Odisha news

ଅପହରଣ ଓ ଅସଦାଚରଣ ମାମଲାରେ ୪ ଗିରଫ ସହ କୋର୍ଟ ଚାଲାଣ

0

ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ପୁରୁଣିଆ-ବଙ୍ଗାଳିଡାହି ରାସ୍ତାରେ ଜନୈକା ନାବାଳିକାକୁ ଅପହରଣ କରି ଅସଦାଚରଣ କରିବା ମାମଲାରେ ବୈଶିଙ୍ଗା ପୁଲିସ ଚାରି ଜଣଙ୍କୁ ଗିରଫ କରିବା ସହିତ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଶନିବାର ରାତ୍ରି ୯ଘଟିକା ସମୟରେ ନାବାଳିକା ଜଣକ ନିଜ ଭାଇସହ ସାଇକେଲ ଯୋଗେ ରୁପସା ସ୍ଥିତ ମାମୁଁ ଘରକୁ ଏକ ଶୁଦ୍ଧିକ୍ରୀୟାରେ ଯୋଗଦେବାକୁ ଯାଉଥିବା ବେଳେ ପୁରୁଣିଆ – ବଙ୍ଗାଳିଡାହିର ଏକ ନିଛାଟିଆ ସ୍ଥାନରେ ଏକ କାର ରୁ ଓହ୍ଲାଇ ଚାରିଜଣ ଯୁବକ ମଦ ପିଉଥିବା ଅବସ୍ଥାରେ ଦୁଇ ଭାଇ ଏବଂ ଭଉଣୀ ମାନଙ୍କୁ କମେଣ୍ଟ ମାରିଥିଲେ। ସେମାନେ ପ୍ରତିବାଦ କରିବାରୁ ଭାଇକୁ ମାଡ ମାରି ତଳେ ପକାଇ ନାବାଳିକା ଭଉଣୀକୁ ଜୋରଜବରଦସ୍ତ କାର ଭିତରକୁ ଟାଣି ନେଇ ଅସଦାଚରଣ ଉଦ୍ୟମ କରିବା ସମୟରେ ଭାଇ ଜୀବନ ବିକଳରେ ଚିତ୍କାର କରିଥିଲେ। ଚିତ୍କାର ଶୁଣି କିଛି ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଅଟକାଇବା ସହ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବୈଶିଙ୍ଗା ଥାନାର ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ୪ଜଣ ଅଭିଯୁକ୍ତ ଟିକାୟତପୁର ଗ୍ରାମ ର ରାଜେଶ ମହାପାତ୍ର/ବାପୁନ(୩୦) , ପରେଶ ପାତ୍ର(୪୫), ଦେବାଶିଷ ଜେନା(୩୭) ଏବଂ ବାଲଚିତ୍ରୀ ଗ୍ରାମର ରାଜନ ଜେନା (୩୧)କୁ ଗିରଫ କରି ଥାନାକୁ ନେଇ ଆସିଥିଲେ। ଆଜି ନାବାଳିକା ପିତା ର ଅଭିଯୋଗ ମୂଳେ ୨୯୯/୨୨ରେ ମାମଲା ରୁଜୁ କରିବା ସହିତ ୩୬୩,୫୧୧,୩୨୩, ୩୫୪,୫୦୬,୩୪ଧାରା ଏବଂ pocso-୮ ଧାରାରେ କୋର୍ଟ ଚାଲାଣ କରାଯାଇଛି। ଏଥି ସହିତ ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା କାରଟିକୁ ଜବତ କରି ଥାନାକୁ ନେଇ ଆସିଥିବା ଜଣାଯାଇଛି।

Nalco
Leave A Reply