ଚଣ୍ଡିଖୋଲ : ଧର୍ମଶାଳା ବ୍ଲକ ମଧୁସୁଦନପୁର ପଂଚାୟତ ଅନ୍ତର୍ଗତ ସୋରେଇ ଦଳେଇସାହିର ସରକାରୀ ସହାୟତାରୁ ବଂଚିତ ଏକ ଅସହାୟ ପରିବାରକୁ ଭେଟିଛନ୍ତି ଧର୍ମଶାଳାର ପୂର୍ବତନ ବ୍ଲକ ଅଧ୍ୟକ୍ଷ କିଷାନ ପଣ୍ଡା । ସେମାନଙ୍କ ଅସୁବିଧା ସଂପର୍କରେ ଅବଗତ ହେଲା ପରେ ସଂପୃକ୍ତ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଉଦ୍ୟମ କରିବେ ବୋଲି ଶ୍ରୀ ପଣ୍ଡା ପ୍ରତିଶୃତି ଦେଇଛନ୍ତି । ପ୍ରକାଶଯେ ପଂଚାୟତର ୨ ନମ୍ବର ୱାର୍ଡରେ ରହୁଥିବା ଗୋଟିଏ ପରିବାରର ୪ ଜଣ ରୋଗରେ ପିଡୀତ ହୋଇଛନ୍ତି । ଦୁଇଜଣ ଭେଣ୍ଡିଆ ପୁଅ ପ୍ରକାଶ ଦଳେଇ (୪୦) ଓ ଶିବା ଦଳେଇ (୩୮) ଓ ଝିଅ ମକ୍ଟକ୍ସର ଦଳେଇ (୪୨) ଜନ୍ମରୁ ମାନସୀକ ବିକାରଗ୍ରସ୍ତ ହୋଇଥିବା ବେଳେ ପରିବାରର ଏକମାତ୍ର ରୋଜଗାରକ୍ଷମ ବାପା ନୂର ଦଳେଇ ୫ ବର୍ଷତଳେ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତୁ୍ୟ ମୁଖରେ ପଡିଛନ୍ତି ।
ବାପାଙ୍କ ମୃତୁ୍ୟପରେ ଏମାନଙ୍କ ଦୁଃଖ ବୋଝଉପରେ ନଳିତାବିଡା ସଦୃଶ ହୋଇଯାଇଛି । ମା ବେଙ୍ଗ ଦଳେଇ (୬୫) ଅନ୍ୟଘରେ କାମ କରି ପରିବାର ଚଳାଇ ଆସୁଥିଲେ ହେଲେ ୪ ମାସ ହେଲା ସେ ପକ୍ଷାଘାତର ରୋଗର ଶୀକାର ହୋଇ ଶଯ୍ୟାସାୟୀ ଅଛନ୍ତି । ଏହି ପରିବାରର ସମସ୍ୟା ସଂପର୍କରେ ଅବଗତ ହୋଇ ଆଜି ଧର୍ମଶାଳା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ପିସିସି ରାଜ୍ୟ ସାଧାରଣ ସଂପାଦକ କିଷାନ ପଣ୍ଡା ସେଠାରେ ପହଁଚିବା ସହ ପରିବାରର ବିଭିନ୍ନ ସମସ୍ୟା ସଂପର୍କରେ ପଚାରି ବୁଝିଥିଲେ । ସେମାନଙ୍କ ପାଇଁ ତୁରନ୍ତ ଏକ ପକ୍କାଘର ଯୋଗାଇ ଦେବାକୁ ସରକାରୀ ସ୍ତରରେ ଉଦ୍ୟମ କରିବା ସହ ଚିକିସ୍ôା ପାଇଁ ଆବଶ୍ୟକ ଅଥଁ ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଶ୍ରୀ ପଣ୍ଡାଙ୍କ ସହ କୃଷକ ନେତା ବସନ୍ତ କୁମାର ପରିଡା, ପବନ ବେହେରା, କାହ୍ନୁ ଚରଣ ନାୟକ, ଦେବାଶିଷ ପରିଡା ପ୍ରମୁଖ ଉକ୍ତ ଅସହାୟ ପରିବାରକୁ ଭେଟିଥିଲେ ।