Odisha news

ଚାଣକ୍ୟ ନୀତି : ମଣିଷ ର ଏହି ୩ଟି ଅଭ୍ୟାସ ତାକୁ କରି ଦେଇଥାଏ ଦରିଦ୍ର

0

ଆଚାର୍ଯ୍ୟ ଚାଣକ୍ୟ ନୀତି ମଣିଷ ଜୀବନ ରେ ଅନେକ ପରିବର୍ତ୍ତନ ଆଣିଥାଏ, ଏବଂ ଆମକୁ ଗୋଟିଏ ଭଲ ଜୀବନ ବଂଚିବାରେ ମାର୍ଗ ଦର୍ଶନ କରାଇଥାଏ l ସେହିଭଳି ଚାଣକ୍ୟ ମଣିଷର  ଏଭଳି ୩ଟି  ଅଭ୍ୟାସ ବିଷୟ ରେ କହିଛନ୍ତି ଯାହା କି ମଣିଷକୁ ଦରିଦ୍ର କରିଦେଇଥାଏ l ଆସନ୍ତୁ ଜାଣିବା ସେହି ଅଭ୍ୟାସ ଗୁଡିକ କଣ ?

* ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ମଣିଷ କଦାପି ବଦଖର୍ଚ୍ଚ କରିବା ଉଚିତ ନୁହେଁ, କାହିଁକିନା ବ୍ୟର୍ଥ ଖର୍ଚ୍ଚ ଦରିଦ୍ରତା ଆଡକୁ ଟାଣି ନେଇଥାଏ l ଯିଏ ବ୍ୟର୍ଥ ରେ ଖର୍ଚ୍ଚ କରିଥାଏ ସେ ଲକ୍ଷ୍ମୀଙ୍କୁ ଅସମ୍ମାନ କରିଥାଏ, ଏଭଳି ବ୍ୟକ୍ତି ସବୁବେଳେ ଦରିଦ୍ରତା ର ସମୁଖୀନ ହୋଇଥାଏ l ଚାଣକ୍ୟ ନୀତି ଅନୁସାରେ ବ୍ୟକ୍ତିକୁ ସର୍ବଦା ଧନ କୁ ସଂଚୟ କରି ରଖିବା ଜରୁରୀ, କାହିଁକିନା ସଂଚୟ ହିଁ ଖରାପ ସମୟ ର ସାଥି l

* ଆଚାର୍ଯ୍ୟ ଚାଣକ୍ୟ ଙ୍କ ନୀତିରେ ମଣିଷ ଆଳସ୍ୟ ସ୍ୱଭାବର ହେବା ଉଚିତ ନୁହେଁ, କାହିଁକିନା ଅଳସୁଆ ବ୍ୟକ୍ତି କଦାପି ଖୁସିରେ ରହିନଥାଏ l ଯେଉଁ ବ୍ୟକ୍ତି ଅଳସୁଆ ସ୍ଵଭାଵ ର ହୋଇଥାଏ ତା ଉପରେ ମା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି l

* ଏହା ସହିତ ଅଳସୁଆ ବ୍ୟକ୍ତି କଂଜୂସ ହେବା ମଧ୍ୟ ଉଚିତ ନୁହେଁ l କାହିଁକିନା କଂଜୂସ ବ୍ୟକ୍ତି ସବୁବେଳେ ଅସୁବିଧା ର ସମୁଖୀନ ହୋଇଥାଏ l ଧନ ସଂଚୟ କରିବା ଖୁବ ଭଲ, କିନ୍ତୁ ଧର୍ମ କାର୍ଯ୍ୟ, ପୁଣ୍ୟ କାର୍ଯ୍ୟ, ରୋଗ ସମୟରେ , ଗୁରୁଜନ ଙ୍କ ନିମନ୍ତେ ଯେଉଁ ବ୍ୟକ୍ତି ଧନ ଖର୍ଚ୍ଚ କରିବାରେ କଞ୍ଜୁସୀ କରିଥାଏ ସେତେବେଳେ ତାର ଧନ ର ଅଭାବ ରହିଥାଏ l

Nalco
Leave A Reply