ନିରାକାରପୁର, ୯/୩: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଜଂକିଆ ଥାନା ଓ ନିରାକାରପୁର ଥାନା ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ଗଂଜେଇ ଜବତ କରିବା ସହିତ ଦୁଇ ବେପାରୀ ଗିରଫ।ଘଟଣାରୁ ଜଣା ପଡିଛି ଖୋର୍ଦ୍ଧା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଟାଗିଂ ଅବକାରୀ ବିଭାଗର ଅଧିକାରୀ ନିରାକାରପୁର ଥାନା ଅନ୍ତର୍ଗତ ଉଗ୍ରତାରା ଛକରେ ଚଢ଼ାଉ କରି ୧୨. ୩୦୦ଗ୍ରାମ ଗଂଜେଇ ଜବତ କରି ବେପାରୀ କନ୍ଧମାଳ ଜିଲ୍ଲା ର ବିଭସ୍ଛ ଦିଗାଲକୁ ଗିରଫ କରିଥିବା ବେଳେ ଜଂକିଆ ଥାନା ଅନ୍ତର୍ଗତ ମଳିପଡା ଠାରେ ଚଢାଉ କରି ଚିତ୍ତରଞ୍ଜନ ଶ୍ରୀଚନ୍ଦନ ଠାରୁ ୨,୩୦୦ଗ୍ରାମ ଗଂଜେଇ ଜବତ କରି ଥାନାରେ ୭୭/୨୨ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
