Odisha news

ବ୍ରାହ୍ମଣୀ ନଦୀ ଜଳରେ ଭାସି ଆସିଥିବା ଅପରିଚିତ ଯୁବତୀଙ୍କ ମୃତଦେହ ଉଦ୍ଧାର

0
ଚଣ୍ଡିଖୋଲ : ବ୍ରାହ୍ମଣୀ ନଦୀ ଜଳ ସ୍ରୋତରେ ଭାସି ଆସିଥିବା ଜଣେ ଅପରିଚିତ ଯୁବତୀଙ୍କ ମୃତଦେହକୁ ଯାଜପୁର ଜିଲ୍ଲାର ଜେନାପୁର ଥାନା ପୋଲିସ ଶନିବାର ଦିନ ଉଦ୍ଧାର କରିଛି! ଉଦ୍ଧାର ହୋଇଥିବା ମୃତଦେହ କେଉଁଠୁ ଓ କେଉଁ ପରିସ୍ଥିତିରେ ଜଳ ସ୍ରୋତରେ ଭାସି ଆସିଲା ତାକୁନେଇ ସାଧାରଣରେ ନାନା କଥା ଆଲୋଚନା ହେଉଛି! ସପୃକ୍ତ ମୃତା ଯୁବତୀଙ୍କ ବୟଷ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡିଛି! ବ୍ରାହ୍ମଣ ନଦୀର ମଣିଛକ ଘାଟ ନିକଟରେ ଏହି ମୃତଦେହ ଭାସୁଥିବା ଖବର ପାଇ ଜେନାପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ତାହାକୁ ଉଦ୍ଧାର କରିଥିଲା! ପରେ ଏହି ମୃତଦେହକୁ ପୋଲିସ ବ୍ୟବଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଏ ସମ୍ପର୍କରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି! ଏଥିନେଇ ପୋଲିସ ଥାନା କେଶ ନମ୍ବର ୧୯/୨୩ରେ ଏକ ଅପମୃତ୍ୟୁ ମାମଲା ପଞ୍ଜିକରଣ କରିଥିବା ଜଣାପଡ଼ିଛି
Leave A Reply