ଚଣ୍ଡିଖୋଲ/ଚଡେଇଧରା : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ କଟକ ବନଖଣ୍ଡର ବୈରୀ ଡାଳିଯୋଡା ଗଡମଧୁପୁର ଫରେଷ୍ଟ ସେକସନ ଅନ୍ତର୍ଗତ ବାରମାଣ ମୌଜର ଝୋଟମୁଣ୍ଡା ପାହାଡରୁ ବଡବଡ ମେସିନ ଓ ଟ୍ରକ ଯୋଗେ ମାଫିଆ ମାନେ ବ୍ୟାପକ କଳାପଥର ଚୋରି କରୁଥିବା ଖବରପାଇ ରବିବାର ବନ ବିଭାଗ ପକ୍ଷରୁ ହଠାତ ଚଢାଉ କରାଯାଇଥିଲା! ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଏହି ଚଢାଉ କରିବା ଦେଖି ମାଫିଆମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ! ତେବେ କଳାପଥର ଚୋରିରେ ବ୍ୟବହୃତ ହେଉଥିବା ଏବଂ ପାହାଡରୁ କଳାପଥର ତାଡୁଥିବା ଏକ ପ୍ରୋକଲିନ ମେସିନକୁ ଘଟଣା ସ୍ଥଳରୁ ବନବିଭାଗ ଅଧିକାରୀ ମାନେ ଜବତ କରିଥିଲେ! ଏହି।ଝୋଟମୁଣ୍ଡା ପାହାଡକୁ ଜଙ୍ଗଲ ବିଭାଗ ପକ୍ଷରୁ ବହୁ ବର୍ଷ ପୂର୍ବରୁ ନିଶିଦ୍ଧ ଅଞ୍ଚଳ ଭାବେ ଘୋଷଣା କରାଯାଇ ସେଠାରେ ବନିକରଣ କରାଯାଇଥିଲା! ତେବେ ପଥରଚୋର ମାନେ ସେଠାରେ ବିଷ୍ଫୋରଣକରି ଜଙ୍ଗଲ ନଷ୍ଟକରିବା ସହ ବ୍ୟାପକ କଳାପଥର ଲୁଟିଚାଲିଛନ୍ତି! ଯାହାକୁନେଇ କିଛିଦିନ ପୂର୍ବରୁ ସେହି ପାହାଡରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ୧୪୪ ଧାରା ଯାରୀ କରାଯାଇଥିଲା! ହେଲେ ତାହାକୁ ଖାତିର ନକରି ମାଫିଆମାନେ ପୁଣି ଏହି ପାହାଡରୁ ଲକ୍ଷ ଲକ୍ଷ ଟଙ୍କାର କଳାପଥର ଲୁଟି ଚାଲିଥିଲେ!ଏ ସମ୍ପର୍କରେ ଅଭିଯୋଗ ହେବାରୁ ରବିବାର ସକାଳୁ କଟକ ଡିଏଫଓଙ୍କ ନିର୍ଦ୍ଦେଶରେ ଓ ଗଡମଧୁପୁର ଫରେଷ୍ଟର ସାକିର ହୋସେନଙ୍କ ସହଯୋଗରେ ବୈରୀ ରେଞ୍ଜର ହିମାଂଶୁ ଶେଖର ପୃଷ୍ଟି, ଟମକା ରେଞ୍ଜର ଶଶିକାନ୍ତ ବେହେରା ,ଫରେଷ୍ଟର ମାଣିକ ମୁଣ୍ଡାଙ୍କୁ ନେଇ ବନ ବିଭାଗଳ ଏକ ସ୍ୱତନ୍ତ୍ର ଟିମ ଜେନାପୁର ଥାନା ଓ ଚଡେଇଧରା ଚେକପୋଷ୍ଟ ପୋଲିସ ସହାୟତାରେ ସେଠାରେ ଚଢାଉ କରିଥିଲେ! ଚଢାଉ ଦେଖି ମାଫିଆମାନେ ସେଠାରୁ ଖସି ପଳାଇଥିଲା ବେଳେ ଅଧିକାରୀ ମାନେ ସେଠାରେ ପଥର ଖୋଳୁଥିବା ଏକ ଶକ୍ତିଶାଳୀ ପ୍ରୋକଲିନ ମେସିନକୁ ଜବତ କରିଥିଲେ! ପରେ ଏହି ମେସିନକୁ ଟଲରଳେ ଲୋଡକରି ବୈରୀ ସ୍ଥିତ ରେଞ୍ଜ ଅଫିସକୁ ନିଆଯାଇଥିଲା! ଏହି ଚଢାଉ ପରେ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି! ଆଗକୁ ନିୟମିତ ଭାବେ ଏପରି ଚଢାଉ ଯାରୀ ରହିବ ବୋଲି ଜଙ୍ଗଲ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି