ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ବ୍ଳକର ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ଶନିଶ୍ଚର ଏସ.ଏସ.ଜି ଗ୍ରୁପର ସଭାପତିଙ୍କ ନାମରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି ଗୃପର ସଦସ୍ୟା ମାନେ ! ଏବେ ଏହି ଅର୍ଥ ତୋଷରପାତ ଘଟଣା ଥାନାରେ ପହଞ୍ଚିଛି! ଗୃପର ବହୁ ମହିଳା ସଦସ୍ୟା ବାଲିଚନ୍ଦ୍ରପୁର ଥାନାରେ ପହଞ୍ଚି ଗୃପ ସଭାପତିଙ୍କ ବିରୁଦ୍ଧରେ ଅଭିଯୋଗ ଦେବାସହ ତାଙ୍କୁ ତୁରନ୍ତ ଗିରଫକରି ଲୁଟିଟଙ୍କା ଆଦାୟ ପାଇଁ ଦାବି କରିଛନ୍ତି! ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି! ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅନ୍ତେର୍ଗତ ନାନପୁର ପାଟଣା ଗ୍ରାମରେ ଏପରି ଘଟଣା ଘଟିଛି!! ନିରୀହ ସାଧାରଣ ମହିଳା ସଦସ୍ୟାଙ୍କୁ ଠକି ଏସେଚଜି ସଭାପତି ଟଙ୍କା ଓ ସୁନା ନେଇ ନିଜଘର ଛାଡି ରାତି ଅଧରେ କେଉଁଆଡେ ଫେରାର ହୋଇଯିବି ପରି ସଙ୍ଗିନ ଅଭିଯୋଗ ହୋଇଛି! କେନ୍ଦ୍ରାପଡା ଜିଲ୍ଲା ଠାକୁର ପାଟଣା ନିବାସୀ ସସ୍ମିତା ସାହୁ ଓ ତାଙ୍କ ପରିବାର ଦୀର୍ଘ ୨୫ ବର୍ଷ ହେବ ସେଠାରୁ ଆସି ନାନପରୁ ପାଟଣା ଗ୍ରାମରେ ରହି ସନିଶ୍ଚର ଏସଏଚଜି ଗ୍ରୁପର ସଭାପତି ଭାବେ ନିର୍ବାଚିତ ହୋଇଥିଲେ! ଉକ୍ତ ଗ୍ରାମର ସାଧାରଣ ମହିଳା ଓ ଏସ.ଏସ.ଜି ସଦସ୍ୟାଙ୍କୁ ବିଭିନ୍ନ ସ୍କିମର ସୁବିଧା ଦେବାକୁ କହି ଗତ କିଛିଦିନ ହେବ ଠକେଇ କରିବା ସହ ସେମାନଙ୍କ ଠାରୁ ସୁନା ଗହଣା ବନ୍ଧକଭାବେ ରଖିଥିଲେ! ତେବେ ଗତରାତି ଅଧରେ ଘରର ସମସ୍ତ ଆସବାପତ୍ର ନେଇ ଭଡାଘର ଜାଡି କେଇଁଆଡେ ଫେରାର ହୋଇ ଯାଇଛନ୍ତି! ଏହାକୁ ନେଇ ଶତାଧିକ ମହିଳା ସଦସ୍ୟା ଆଜି ବାଲିଚନ୍ଦ୍ରପୁର ଥାନାରେ ପହଂଚି ଥାନା ଅଧିକାରିଣୀଙ୍କ ନିକଟରେ ଅଭିଯୋଗ କରିବା ସହ ଫେରାର ସଭାପତି ସସ୍ମିତା ସାହୁଙ୍କୁ ତୁରନ୍ତ ଗିରଫ କରି ତାଙ୍କଠାରୁ ସଦସ୍ୟା ମାନଙ୍କ ଟଙ୍କା ଓ ସୁନା ଆଦାୟ କରିବାକୁ ଅନୁରୋଧ କରିଥିଲେ! ସେ ସଦସ୍ୟା ମାନଙ୍କ ଅଯାଣତରେ ବିଭିନ୍ନ ଫାଇନାନ୍ସ ସଂସ୍ଥାରୁ ଋଣ ସେହି ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି! ଯାହାକୁ ନେଇ ଶତାଧିକ ସଦସ୍ୟା ରୁଣଟଙ୍କା କିପରି ପରିଶୋଧ କରିବେ ତାକୁନେଇ ଏବେ ମର୍ମାହତ ହୋଇପଡିଛନ୍ତି!