ବାରଙ୍ଗ : ନନ୍ଦନକାନନରେ ପୁଣି ପସିଲା ଜଙ୍ଗଲୀ ବଣୁଆ ହାତୀ । ଦୁଇଟି ହାତୀ ନନ୍ଦନକାନନର ସୁରକ୍ଷା ପାଚେରୀ ଭାଙ୍ଗି ନନ୍ଦନକାନନ ପରିସରରେ ବୁଲୁଥିବାର ଦେଖିବାକୁ ପାଇଥିଲେ କିଛି କର୍ମଚାରୀ । ଏହା ଜାଣିବା ପରେ କର୍ମଚାରୀଙ୍କ ଅକଲ ଗୁଡୁମ୍ ହୋଇଯାଇଥିଲା । କଣ କରିବେ କଣ ନାହିଁ ବୁଝିବା ପୂର୍ବରୁ ବୁଧବାର ସକାଳୁ କର୍ତ୍ତୁପକ୍ଷ ଏହି ଶୁଣିବା ପରେ ସାମୟିକ ଭାବେ ନନ୍ଦନକାନନକୁ ବନ୍ଦ ରଖିବାକୁ ନିଷ୍ପତି ନେଲେ । ଏନେଇ କାହାକୁ ସୂଚନା ଦିଆଯାଇନଥିଲା । ଫଳରେ ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ବେଶ୍ ହଟହଟା ହୋଇଥିଲେ । କଣ ପାଇଁ ନନ୍ଦନକାନନ ବନ୍ଦ ରହିଛି ତାହା ଠିକ୍ଭାବେ ବୁଝିପାରିନଥିଲେ । ବୁଝୁବୁଝୁ ଜଣାପଡିଥିଲା ଦୁଇଟି ଜଙ୍ଗଲୀ ହାତୀ ନନ୍ଦନକାନନ ସୁରକ୍ଷା ପାଚେରୀ ଭାଙ୍ଗି ଭିତରେ ବୁଲୁଛି । ପର୍ଯ୍ୟଟକଙ୍କ ସୁରକ୍ଷା ଓ ହାତୀକୁ ସୁରକ୍ଷିତ ଭାବେ ଘଉଡେଇବା ପାଇଁ ନନ୍ଦନକାନନ କର୍ତ୍ତୁପକ୍ଷ ଏଭଳି ନିଷ୍ପତି ନେଇଛନ୍ତି । ଯାହାଫଳରେ ନନ୍ଦନକାନନକୁ ବୁଲିବାକୁ ପାଇଁ ଆସିଥିବା ଅନେକ ପର୍ଯ୍ୟଟକ ଶେଷରେ ନିରାଶ ହୋଇ ଘରମୁହାଁ ହୋଇଥିଲେ ।
ଅନ୍ୟପଟେ ଏହି ଜଙ୍ଗଲୀ ହାତୀ ଏବେ ନନ୍ଦନକାନନ ପ୍ରେମରେ ପଡିଥିବା ଚର୍ଚ୍ଚା ଯୋର ଧରିଛି । ଧରିବା ବି ସ୍ୱଭାବିକ କାରଣ ଏହି ଘଟଣା ନୁଆ ନୁହେଁ ବାରମ୍ବାର ନନ୍ଦନକାନନର ସୁରକ୍ଷା ପାଚେରୀ ଭାଙ୍ଗି ଜଙ୍ଗଲୀ ହାତୀ ପଶିଆସୁଛି । ପୁଣି ଫେରିବାକୁ ନାଁ ଧରୁନି । ବହୁ କସରତ ପରେ ଜଙ୍ଗଲୀ ହାତୀ ଘୋଡଇବାରେ ସଫଳ ହେଉଛନ୍ତି କର୍ତ୍ତୁପକ୍ଷ । । ପୁଣି କିଛି ଦିନ ଗଲା ପରେ ସେଇ ଅବସ୍ଥା । ତେବେ ସକାଳୁ ସକାଳୁ ଏହି ଘଟଣା ଘଟିଥିବାରୁ ନନ୍ଦନକାନନ ପର୍ଯ୍ୟଟକଙ୍କ ଉପରେ ପ୍ରଭାବ ପଡିନାହିଁ । ହେଲେ ଏହି ଘଟଣା ନୁଆ ନୁହେଁ । କି ପ୍ରଥମ ଥର ନୁହେଁ । ପୂର୍ବରୁ ମଧ୍ୟ ଏଭଳି ଅନେକ ଥର ପାଚେରୀ ଭାଙ୍ଗି ନନ୍ଦନକାନନ ପରିସର ଭିତରକୁ ପ୍ରବେଶ କରିଛନ୍ତି ଅନେକ ଜଙ୍ଗଲୀ ହାତୀ । ସାଧାରଣରେ ପ୍ରଶ୍ନ ଉଠେ , ସରକାର କୋଟି କୋଟି ଟଙ୍କା ନନ୍ଦନକାନନ ଉନ୍ନତି କରଣ ଓ ରକ୍ଷଣବେକ୍ଷଣ ପାଇଁ ଖର୍ଚ୍ଚ କରୁଛନ୍ତି ।
ତେବେ ଏହି ଅର୍ଥ ଯାଉଛି କୁଆଡେ ? ନିମ୍ନମାନର କାର୍ଯ୍ୟ କରି ଅର୍ଥ ହଡପ କରୁଛନ୍ତି ନା ଆଉ କିଛି । ଏମିତି ଏନେକ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । ନନ୍ଦନକାନନ ପରିସିମା ଶେଷରେ ରହିଛି ଚନ୍ଦକା ଅଭୟାରଣ୍ୟ । ଯେଉଁ ଅଭୟାରଣ୍ୟରେ ଜଙ୍ଗଲୀ ହାତୀ ରୁହନ୍ତି । ବେଳେ ବେଳେ ଖାଦ୍ୟ ଅନେଷଣରେ ସେମାନେ ଜଙ୍ଗଲରୁ ବାହାରି ଗାଁ ମୁହାଁ ଓ ସହର ମୁହାଁ ହୋଇଥାନ୍ତି । ଏସବୁ ଜାଣି ମଧ୍ୟ କିଭଳି ନନ୍ଦନକାନନରେ ରହୁଥିବା ଜନ୍ତୁମାନଙ୍କ ସୁରକ୍ଷା ପାଇଁ ଅତି ନିମ୍ନମାନର ପାଚେରୀ ନିର୍ମାଣ କରାଯାଉଥିବା ପଶୁପ୍ରେମୀମାନେ ଅଭିଯୋଗ କରୁଛନ୍ତି । ଯାହାର ସୁବିଧା ନେଇ ହାତୀ ପାଚେରୀ ଭାଙ୍ଗି ପ୍ରବେଶ କରୁଛି ।
ତେବେ ବୁଧବାର ଦିନ ଏହି ଦୁଇଟି ହାତୀ ଜିରଫ ଖୂଆଡ ପାଖରେ ରହିଥିବା ବେଳେ କର୍ମଚାରୀ ଘଉଡେଇବା ପରେ ସେଠାରୁ ଆସି ଶରିସୃତପ ଉଦ୍ୟାନ ପାଖକୁ ଚାଲିଆସୁଛି । ସେଠାରୁ ଘଉଡାଇବା ପରେ ହାତୀ ପୁଣି ଜିରଫ ଖୂଆଡ ପାଖକୁ ଚାଲିଆସୁଛି । ଯାହା କର୍ମଚାରୀଙ୍କୁ ନାଗରେ ପାଣି ପିଆଇଛି ଏହି ଦୁଇଟି ହାତୀ । ପୁଣି ସଂନ୍ଧ୍ୟା ସମୟରେ ହାତୀ ଘୋଡାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ହାତୀ ବାହାରକୁ ବାହାରିନଥିବା ବିଶେଷ ସୁତ୍ରରୁ ସୁଚନା ମିଳିଛି ।
