ହିନ୍ଦୋଳ ୦୯.୦୩ ଢେ଼ଙ୍କାନାଳ ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡ ଓ ହିନ୍ଦୋଳ ବିଭାଗ ପକ୍ଷରୁ ଆଜି ଏହି ଉପଖଣ୍ଡର ରାସୋଳ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୩୫୦ ଲିଟର ଦେଶୀ ମଦ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି ଏବଂ ବେଆଇନ ମଦ ଚାଲାଣରେ ବ୍ୟବହୃତ ୨ ଟି ପଲସର ଗାଡିକୁ ଜବତ କରାଯାଇଥିବା ଜଣାପଡିଛି। ଘଟଣାରୁ ଜଣାଯାଇଛି ଯେ ବିଭାଗ ପକ୍ଷରୁ କୁକୁଟା ଗ୍ରାମରେ ଚଢ଼ଉ କରାଯିବାରେ ଦୁର୍ଗା ଚରଣ ନାଏକ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇ ତା ଠାରୁ ଏକ ପଲସର ମଟର ସାଇକେଲ ସହିତ ୧୨୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା।
ଚିତଲପୁର ଗ୍ରାମର ବୁଲୁ ନାଏକ ଠାରୁ ୧୦୦ ଲିଟର ଦେଶୀ ରନ୍ଧା ମଦ ଏବଂ ନହଡl ଗ୍ରାମର ଜିତେନ୍ଦ୍ର ନାଏକ ନିଜ ମଟର ସାଇକେଲ ଯୋଗେ କୁନୁଆଁ ଅଞ୍ଚଳରେ ଆଣି ମଦ ବିକ୍ରି କରୁଥିବା ବେଳେ ମଟର ସାଇକେଲ ସହିତ ୧୨୫ ଲିଟର ରନ୍ଧା ମଦ ଜବତ କରାଯାଇଥିଲା। ୩ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଜି ବିଭାଗ ପକ୍ଷରୁ ପୃଥକ ପୃଥକ ୩ ତିନୋଟି ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ବେଳେ ଜାମିନି ନାମlଞ୍ଜୁର ହୋଇ ଯିବାରୁ ଜେଲକୁ ପଠାଇ ଦିଆଯାଇଥିବା ଜଣାପଡିଛି। ମୋବାଇଲ ସ୍କ୍ୱାର୍ଡ ସବ ଇନ୍ସପେକ୍ଟର ଛାୟା କାନ୍ତ ନାଏକଙ୍କ ନେତୃତ୍ୱରେ ଆଜିର ଏହି ଚଢଉରେ ଏ ଏସ ଆଇ ସମୀର ମହାଳିକ, ଲିଟୁ ବିଶ୍ୱାଳ,ଗୋଲାପ ସାହୁ, ସତ୍ୟବ୍ରତ ମହାଳିକ ପ୍ରମୁଖ ସହଯୋଗ କରିଥିଲେ।
