜିକ ଦୂରତାକୁ ବଜାୟ ରଖିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ଘରକୁ ଘର ବୁଲି ସଂକ୍ରମିତଙ୍କ ତଥ୍ୟ ସଂଗ୍ର କରୁଥିବା ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ କୌଣସି ସୂଚନା ନ ଲୁ·ଇ ସଠିକ୍ ତଥ୍ୟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଯାହାଫଳରେ ଲକ୍ଷଣ ପରିପ୍ରକାଶ ବ୍ୟକ୍ତିଙ୍କର ସଠିକ ସମୟରେ ପରୀକ୍ଷା କରାଯାଇ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।