Odisha news

ଚାଣକ୍ୟ ନୀତି : ଘରେ ସୁଖ ସମୃଦ୍ଧି ଚିର ସ୍ଥାୟୀ ହୋଇ ରହିଥାଏ ଏହିସବୁ ଜିନିଷ ଦାନ କରିବା ଦ୍ୱାରା

0

ଚାଣକ୍ୟ ଙ୍କ ନୀତି ଅନୁସାରେ ହିନ୍ଦୁ ଧର୍ମରେ ଦାନର ଖୁବ ମହତ୍ୱ ରହିଛି , ଚାଣକ୍ୟ ଙ୍କ ନୀତି ଶାସ୍ତ୍ରରେ ଦାନ କୁ ଗୋଟିଏ ମହତ୍ଵପୁର୍ଣ ଓ ପବିତ୍ର କାର୍ଯ୍ୟ ଭାବରେ ଆଲୋଚନା କରାଯାଇଛି l ଚାଣକ୍ୟ କହିଛନ୍ତି ଦାନ ଦେବା ହେଉଛି ଉଚ୍ଚ ଓ ପବିତ୍ର କାର୍ଯ୍ୟ ଅଟେ l ଚାଣକ୍ୟ ଙ୍କ ନୀତିଶାସ୍ତ୍ର ରେ ଯେଉଁ ବ୍ୟକ୍ତି ଦାନ ଦେବା ଭଳି ଧର୍ମ କାର୍ଯ୍ୟ କରିଥାଏ ସେ ସର୍ବଦା ଆର୍ଥିକ ଅନାଟନ ଠାରୁ ଦୁରେଇ ରହିଥାଏ l କିନ୍ତୁ କେଉଁସବୁ ଦାନ ଦେବା ଦ୍ୱାରା ମଣିଷ ଜୀବନରେ ସୁଖଶାନ୍ତି ର ଆଗମନ ହୋଇଥାଏ ଆସନ୍ତୁ ଜାଣିବା l ଦାନାରେ କେବଳ ଧନ ଦାନ ଦେବା ଜରୁରୀ ନୁହେଁ l ଦାନରେ ଅନ୍ନ, ବସ୍ତ୍ର, ଯାହା କିଛିବି ଦାନ ଦେଇ ପାରିବେ l କିନ୍ତୁ ଏଭଳି କିଛି ଜିନିଷ ଦାନ ଆକାରରେ ଦେବା ଉଚିତ ନୁହେଁ ଯାହାଦ୍ୱାରା ଅନ୍ୟର ଅନିଷ୍ଟ ହୋଇଥାଏ l

– ଦାନ କୁ ଗୋଟିଏ ଧର୍ମ କାର୍ଯ୍ୟ ବା ପବିତ୍ର କାର୍ଯ୍ୟ ଭାବରେ ଗ୍ରହଣ କରାଯାଇ ଥାଏ l ଚାଣକ୍ୟ ଙ୍କ ନୀତି ଶାସ୍ତ୍ରରେ ଧର୍ମ କାର୍ଯ୍ୟ ପାଇଁ କରାଯାଉ ଥିବା ଦାନ ରେ କଦାପି ଖରାପ ଭାବନା ରଖିବା ଉଚିତ ନୁହେଁ l ତେଣୁ ମଣିଷ କଦାପି ମନ୍ଦିର କିମ୍ବା ଅନ୍ୟ କୌଣସି ପବିତ୍ର ସ୍ଥାନରେ ଦାନ ଦେବାରୁ ଦୁରେଇ ରହିବା ଉଚିତ ନୁହେଁ l

– ସର୍ବଦା ଧାର୍ମିକ କାର୍ଯ୍ୟ ପାଇଁ ଦାନ କରିବା ଶୁଭ ହୋଇଥାଏ l ଏହାଦ୍ୱାରା ମାନସିକ ଶାନ୍ତି ଲାଭ ହୋଇଥାଏ , ଜୀବନରେ ସ୍ଥିରତା ଆସିଥାଏ, ଘରର ଦୁଃଖ ଦୁର୍ଦଶା ଦୂର ହୋଇଥାଏ l

– ଚାଣକ୍ୟ ଙ୍କ ନୀତି ଅନୁସାରେ ମଣିଷ ସର୍ବଦା ଗରିବ, ବେସାହାରା ଲୋକଙ୍କ ର ସାହାଯ୍ୟ କରିବା ଜରୁରୀ, ଏହାଦ୍ୱାରା ପରିବାରର ରିଷ୍ଟ ଖଣ୍ଡନ ହୋଇଥାଏ l ସନ୍ତାନ ମାନଙ୍କର ଜୀବନ ସୁଖମୟ ହୋଇଥାଏ l

– ନିରାଶ୍ରୟା, ଦଳିତ ମହିଳା ଙ୍କର ଯେଉଁ ବ୍ୟକ୍ତି ସତକର୍ମ କରିଥାଏ ସେ ସର୍ବଦା ସୁଖ ସମୃଦ୍ଧି ରେ ବିମଣ୍ଡିତ ରହିଥାଏ l ତେଣୁ ସତ ମନ ସତ କାର୍ଯ୍ୟ ରେ ମଣିଷ ନିଜକୁ ନିୟୋଜିତ ରଖିବା ଆବଶ୍ୟକ l

Leave A Reply