ହାଟଡିହି : ବାଲିଘାଟରୁ ବଟି ଆଦାୟ ପୁଲିସ ପାଇଁ ମହଙ୍ଗା ପଡିଛି । ଦୁଇ ପୁଲିସ କର୍ମଚାରୀଙ୍କୁ ଗତକାଲି ଏସପି ନିଲମ୍ବିତ କରିଥିବା ଜଣାଯାଇଛି । ସୁଚନାରୁ ଜଣାଯାଇଛି ଯେ ନନ୍ଦିପଦା ଥାନାର ଏସ.ଆଇ ରଣଜିତ ପଟ୍ଟନାୟକ ଓ କନେଷ୍ଟବଲ ଜଗବନ୍ଧୁ ରାଉତ ଡିମିରିଆ ଓ ହାବଳେଶ୍ୱର ବେ ଆଇନି ବାଲିଘାଟରୁ ବଟିନେଇ ବାଲି ଚୋରା ଚାଲାଣକୁ ପ୍ରୋତ୍ସାହନ ଦେଇ ଆସୁଥିଲେ ।
ଏ ନେଇ ଅଭିଯୋଗ ହେବାପରେ ଏସପି ମିତ୍ରଭାନୁ ମହାପାତ୍ର ଦୁଇ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି । ଏସ.ଆଇ ରଣଜିତ ପଟ୍ଟନାୟକଙ୍କୁ ସଦର ଏସଡିପିଓଙ୍କ ପାଖରେ ରିପୋର୍ଟ କରିବାକୁ ନିଦେ୍ର୍ଦଶ ଦିଆଯାଇ ଥିବାବେଳେ କନେଷ୍ଟବଲ ଜଗବନ୍ଧୁ ରାଉତଙ୍କୁ ବଡବିଲ ଏସଡିପିଓଙ୍କ ପାଖରେ ରିପୋର୍ଟ କରିବାକୁ ନିଦେ୍ର୍ଦଶ ଦିଆଯାଇ ଥିବା ଜଣାଯାଇଛି ।
