ମା ଦୁର୍ଗା ଙ୍କର ଭକ୍ତିର ମହାପର୍ବ ଚୈତ୍ର ନବରାତ୍ରି, କେବଳ ମନ-ମସ୍ତିସ୍କ ନୁହେଁ ଧନ ସମ୍ବନ୍ଧିତ ସମସ୍ୟା ମଧ୍ୟ ହେବ ଦୂର
ଚୈତ୍ର ନବରାତ୍ରି ର ହିନ୍ଦୁ ଧର୍ମରେ ଅନେକ ମାନ୍ୟତା ରହିଛି l ଫାଲଗୁନ ମାସ ପରେ ବାତାବରଣ ରେ ଦ୍ରୁତ ବେଗରେ ପରିବର୍ତନ ଆସିଥାଏ l ପବନ ଦ୍ରୁତ ବେଗରେ ବୋହିବାକୁ ଲାଗିଥାଏ, ଏବଂ ଗଛ ମଧ୍ୟ ପତ୍ରଝଡ଼ା ଦେଇଥାଏ l ଯାହାର ପ୍ରଭାବ ମନ-ମସ୍ତିଷ୍କ ସହିତ ସ୍ୱାସ୍ଥ୍ୟ ଉପରେ ପଡିଥାଏ l ତେଣୁ ଏହି ମାସରେ ପଡୁଥିବା ନବରାତ୍ରି ରେ ବ୍ରତ, ଉପାସନା, ସାଧନା ର ଅନେକ ମହତ୍ୱ ରହିଥାଏ l ଯେଉଁ ବ୍ୟକ୍ତିମାନେ ଏହାର ପାଳନ କରନ୍ତି ସେମାନେ ସମ୍ପୂର୍ଣ ନିରୋଗୀ ରୁହନ୍ତି l ଏହାଦ୍ୱାରା ଶରୀରକୁ ମଧ୍ୟ ନୂଆ ଉର୍ଜା ପ୍ରାପ୍ତ ହୋଇଥାଏ l
ମା ଜଗତଜନନୀ ଙ୍କ ଚୈତ୍ର ନବରାତ୍ରି ରମହାପର୍ବ ଆରମ୍ଭ ହେବାକୁ ଯାଉଛି, ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଦେବୀଙ୍କ ଉପାସନା କରାଯାଇ ଥାଏ l
– ଚୈତ୍ର ନବରାତ୍ରି ମା ଦୁର୍ଗା ଙ୍କ ର ୯ଟି ରୂପ କୁ ସମର୍ପିତ ଅଟେ l ଏହି ବିଶେଷ ପର୍ବ କଳିଯୁଗ ରେ ଗୋଟିଏ ମହତ୍ଵପୁର୍ଣ ପର୍ବ ଅଟେ l ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ମାସ ଆରମ୍ଭ ହୋଇ ସାରିଛି, ହିନ୍ଦୁ ଧର୍ମ ଅନୁସାରେ ଚୈତ୍ର ମାସ ହେଉଛି ପ୍ରଥମ ମାସ l ଏହି ମାସରୁ ହିନ୍ଦୁ ନବବର୍ଷ ଆରମ୍ଭ ହୋଇଥାଏ ଚଳିତ ବର୍ଷ ଚୈତ୍ର ନବରାତ୍ରି ଅପ୍ରେଲ ୯ ତାରିଖ ରୁ ଆରମ୍ଭ ହେବ ଓ ୧୭ ତାରିଖ ରେ ସମାପ୍ତ ହେବ l
– ଚୈତ୍ର ନବରାତ୍ରି ର ପ୍ରଥମ ଦିନ କଳସ ସ୍ଥାପନା କରାଯାଇ ଥାଏ l ନବରାତ୍ରି ର ଆରମ୍ଭ ରେ ଘଟ ସ୍ଥାପନା ଗୋଟିଏ ମହତ୍ଵପୁର୍ଣ କାର୍ଯ୍ୟ ଅଟେ l ଏହାଛଡା ନବରାତ୍ରି ରେ ଅଖଣ୍ଡ ଦୀପ ସ୍ଥାପନା ର ମଧ୍ୟ ଅନେକ ମହତ୍ୱ ରହିଥାଏ l ନବରାତ୍ରି ପୂଜା ଏହି ୨ଟି ଜିନିଷ ବିନା ଅଧୁରା ଅଟେ l
– ନବରାତ୍ରି ର ଅଷ୍ଟମୀ ତିଥିର ଅନେକ ମହତ୍ୱ ରହିଛି l ଏହିଦିନ ଅନେକ ବ୍ୟକ୍ତି ମହାଷ୍ଟମୀ ପର୍ବ ପାଳନ କରି ଥାଆନ୍ତି l ଏବଂ ଏହିଦିନ ମା ମହାଗୌରୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ l
ଚୈତ୍ର ମାସ କେତେ ଶୁଭ ? -:
ଶାସ୍ତ୍ର ଅନୁସାରେ ଚୈତ୍ର ମାସ ଗୋଟିଏ ଶୁଭ ଓ ଫଳ ପ୍ରଦାୟକ ମାସ ଅଟେ l ଏହା ହିନ୍ଦୁ ନବବର୍ଷ ର ପ୍ରଥମ ମାସ ଅଟେ l ଏହି ମାସରେ ଧାର୍ମିକ କାର୍ଯ୍ୟ ଓ ସାତ୍ଵିକ କାର୍ଯ୍ୟର ଅନେକ ମହତ୍ୱ ରହିଛି l ଏହାଦ୍ୱାରା ଜୀବନ ରେ ସୁଖସମୃଦ୍ଧି ର ଆଗମନ ହୋଇଥାଏ l ଏବଂ ଏହି ମାସରେ ସାଧନା କରିବା ଦ୍ୱାରା ସିଦ୍ଧି ପ୍ରାପ୍ତି ହୋଇଥାଏ l ଏହି ମାସରେ ତାମସିକ ଭୋଜନ କରିବା ଉଚିତ ନୁହେଁ, ଯେଉଁମାନେ ଚୈତ୍ର ନବରାତ୍ରି ପାଳନ କରନ୍ତି ସେମାନେ ୯ ଦିନ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିବା ଜରୁରୀ ଅଟେ l
ନବରାତ୍ରି କଳସ ତଳେ କଣ ରଖିବା ଜରୁରୀ ? -:
ଚୈତ୍ର ନବରାତ୍ରି ରେ କଳସ ତଳେ ଶ୍ୱେତ ଧାନ ରଖିବା ଆବଶ୍ୟକ ଅଟେ, ଏବଂ ଅନ୍ୟ ଗୋଟିଏ ମାଟି ସରାରେ ପଞ୍ଚଶସ୍ୟ ରଖି ସେଥିରେ ନିୟମିତ ଗଙ୍ଗାଜଳ ଛିଞ୍ଚିବା ଜରୁରୀ l ୯ ଦିନ ବ୍ରତ ସମାପ୍ତି ପରେ ଏହାକୁ ଘରର ସମସ୍ତ ସ୍ଥାନରେ ଛିଂଚି ଦେବା ଆବଶ୍ୟକ l
ଧନ ବୃଦ୍ଧି ପାଇଁ ଉପାୟ -:
ନବରାତ୍ରି ରେ ଧନ ବୃଦ୍ଧି ପାଇଁ ଗୋଟିଏ ହଳଦିଆ କପଡା ରେ ୨ଟି ଲବଙ୍ଗ, ୫ଟି ଗୁଜୁରାତି ଓ ୫ଟି ଗୁଆ ରଖି ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ l ଏବଂ ପରଦିନ ଏହାକୁ ସ୍ନାନ ସାରି ନିଜ ଆଲମିରା ରେ ରଖି ଦିଅନ୍ତୁ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ l