ଚଣ୍ଡିଖୋଲ,୬/୪ ; ଯାଜପୁର ଜିଲ୍ଲା ସମେତ ପଡୋଶୀ ଜିଲ୍ଲା ଗୁଡିକରେ ଲୁଟପାଟ ଓ ଚୋରି ଡକାୟତି କାଣ୍ଡ ଘଟାଇ ପୋଲିସ ପାଇଁ ମୋଷ୍ଟ ଉଆଣ୍ଟେଡ ହୋଇଥିବା ଏକ ଲୁଟେରା ଗ୍ୟାଙ୍ଗର ୩ ଜଣଙ୍କୁ ବଡଚଣା ଥାନା ପୋଲିସ ଗିରଫ କରିବାକୁ ସକ୍ଷମ ହୋଇଛି! ଗିରଫ ପରେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ସମେତ ଅନ୍ୟାନ୍ୟ ଚୋରି ସାମଗ୍ରୀ ଜବତ ହୋଇଛି! ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାର ଗତ କିଛି ଦିନ ତଳେ ଚଣ୍ଡିଖୋଲ ଫାଣ୍ଡି ଅଞ୍ଚଳର ୩ ଜଣଙ୍କ ଘରୁ ଚୋରି ଯାଇଥିବା ସାମଗ୍ରୀ ବୋଲି ପୋଲିସ ସୂଚନା ଦେଇଛି! ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ବାବୁଲା ପ୍ରଧାନ (୬୦) ସାଗର ଦାସ (୪୮) ଓ ରମେଶ ଦାସ (୫୫) ! ଏମାନେ ସମସ୍ତେ କେଳା ସମ୍ପ୍ରଦାୟର ବୋଲି ଜଣାପଡିଛି! ! ପୋଲିସ ସୂଚନା ମୁତାବକ ବଡ଼ଚଣା ଥାନା ତଥା ଚଣ୍ଡିଖୋଲ ଫାଣ୍ଡି ଅନ୍ତର୍ଗତ ବିବେକାନନ୍ଦ କମ୍ପ୍ଲେକ୍ସ, କୁନ୍ଦଳ ଗ୍ରାମ ଓ ଶାନ୍ତିପୁର ଗ୍ରାମର ତିନି ପରିବାରଙ୍କ ଘରେ ପଶି ଏମାନେ ନଗଦ ଟଙ୍କା ସହିତ ସୁନା ଓ ରୁପା ଅଳଙ୍କାର ଚୋରି କରି ଫେରାର ହୋଇଯାଇଥିଲେ ! ଏହି ପରିବାର ପକ୍ଷରୁ ଚଣ୍ଡିଖୋଲ ଫାଣ୍ଡିରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଥାନା କେଶ ନମ୍ବର ୨୨/୨୪,୨୯/୨୪ ଓ ୭୨/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିଲା ! ତେବେ ଲୁଟେରା ମାନେ ଶୁକ୍ରବାର ସକାଳେ ଚୋରି ସାମଗ୍ରୀକୁ ବିକ୍ରି କରିବା ପାଇଁ ଧର୍ମଶାଳା ଥାନା ଅନ୍ତର୍ଗତ ଜାରକା ବଜାରକୁ ଯାଉଥିବା ନେଇ ଖବର ପାଇ ଥାନାଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଜେ ଆବେଦିନ ସଦଲବଳେ ଜାରକା ବଜାରରେ ପହଞ୍ଚି ଏମାନଙ୍କୁ ଗିରଫ କରି ବଡ଼ଚଣା ଥାନାକୁ ଆଣିଥିଲେ ! ଚୋରି ସମ୍ବନ୍ଧରେ ଏମାନଙ୍କୁ ପଚରାଉଚୁରା ସମୟରେ ସେମାନେ ଘରେପଶି ଏହି ଚୋରି କରିଥିବା ପୋଲିସ ଆଗରେ ସ୍ୱୀକାର କରିଥିଲେ ! ଏମାନଙ୍କ ପାଖରୁ ଚୋରି ଯାଇଥିବା ୩ ଟି ସୁନା ଚେନ, ୬ଟି ସୁନା ମୁଦି, ୪ଟି ସୁନା ଲକେଟ ଓ ଦୁଇ ହଳ ରୂପା ପାଉଁଜିକୁ ପୋଲିସ ଜବତ କରିଥିଲା! ପରେ ପୋଲିସ ଉଦ୍ଧାର ହୋଇଥିବା।ଏସବୁକୁ ସାମଗ୍ରୀକୁ ୩ଟି ପରିବାରକୁ ହସ୍ତାନ୍ତର କରିଥିଲା! ଗିରଫ ତିନି ଲୁଟେରାଙ୍କ ନାମରେ ଯାଜପୁର ଓ ଅନ୍ୟାନ୍ୟ ଜିଲ୍ଲାର ଏକାଧିକ ଥାନାରେ ମାମଲା ରହିଥିବା ପୋଲିସ ପ୍ରକାଶ କରିଛି! ଗିରଫ ଲୁଟେରାଙ୍କୁ ପୋଲିସ ଶନିବାର ଦିନ କୋର୍ଟ ଚାଲାଣ କରିଥିବା ଜଣାଯାଇଛି !