Odisha news

ଉଦୀୟମାନର ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଲେ ୪ ହଜାରରୁ ଉର୍ଦ୍ଧ୍ବ ପ୍ରତିଯୋଗୀ

0
ଚଣ୍ଡିଖୋଲ : ଅଗ୍ରଣି ସାମାଜିକ ଅନୁଷ୍ଠାନ ଉଦୀୟମାନର ଆସନ୍ତା ଗାନ୍ଧୀ ଜୟନ୍ତୀ ପରିପେକ୍ଷୀରେ ଆୟୋଜିତ ୨୨ ତମ ରାଜ୍ୟସ୍ତରୀୟ  ପ୍ରବନ୍ଧ , ଚିତ୍ରାଙ୍କନ , ସାଧାରଣଜ୍ଞାନ , ବକ୍ତୃତା ପ୍ରତିଯୋଗିତା  ଚଣ୍ଡିଖୋଲ କଲେଜ ପରିସରରେ ଆୟୋଜିତ ହୋଇଥିଲା! ଏଥିରେ ଚଳିତବର୍ଷ  ମୋଟ ୪,୩୮୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ! ଯାଜପୁର ,କେନ୍ଦ୍ରାପଡା , କଟକ ,ଭଦ୍ରକ , ଜଗତସିଂହପୁର , ଢେଙ୍କାନାଳ ,ଖୋର୍ଦ୍ଧା ,ପୁରୀ ,ବାଲେଶ୍ବର ,କେନ୍ଦୁଝର ,ମୟୂରଭଞ୍ଜ ଆଦି ୧୧ ଗୋଟି ଜିଲ୍ଲାର ବିଦ୍ୟାଳୟ ,ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ! ବିଚାରକ ଭାବେ ଶିକ୍ଷାବିତ ପ୍ରସନ୍ନ କୁମାର ଜେନା , ଡ଼ ଦିଲ୍ଲୀପ କୁମାର ନାୟକ , ଅଧ୍ୟାପକ ପ୍ରଣବ ପ୍ରକାଶ ଦାଶ , ଅମ୍ବିକା ପ୍ରସାଦ ମିଶ୍ର , ପ୍ରାକ୍ତନ ପ୍ରଧାନ ଶିକ୍ଷକ ଡ଼ ସୁଧୀର ଚନ୍ଦ୍ର ସାମଲ , କେଦାର ନାଥ ସାହୁ , କାହ୍ନୁଚରଣ ସାହୁ ,ନଟବର ପ୍ରଧାନ , ଶିକ୍ଷୟତ୍ରୀ ପୁଷ୍ପଲତା ମହାନ୍ତି , ଶ୍ରୀମତୀ ରାଉତ , ରଶ୍ମିତା ସେଠୀ , ଅରୁଣୀ ନନ୍ଦ , ବିନୋଦିନୀ ଦାସ , ରଜନୀଗନ୍ଧା ନାୟକ ପ୍ରମୁଖ ଯୋଗଦେଇଥିଲେ! ପଣ୍ଡିତ ହିମାଂଶୁ ଶେଖର ପଣ୍ଡାଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତରହି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ! ଅନୁଷ୍ଠାନର ବାର୍ଷିକ ଉତ୍ସବ ଅକ୍ଟୋବର ୨ତାରିଖ ପବିତ୍ର ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ନୃତ୍ୟ ଓ ସଂଗୀତ ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଅନୁଷ୍ଠାନର ସଭାପତି ଅବିନାଶ ଜେନା ଓ ସମ୍ପାଦକ ଅନୀଲକୁମାର ଦାସ ସୂଚନା ଦେଇଛନ୍ତି!
Leave A Reply