Odisha news

ବେଆଇନ ପଥର ବ୍ୟବସାୟକୁ କେନ୍ଦ୍ରକରି ତାଳଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୋମାମାଡ: ୪ ଆହତ, ଘଟଣାକୁ ଚାପିଦେବାକୁ ଉଦ୍ୟମ

0

ଚଣ୍ଡିଖୋଲ,୦୨/୧୦ : ବେଆଇନ କଳା ପଥର ବ୍ୟବସାୟକୁ କେନ୍ଦ୍ର କରି ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ତଥା ଜେନାପୁର ଥାନା ଅଞ୍ଚଳ ସବୁବେଳେ ଚର୍ଚ୍ଚାରେ ରହିଛି! ଏଠାରେ ବେଆଇନ ଖଣି ଖନନକୁ ନେଇ ମାଫିଆମାନେ ଆତଙ୍କରାଜ ଚଳାଉଛନ୍ତି! ବହୁ ମାମଲା ଜେନାପୁର ଥାନାରେ ଦାୟରହୋଇ ତଦନ୍ତ ଚାଲିଥିଲା ବେଳେ ଏବେ ଆଉଏକ ସାଙ୍ଘାତିକ ଘଟଣା ଘଟିଛି! ବିଛାଖଣ୍ଡି ପଥରଖଣି ନିକଟ ତାଳଜଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଗଷ୍ଠିଙ୍କ ମଧ୍ୟରେ ଗଣ୍ଡଗୋଳ ଘଟି ବୋମାମାଡ ହୋଇଛି! ଏଥିରେ ୪ଜଣ ବ୍ୟକ୍ତି ଆହତ ହୋଇଥିବା କୁହାଯାଉଛି! ଚୋରା ପଥର ବ୍ୟବସାୟକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଛି! ଏହି ଘଟଣା ଶୁକ୍ରବାର ରାତିରୁ ଘଟିଥିଲେ ମଧ୍ୟ ତାହାକୁ ଚପାଇ ଦେବାକୁ ପଥର ମାଫିଆ ମାନେ ଉଦ୍ୟମ କରୁଛନ୍ତି! ସ୍ଥାନୀୟ ପୋଲିସ ଏ ବିଷୟରେ ସବୁକଥା ଜାଣିଥିବା କହୁଥିଲେ ମଧ୍ୟ କେହି ଏତଲା ଦେଇନଥିବାକୁ ଆଳକରି ଚୁପହୋଇ ବସିଛି ! ଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଏହି ବେଆଇନ ଖଣି ଅଞ୍ଚଳ ସର୍ବଦା ଅଶାନ୍ତ ରହିଆସୁଥିଲା ବେଳେ ସେଠାର କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ଦଳୀୟ ନେତାଙ୍କ ସପୃକ୍ତି ପରିବେଶକୁ ଅଧିକ ଜଟିଳ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି! ଏହି ସ୍ପର୍ଶକାତର ଘଟଣାରେ ଜେନାପୁର ପୋଲିସ ନିଜ ଆଡୁ ମାମଲା ରୁଜୁକରି ତଦନ୍ତ ଆରମ୍ଭକରିବା ସହ ଏହି ଅଞ୍ଚଳରେ ମାଫିଆରାଜକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଉଦ୍ୟମ କରୁବୋଲି ବୁଦ୍ଧିଜୀବୀ ମହଲରୁ ଦାବି ହୋଇଛି!

Nalco
Leave A Reply