ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ଥାନା ଅନ୍ତର୍ଗତ ଚଣ୍ଡିଖୋଲ ଫାଣ୍ଡି ପୋଲିସ ମଙ୍ଗଳବାର ଦିନ ଚଣ୍ଡିଖୋଲ ଉପକଣ୍ଠ ନୂଆସୁଙ୍ଗୁଡା ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ଉପରେ ଚଢ଼ାଉକରି ୬ଟି ଚୋରା ମୋଟର ସାଇକେଲ ଜବତ କରିଥିଲା ବେଳେ ଏହି ଚୋରି ଘଟଣାରେ ମୁଖ୍ୟ ଆସାମୀକୁ ଗିରଫ କରିଛି! ଗିରଫ ଆସାମୀ ହେଉଛି ନୂଆ ସୁଙ୍ଗୁଡା ଗ୍ରାମର ବଟକୃଷ୍ଣ ନାୟକଙ୍କ ପୁଅ କୃପାସିନ୍ଧୁ ନାୟକ !ପୋଲିସ ସୂଚନା ଅନୁଯାଇ ଚଣ୍ଡିଖୋଲ ବଜାରର ବୁଦ୍ଧ ମୂର୍ତ୍ତି ନିକଟରୁ ସ୍ଥାନୀୟ ଶରତ ଚନ୍ଦ୍ର ଙ୍କ ମୋଟରସାଇକେଲ ଚୋରିଯିବା ନେଇ ସେ ଚଣ୍ଡିଖୋଲ ଫାଣ୍ଡିରେ ଏତଲା ଦାୟର କରିଥିଲେ! ତାଙ୍କ ଏତଲାକୁ ଭିତିକରି ଫାଣ୍ଡି ଅଧିକାରୀ ଚିତରଞ୍ଜନ ଜେନା ତଦନ୍ତ ଚଳାଇ ଚୋରି ମୋଟର ସାଇକେଲଟି କୃପାସିନ୍ଧୁ ତା ଘରେ ଲୁଚାଇଥିବା ଜାଣିବାକୁ ପାଇଥିଲେ ! ସଙ୍ଗେସଙ୍ଗେ ଶ୍ରୀଜେନା ସଦଳବଳେ କୃପାସିନ୍ଧୁ ଘର ଉପରେ ଚଢାଉ କରିବାରେ ସେ ଏହି ମୋଟର ସାଇକେଲ ସହିତ ଲୁଚାଇ ରଖିଥିବା ଅନ୍ୟ ୫ଟି ଚୋରା ମୋଟରସାଇକେଲ ଓ ଖଣ୍ଡ ବିଖଣ୍ଡିତ ମୋଟର ସାଇକେଲ ଯନ୍ତ୍ରାଂଶକୁ ଜବତ କରିଥିଲେ!
ଆସାମୀ କୃପାସିନ୍ଧୁ ଜଣେ ଭେଟେରାନ ମୋଟରସାଇକେଲ ଚୋର ! ସେ ଦୀର୍ଘ ଦିନହେବ ଚଣ୍ଡିଖୋଲ, ବଡଚଣା ସମେତ ବିଭିନ୍ନ ସ୍ଥାନରୁ ଶତାଧିକ ମୋଟରସାଇକେଲ ଚୋରିକରିବାପରେ ଧରାନପଡିବା ପାଇଁ ଅଭିନବ ଉପାୟ ଅବଲମ୍ବନ କରୁଥିଲା! ଚୋରି ମୋଟରସାଇକେଲ ଗୁଡିକୁ ସେ ସିଧାସଳଖ ବଜାରରେ ବିକ୍ରି ନକରି ନିଜ ଘରେରଖି ସେଗୁଡିକୁ ଖଣ୍ଡ ଖଣ୍ଡ କରି କାଟି କବାଡିଆ ମାନଙ୍କୁ ବିକ୍ରି କରୁଥିବା ଜଣାପଡିଛି! ଏହାଦ୍ୱାରା ସେ ପୋଲିସ ନଜରକୁ ଆସୁନଥିବା ସହ ଚୋରି ମୋଟରସାଇକେଲ ଗୁଡିକ ଚାଲୁନଥିବାରୁ ତାହା ମଧ୍ୟ ଧରାଯିବା ସମ୍ଭବ ହୋଇ ନଥାଏ ବୋଲି ପୋଲିସ କହିଛି! ପୋଲିସ ଚଢ଼ାଉ ସମୟରେ ମଧ୍ୟ ଚୋର କୃପାସିନ୍ଧୁ ତା ଘରେ ରଖିଥିବା ଚୋରା ମୋଟରସାଇକେଲ ଗୁଡିକୁ କାଟି ଖଣ୍ଡ ଖଣ୍ଡ କରୁଥିବା ଓ ସେସବୁର ଇଞ୍ଜିନ ଚେଚିସ ଓ ନମ୍ବର ପ୍ଳେଟର ନମ୍ବରକୁ ଲିଭାଉଥିବା କାର୍ଯ୍ୟ କରୁଥିଲାବେଳେ ପୋଲିସ ତାକୁ କାବୁକରିଥିଲା ! ଗିରଫ ପରେ ତଦନ୍ତ ବେଳେ ପୋଲିସ କୃପାସିନ୍ଧୁ କୁ ଜେରାବେଳେ ବହୁତଥ୍ୟ ହାସଲ କରିଥିବା ଜଣାପଡିଛି! ଦୀର୍ଘ ଦିନହେବ ଏହି ଅଞ୍ଚଳରୁ ବହୁ ମୋଟରସାଇକେଲ ଚୋରି ହେଉଥିଲେ ମଧ୍ୟ ପୋଲିସ ତାର ଟେର ପିଊନଥିବାରୁ ସାଧାରଣରେ ସମାଲୋଚିତ ହେଉଥିଲା ! ଚୋର କୃପାସିନ୍ଧୁ ଧରାଯିବା ସ୍ଥାନୀୟ ପୋଲିସ ପାଇଁ ଏକ ବଡ ସଫଳତା ବୋଲି ଆଲୋଚନା ହେଉଛି!
