Odisha news

କେନ୍ଦ୍ରୀୟ କର୍ମଚାରୀ ଙ୍କ ପାଇଁ ବଡ଼ ଖୁସି ଖବର, ଜୁଲାଇ ୧ତାରିଖ ରୁ ହୋଇପାରେ ଦରମାରେ ବୃଦ୍ଧି

0
ନୂଆଦିଲ୍ଲୀ : କେନ୍ଦ୍ର ସରକାର ପାଖାପାଖି ୫୦ ଲକ୍ଷ କର୍ମଚାରୀ ମାନଙ୍କୁ ଓ ୬୫ ଲକ୍ଷ ପେନ୍ସନ ପାଇଁ ବଡ଼ ଖୁସିଖବର ଅଟେ l ଦେଶରେ ବଢୁଥିବା ଦର ବୃଦ୍ଧି ସମୟରେ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଉ ଥିଲା l ସରକାର ଜୁଲାଇ ୧ ତାରିଖ ଠାରୁ ମାହାଙ୍ଗା ଭତା ରେ ବୃଦ୍ଧି କରି ପାରନ୍ତି l ୪ % ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ ମାହାଙ୍ଗା ଭତା l ଯଦି ଏପରି ହେବ ୩୪ ପ୍ରତିଶତ ରୁ ବୃଦ୍ଧି ହୋଇ ୩୮ ପ୍ରତିଶତ କୁ ବୃଦ୍ଧି ହୋଇଯିବ l ମାର୍ଚ୍ଚ ମାସରେ AICPI index ରେ ୧ ପଏଣ୍ଟ ବୃଦ୍ଧି ହୋଇଛି । ଏହା ୧୨୬ ପଏଣ୍ଟ ରେ ପହଞ୍ଚି ଯାଇଛି ।
ସରକାର ଙ୍କ ପକ୍ଷରୁ ମାର୍ଚ୍ଚ ମାସରେ DA ରେ ବୃଦ୍ଧି ହୋଇଛି । ବର୍ତ୍ତମାନ୍ ଅପ୍ରେଲ, ମଇ ଓ ଜୁନ ମାସର AICPI ନମ୍ୱର୍ ଆସିବା ବାକି ରହିଛି । ଯଦି ଏହା ମାର୍ଚ୍ଚ ସ୍ତର ରୁ ଅଧିକ ରହିବ ତେବେ ସରକାର ଡିଏ ରେ ବୃଦ୍ଧି କରି ପାରନ୍ତି ।
ବର୍ତ୍ତମାନ୍ ଦେଶରେ ଦର ଦାମ୍ ବୃଦ୍ଧି କୁ ନେଇ ସାଧାରଣ ଜନତା ଖୁବ୍ ଚିନ୍ତାରେ । ଯାହାର ରେକର୍ଡ ବର୍ତ୍ତମାନ୍ ୭. ୭୯% ପ୍ରତିଶତ ରେ ପହଞ୍ଚି ସାରିଛି । କେନ୍ଦ୍ର ସରକାର ଙ୍କ ପକ୍ଷରୁ ୨୦୧୭ ରୁ ୭ମ ବେତନ କମିଶନ ର ଲାଭ ମିଳୁଛି । ଯଦି ଡ଼ିଏ ବୃଦ୍ଧି ହୁଏ ତେବେ କେନ୍ଦ୍ର ସରକାରଙ୍କ ଦରମା ମଧ୍ୟ ବୃଦ୍ଧି ହେବାର ସମ୍ଭାବନା ରହିଛି ।
Leave A Reply