Odisha news

ରାୟଗଡା : କରୋନା ରୋକିବା ପାଇଁ ଚିହ୍ନଟ ଅଭିଯାନ ଆରମ୍ଭ

0

ରାୟଗଡା : କରୋନା ମହାମାରୀକୁ ରୋକିବା ପାଇଁ ଓଡିଶା ସରକାର ଏକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମୁତାବକ ସମଗ୍ର ରାଜ୍ୟରେ ଘର ଘର ବୁଲି ଲୋକଙ୍କ ଠାରେ କରୋନା ଲକ୍ଷଣ ଅଛି କି ନାହିଁ ତାହା ଚିହ୍ନଟ କରାଯିବ । ଏହି ପରିପ୍ରେକ୍ଷୀରେ ଆଜି ରାୟଗଡା ଜିଲ୍ଲାରେ ଆରମ୍ଭ ହୋଇଛି କରୋନା ଅଭିଯାନ ଚିହ୍ନଟ ଅଭିଯାନ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକଙ୍କ ନିର୍ଦେଶକ୍ରମେ ୪୧୪ଜଣ ଏଏନଏମ ଓ ୧୮୨୭ଜଣ ଆଶାକର୍ମୀ କରୋନା ଚିହ୍ନଟ ଅଭିଯାନରେ ସାମିଲ ହୋଇଛନ୍ତି । ଏହି ଅଭିଯାନ ଜିଲ୍ଲାର ୧୧ଗୋଟି ବ୍ଲକରେ ଆସନ୍ତା ଜୁଲାଇ ୩୧ ତାରିଖ ଯାଏଁ ଚାଲିବା ବୋଲି ଡ଼ଃ ନାୟକ ସୂଚନା ଦେଇଛନ୍ତି । ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି ଏଏନଏମ ଓ ଆଶାକର୍ମୀ । ଯଦି କୌଣସି ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଥିଲେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ରହିଛି ।

Leave A Reply