ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ କୋର୍ଟ ତାଲୁକ ଆଇନ ସେବା କେନ୍ଦ୍ର ପକ୍ଷରୁ ବଡଚଣା ବ୍ଳକର ଧାନମଣ୍ଡଳ ହୋଲିଯେଶସ ବିଦ୍ୟାଳୟ ପରିସରରେ ବିଶ୍ୱ ମାନବାଧିକାର ଦିବସ ପାଳିତ ହୋଇଯାଇଛି! ତାଲୁକ ଆଇନ ସେବା କେନ୍ଦ୍ର ଅଧ୍ୟକ୍ଷ ତଥା ଚଣ୍ଡିଖୋଲ କୋର୍ଟର ବରିଷ୍ଠ ବିଚାରପତି ସୌଭାଗ୍ୟରଞ୍ଜନ ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନବାଧିକାର ଦିବସ ବିଷୟକୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା! ବିଚାରପତି ଶ୍ରୀ ସ୍ୱାଇଁ ମାନବୀକ ଅଧିକାରର ବିଭିନ୍ନ ଦିଗ ଓ ତାତ୍ପର୍ଯ୍ୟ ସମ୍ପର୍କରେ ଉପସ୍ଥିତ ବୁଦ୍ଧିଜୀବୀ ଓ ସ୍କୁଲ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ବୁଝାଇଥିଲେ!ଏଥିରେ ଚଣ୍ଡିଖୋଲ କୋର୍ଟ ବାର ଆସୁସିଏସନ ସଭାପତି ରେଣୁବାଳା ମହାନ୍ତି, ହୋଲିଯେଶସ ବିଦ୍ୟାଳୟର ଅଧ୍ୟକ୍ଷା କାମିନୀ ନାୟକ,ସରକାରୀ ଓକିଲ ଦେବରାଜ ବେହେରା,ପ୍ରତିମାରାଣୀ ସାହୁ ପ୍ରମୁଖ ଯୋଗଦେଇ ମାନବାଧିକାର ସମ୍ପର୍କରେ ବିଭିନ୍ନ ସଚେତନତା ବାର୍ତ୍ତା ଦେଇଥିଲେ! ତାଲୁକ ସେବା ରିଟେନର କିଶୋର ନାୟକ,ଆଇନଜୀବୀ ଯୋତିଶଙ୍କର ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ!