କୋଣାର୍କ : କରୋନା ପାଇଁ ସଟଡାଉନ ଓ ବର୍ଷା ଯୋଗୁଁ କୋଣାର୍କ ସହିତ ଏହାର ଆଖପାଖ ଅଞ୍ଚଳରେ ରଜ ଉତ୍ସବ ଫିକା ପଡିଥିଲା ଯାହାଦ୍ଵାରା ରଜ ଦୁଇ ଦିନ ଅର୍କକ୍ଷେତ୍ର ପୁରା ଖାଁ ଖାଁ ଦିଶୁଥିଲା କିନ୍ତୁ ରଜର ଶେଷ ମଙ୍ଗଳବାର ଦିନ ଅପରାହ୍ନରେ ପାଗ ମୁଖ୍ୟତ ଶୁଖିଲା ଥିବାରୁ ଚନ୍ଦ୍ରଭାଗା ବେଳା ମାର୍ଗରେ ଗହଳି ପରିଲକ୍ଷିତ ହୋଇଥିଲା। ନିଜ ପରିବାର ଓ ସାଙ୍ଗସାଥୀ ଙ୍କ ସହିତ କୁମାରୀ ଝିଅ ନବବିବାହିତ ମାନେ ବେଳମାର୍ଗକୁ ଆସି ବୁଲିବା ସହ ଶେଷ ରଜକୁ ଉପଭୋଗ କରିଥିଲେ।
ସେମାନେ ସାମାଜିକ ଦୁରତ୍ୟ କୁ ଭୁଲି ବିନା ମାସ୍କ ରେ ସମୁଦ୍ର ବେଳାରେ ଫୋଟୋ ଉଠାଇବା ସହ ଚନ୍ଦ୍ରଭାଗାର ବିସ୍ତୀଣ୍ଣ ବାଲୁକା ରାଶି ରେ ବସି ମଜାକରୁଥିବା ଦେଖାଯାଇଥିଲା।ଯାହା ଜଣା ପଡୁଥିଲା ସତେ ଯେପରି ପ୍ରାଣ ଘାତି କରୋନା ଏମାନଙ୍କର କିଛି କରିପାରିବନି? ସେପଟେ ମା ଭଗବତୀ ପୀଠରେ ଦୀର୍ଘ ୨୦ ବର୍ଷ ଧରି ଅର୍କଶ୍ରୀ ଦ୍ୱାରା ଆୟୋଜନ କରାଯାଉଥିବା ରଜ ଉତ୍ସବ ଚଳିତ ବର୍ଷ କରୋନା ପାଇଁ ବନ୍ଦ କରାଯାଇ କେବଳ ଵିଧି ରକ୍ଷା ପାଇଁ ୫ରୁ୭ଜଣ ମହିଳା ସ୍ୱେଚ୍ଛାସେବୀ ଙ୍କୁ ନେଇ ମାଙ୍କ ପୀଠ ସଫେଇ କରାଯାଇ ବିଶ୍ୱ କୁ ଏହି ପ୍ରାଣ ଘାତୀ ମହାମାରିରୁ ଉଦ୍ଧାର ପାଇଁ ମା ଭାଗବତୀଙ୍କୁ ପୂଜାର୍ଚ୍ଚନା କରାଜିବାସହ ଦ୍ୱିତୀୟ ରଜସଂକାନ୍ତି ସନ୍ଧ୍ୟା ରେ ବିଶ୍ୱ ରେ ଆକ୍ରାନ୍ତ ହୋଇଥିବା ୨୧୩ ଦେଶକୁ କରୋନା ମୁକ୍ତ ପାଇଁ ୨୧୩ଟି ଦୀପ ଲଗାଯାଇଥିଲା।ଏବଂ ଶେଷ ରଜରେ ଅର୍କଶ୍ରୀ ର ସମ୍ପାଦକ ତଥା ରଜ ପର୍ବ ର ଆୟୋଜକ ଉମେଶ ଚନ୍ଦ୍ର ସ୍ବାଇଁ ଙ୍କ ନେତୃତ୍ୟ ରେ ଦଳିତ ଶ୍ରେଣୀର ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା।