Odisha news

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲ ଗୁରୁତର ଅଶୁସ୍ତ

0
ଚଣ୍ଡିଖୋଲ :  ରାଜ୍ୟର ବୟୋଜ୍ୟେଷ୍ଠ ଓ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନିଳମଣି ସାମଲଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିବା ଜଣାପଡିଛି! ସେ ଏବେ ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ବାଲିପଡିଆ ସ୍ଥିତ ନିଜ ଘରେରହି ଚିକିତ୍ସିତ ହେଉଛି!ଏବେ ସେ ଭଲଭାବେ ଖାଦ୍ୟ ଗ୍ରହଣ କରିପାରୁ ନଥିବାରୁ ଅତ୍ୟନ୍ତ ଦୁର୍ବଳ ଓ ସଜ୍ୟାସାୟି ହୋଇଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି! ଏହି ବର୍ଷିଆନ ସଂଗ୍ରାମୀଙ୍କ ବୟଷ ଏବେ ୧୦୩ ବର୍ଷ! ସେ ଗତ କିଛିଦିନ ପୂର୍ବରୁ ଅଶୁସ୍ତ ହୋଇ ପଡିବାରୁ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ହସ୍ତକ୍ଷେପରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା! ସେଠାରେ ଚିକିତ୍ସା ଓ ପରିକ୍ଷା ନିରିକ୍ଷା ପରେ ଗତ ୪/୫ ଦିନହେବ ଘରକୁ ଫେରି ଆସିଥିଲେ! ହେଲେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ନାରେ ଉନ୍ନତି ପରିବର୍ତ୍ତେ ଅବନତି ହେଉଥିବା ଜଣାପଡିଛି! ସଂଗ୍ରାମୀ ନିଳମଣି ନିଜର ଦେଶସେବା ପାଇଁ ଦେଶର ରାଷ୍ଟ୍ରପତିଙ୍କ ଠାରୁ ଦୁଇଦୁଇ ଥର ସମ୍ମାନିତ ହୋଇଛନ୍ତି! ଏଥିସହ ତାଙ୍କୁ ଆମରାଜ୍ୟ ଓ ଦେଶର ବିଭିନ୍ନ ସମ୍ମାନ ଜନକ ସଂସ୍ଥା ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଛି! ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ,ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟର
 ସମ୍ପାଦକ ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀ,ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ଚଣ୍ଡିଖୋଲ କୋର୍ଟ ବାର ଆସୁସିଏସନ ସମ୍ପାଦକ ପ୍ରକାଶଚନ୍ଦ୍ର ଦାଶଙ୍କ ସହ ବହୁ ବୁଦ୍ଧିଜୀବୀ ଓ ଆନେକ ଗଣ ସଙ୍ଗଠନର ପ୍ରମୁଖମାନେ ଏହି ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶ ସେବକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି!
Leave A Reply