ଏହି କରୋନା ମହାମାରୀ ସମୟରେ ଆମେ ମାନେ ଅନେକ ଘାତକ ରୋଗରେ ମଧ୍ୟ ପ୍ରଭାବିତ ହୋଇ ଯାଉଛୁ । ଏହି ସମୟ ରେ ଯୁବକ ମାନଙ୍କ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ ସମସ୍ୟା ଅଧିକ ଦେଖା ଦେଇଛି । କଣ ପାଇଁ ଯୁବକ ମାନଙ୍କ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ ଦେଖା ଦେଉଛି ତାହା ଜାଣିବା ପୂର୍ବରୁ ବ୍ରେନ୍ ଷ୍ଟ୍ରୋକ କଣ ଆଗ ଜାଣିବା ଆବଶ୍ୟକ ।
ଏହାକୁ ନେଇ ଜଣେ ନ୍ୟୁରୋ ସର୍ଜନ କହିଛନ୍ତି ଯେ ମସ୍ତିଷ୍କର ଶୀରା ରେ ରକ୍ତ ଜମାଟ ହୋଇ ରକ୍ତ ପ୍ରବାହ ହେବାରେ ବାଧା ସୃଷ୍ଟି ହୋଇଥାଏ । ଏହି କାରଣରୁ ମସ୍ତିଷ୍କର ଗୋଟିଏ ଭାଗ କାମ କରିବାକୁ ବନ୍ଦ୍ କରି ଦେଇଥାଏ ।
ବ୍ରେନ୍ ଷ୍ଟ୍ରୋକ ବଶୟରେ ଜାଣିବା ପାଇଁ ଲକ୍ଷଣ ବିଷୟରେ ଜାଣିବା ଖୁବ୍ ଜରୁରୀ ଅଟେ ।
* ବ୍ରେନ୍ ଷ୍ଟ୍ରୋକ ହେବା ଦ୍ବାରା କଥା କହିବା ସମୟାରେ ପାଟି ଲାଗିଥାଏ । ହାତ ଗୋଡ ଦୁର୍ବଳ ଲାଗିଥାଏ , ମୁହଁ ର ଗୋଟିଏ ପାର୍ଶ୍ଵ ଝୁଲିପଦେ ।
* ବ୍ରେନ୍ ଷ୍ଟ୍ରୋକ ୨ପ୍ରକାରର ଗୋଟିଏ ମସ୍ତିଷ୍କ ର ଶୀରା ରେ ବ୍ଲକେଜ କାରଣରୁ ହୋଇଥାଏ ଓ ଅନ୍ୟ ମସ୍ତିଷ୍କର ଶୀରା ଫାଟିବା କାରଣରୁ ହୋଇଥାଏ ।
ଯୁବକ ମାନଙ୍କ ମଧ୍ୟରେ କାହିଁକି ବଢୁଛି ବ୍ରେନ୍ ଷ୍ଟ୍ରୋକ –
ଆଜିକାଲି ଅଧିକାଂଶ ଯୁବକ ବ୍ରେନ୍ ଷ୍ଟ୍ରୋକ ର ସାମ୍ନା କରୁଛନ୍ତି । କାରଣ ସେମାନଙ୍କ ଜୀବନ ଯାପନ ସେମାନଙ୍କ ନିୟନ୍ତ୍ରଣ ରେ ନାହିଁ । ଆଜିକାଲି ଯୁବକମାନେ ଗୁଟୁଖା , ମଦ , ସିଗାରେଟ , କଫି ଇତ୍ୟାଦିକୁ ନିୟମିତ ଭାବରେ ସେବନ କରୁଛନ୍ତି । ତା ସହିତ ସେମାନେ ଚିନ୍ତା ଗ୍ରସ୍ତ ହୋଇ ମଧ୍ୟ ରହୁଛନ୍ତି । ସେମାନେ ବ୍ୟାୟାମ ନକରିବା , ଅନିୟମିତ ଖାଇବା ପିଇବା , ରକ୍ତଚାପ , ମଧୁମେହ , ମୋଟାପା ଇତ୍ୟାଦି ମଧ୍ୟ ବ୍ରେନ୍ ଷ୍ଟ୍ରୋକ ର ଗୋଟିଏ ଗୋଟିଏ କାରଣ । ଏହିସବୁ କାରଣରୁ ଆମର ଜୀବନଶୈଳୀ ପ୍ରଭାବିତ ହୋଇ ଶରୀରର ଶୀରା ଗୁଡ଼ିକୁ ନଷ୍ଟ କରି ଦେଉଛି । ଏହିସବୁ କାରଣରୁ ଶରୀରରୁ କୋଳେଷ୍ଟ୍ରାଲ୍ ସ୍ତର ବୃଦ୍ଧି ପାଇ ଆଣ୍ଟି ଅକ୍ସୀଡ଼ାଣ୍ଟ ସ୍ତର ହ୍ରାସ ପାଉଛି । ସେଥି ପାଇଁ ବ୍ରେନ୍ ଷ୍ଟ୍ରୋକ ଯୁବକ ମାନଙ୍କ ନିକଟରେ ବଢ଼ିବାରେ ଲାଗିଛି ।
Comments are closed.