Odisha news

ବଡଚଣାରେ ମନୋରମାଙ୍କ ବାଇକରାଲି:ନିର୍ବାଚନ ପୂର୍ବରୁ ଉପସ୍ଥିତ ଯାହିର

0

ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରେ ସାଧାରଣ ନିର୍ବାଚନ ପୂର୍ବରୁ ରାଜନିତି ତେଜିବାରେ ଲାଗିଛି! ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଓ ବନ୍ଧୁମିଳନ ଆଳରେ ଅନ୍ୟମାନେ ସ୍ଥିତି ଯାହିର କରୁଥିଲାବେଳେ ରବିବାର ଦିନ ବଡଚଣାର ନାରିନେତ୍ରୀ ମନୋରମା ଆଚାର୍ଯ୍ୟ ଚଣ୍ଡିଖୋଲ ଠାରୁ ଛତିଆ ପର୍ଯ୍ୟନ୍ତ ଏକ ବଡ ବାଇକରାଲି କରି ଏଠାରେ ନିଜ ସ୍ଥିତି ଯାହିର କରିଛନ୍ତି!ଚଣ୍ଡିଖୋଲର ନୂଆସୁଙ୍ଗୁଡା ମନ୍ଦିର ନିକଟରୁ ଏହି ରାଲି ବାହାରି ଚଣ୍ଡିଖୋଲ ବଜାର ,ବଡଚଣା ଓ ଛତିଆ ବାଟଦେଇ ଅମରାବତୀ ପୀଠରେ ପହଞ୍ଚିବା ପରେ ସେଠାରେ ଏକ ପଥପ୍ରାନ୍ତ ସଭା ଆୟୋଜିତ ହୋଇଥିଲା! ମନୋଜ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଶ୍ରୀମତୀ ଆଚାର୍ଯ୍ୟ ଦୀର୍ଘ ଦିନହେବ ବିଜେଡି ଦଳରେ ବିଭିନ୍ନ ପଦ ପଦବୀରେ ରହି ବଡଚଣାବାସୀଙ୍କ ସେବା କରିଆସୁଥିଲା ବେଳେ ଏବେ ଆଗାମୀ ନିର୍ବାଚନରେ ପ୍ରତ୍ୟକ୍ଷ ଭାବେ ଭାଗନେବାକୁ ଘୋଷଣା କରି ଏଥିପାଇଁ ବଡଚଣାବାସୀଙ୍କ ଆଶୀର୍ବାଦ କାମନା କରିଥିଲେ! ଏହି ବାଇକରାଲିରେ ସାମିଲ ହୋଇଥିବା ଯୁବ କର୍ମୀ ମାନେ ମନୋରମାଙ୍କୁ ବଡଚଣାର ନେତ୍ତୃତ୍ୱ ଦେବାକୁ ଦାବି କରିଥିଲେ! ପ୍ରଭାସ ଜେନାଙ୍କ ସହିତ ବହୁ ଆଗୁଆ କର୍ମୀ ଏହି ବାଇକରାଲିର ନେତ୍ତୃତ୍ୱ ନେଇଥିଲେ! ମନୋରମାଙ୍କ ଆଜିର ଏହି କାର୍ଯ୍ୟକ୍ରମ ବଡଚଣାରେ ଚର୍ଚ୍ଚା ସୃଷ୍ଟି କରିଛି!

Govt
Leave A Reply