ଆସନ୍ତୁ ଆଜି ଜାଣିବା ଚନ୍ଦନ ଟିପା କିମ୍ବା ଏହାର ମାଳି ଲଗାଇବା ଦ୍ୱାରା କି ଲାଭ ମିଳିଥାଏ –
– ମା ଦୁର୍ଗାଙ୍କର ଉପାସନା କରୁଥିବା ବ୍ୟକ୍ତି ରକ୍ତ ଚନ୍ଦନ ମାଳା ଧାରଣ କରିବା ଆବଶ୍ୟକ l ଏହାଦ୍ୱାରା ମଙ୍ଗଳ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ l ରକ୍ତ ଚନ୍ଦନ ମାଳା ଧାରଣ କରିବା ଦ୍ୱାରା ଜୀବନର ଦୁଃଖ ଦୂର ହୋଇଥାଏ l
– ଚନ୍ଦନ ମାଳା ଦ୍ୱାରା ବିଷ୍ଣୁ ,ରାମ ଓ କୃଷ୍ଣ ଙ୍କ ନାମ ଜପ କରାଯାଏ l ଧଳା ଚନ୍ଦନ ମାଳ ଦ୍ୱାରା ଗାୟତ୍ରୀ ମନ୍ତ୍ର ଓ ଲକ୍ଷ୍ମୀଙ୍କ ନାମ ଜପ କରାଯାଏ ଏହାଦ୍ୱାରା ଘରର ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ l
– ଧଳା ଚନ୍ଦନ ମାଳି ଧାରଣ କରିବା ଦ୍ୱାରା ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କୁ ଉନ୍ନତି ପ୍ରାପ୍ତ ହୋଇଥାଏ l ତା ସହିତ ଜୀବନରେ ସହଯୋଗ ଲାଭ କରି ଥାଆନ୍ତି l
– ମସ୍ତକ ରେ ଚନ୍ଦନ ଟିପା ଧାରଣ କରିବା ଦ୍ୱାରା ପାପ ନାଶ ହୋଇଥାଏ l
– ଚନ୍ଦନ ଟିପା ଲଗାଇବା ଦ୍ୱାରା ବ୍ୟକ୍ତି ସଙ୍କଟରୁ ଦୁରେଇ ଯାଇଥାଏ ଓ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ l
– ଚନ୍ଦନ ଟିପା ଅନେକ ରୋଗରୁ ରକ୍ଷା କରିଥାଏ l ଯେପରିକି ଥକାପଣ ,ଝାଡା ,ମୁଣ୍ଡବିନ୍ଧା ,ବାତ ପିତ କଫ ଇତ୍ୟାଦି ଦୁରେଇ ଯାଇଥାଏ l ମୁଣ୍ଡରେ ଚନ୍ଦନ ଲଗାଇବା ଦ୍ୱାରା ମନ ଶାନ୍ତ ରହିଥାଏ l
– ଯେଉଁ ଘରେ ପ୍ରତିଦିନ ଚନ୍ଦନ ସୁଗନ୍ଧ ହେବା ଓ ଗରୁଡ଼ ଘଣ୍ଟି ବାଜିଥାଏ ,ସେହି ଘରେ ନାକରତ୍ମକ ଶକ୍ତି ଦୁରେଇ ଯାଇଥାଏ l ନାଭିରେ ଚନ୍ଦନ ଲଗାଇବା ଦ୍ୱାରା ଜୀବନର ସମସ୍ତ ଖରାପ ସମୟ ଦୁରେଇ ଯାଇଥାଏ l
ଆମ ହିନ୍ଦୁ ଘରେ ପୂଜାରେ ବିଶେଷ ମହତ୍ୱ ଚନ୍ଦନର ରହିଛି l ଯେ କୌଣସି ପୂଜା ହେଉ ସର୍ବ ପ୍ରଥମେ ଚନ୍ଦନ ଖୋଜା ଯାଇଥାଏ l ଏମିତିରେ ଦେଖିବାକୁ ଗଲେ ଚନ୍ଦନ ଅନେକ ପ୍ରକାରର ରହିଛି l କିନ୍ତୁ ସେଥି ମଧ୍ୟରୁ ଦୁଇଟିକୁ ଧରା ଯାଉଛି , ଗୋଟିଏ ହେଉଛି ଧଳା ଚନ୍ଦନ ଓ ଅନ୍ୟଟି ହେଉଛି ରକ୍ତ ଚନ୍ଦନ l ଅନ୍ୟ ଚନ୍ଦନ ଗୁଡିକ ହେଲା ହରି ଚନ୍ଦନ , ଗୋପୀ ଚନ୍ଦନ ,ଧଳା ଚନ୍ଦନ ଗୋମତୀ ଚନ୍ଦନ ଓ ଗୋକୁଳ ଚନ୍ଦନ l
Comments are closed.