Odisha news

ସ୍ୱାସ୍ଥ୍ୟକର ଗୁଣରେ ଭରପୁର ଶୁଖିଲା ଅଁଳା, ଶରୀରର ଏହିସବୁ ସମସ୍ୟା କୁ ଦୂର କରିଥାଏ

0
ଅଁଳା କୁ ଆୟୁର୍ବେଦ ରେ ଅମୃତ ଫଳ କୁହାଯାଏ l ଏହା ଭିଟାମିନ ସି ର ସବୁଠୁ ବଡ଼ ସ୍ରୋତ ଅଟେ l ଅନେକ ପୁରୁଣା ସମୟରୁ ଅଁଳାକୁ ବିଭିନ୍ନ ରୋଗର ଉପଚାର ପାଇଁ ଭାରତୀୟ ଆୟୁର୍ବେଦ ରେ କରା ହୋଇ ଆସୁଛି l ତେଣୁ ଭାରତୀୟ ଆୟୁର୍ବେଦ ରେ ଏହାକୁ ଅମୃତ ଫଳ ବୋଲି କୁହାଯାଇ ଥାଏ l
– ଅଁଳା ରେ ଲୁଚି ରହିଥିବା କ୍ରୋମିୟମ ନାମକ ତତ୍ୱ ମଧୁମେହ ପାଇଁ ଖୁବ ହିତକର l ଅଁଳା ସେବନ କରିବା ଦ୍ୱାରା ଭିଟାମିନ ସି ଓ ଅନ୍ୟ ସମସ୍ତ ପୋଷାକ ତତ୍ୱର କମି ଶରୀରକୁ ମିଳିଥାଏ l
– ଶୁଖିଲା ଅଁଳା ଆମର ସ୍ୱାସ୍ଥ୍ୟ ସହିତ କେଶ ପାଇଁ ମଧ୍ୟ ଖୁବ ଉପକାରୀ l ଅଁଳା ଭିଟାମିନ ସି, ଏ ଓ ଫାଇଟୋନ୍ୟୁଟ୍ରିଏଣ୍ଟସ ସହ ଆଣ୍ଟି ଅକ୍ସିଡେଣ୍ଟ ରେ ଭରପୁର ଅଟେ l ଏହି ସମସ୍ତ ତତ୍ୱ ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଜବୁତ କରିଥାଏ l
– ତେଣୁ ଋତୁ ପରିବର୍ତନ ସମୟରେ ବିଭିନ୍ନ ସଂକ୍ରମଣ ରୁ ରକ୍ଷା କରିଥାଏ l ଗର୍ଭାବସ୍ଥା ସମୟରେ ଶୁଖିଲା ଅଁଳା କୁ ଖାଇବା ଦ୍ୱାରା ବାନ୍ତି ଭଳି ଅନେକ ସମସ୍ୟା ଦୂର ହୋଇଥାଏ ଓ ଶିଶୁକୁ ଉପଯୁକ୍ତ ପରିମାଣରେ ଭିଟାମିନ ସି ମିଳିଥାଏ l
– ପେଟର ଯେ କୌଣସି ସମସ୍ୟା ହୋଇଥାଉ ସେଥିପାଇଁ ଶୁଖିଲା ଅଁଳା ଖୁବ ହିତକର ଅଟେ l ଗ୍ୟାସ, ଏସିଡ଼ିଟି , କୋଷ୍ଠ କାଠିନ୍ୟ ଇତ୍ୟାଦି ସମସ୍ୟାରୁ ଆରାମ ମିଳିଥାଏ l
– ଅଁଳା ରେ ଥିବା ଆଣ୍ଟି ଇମ୍ଫଲାମେଟାରି ଗୁଣ ପାଟିର ଦୁର୍ଗନ୍ଧ ସୃଷ୍ଟି କରୁଥିବା ସମସ୍ତ ବ୍ୟାକ୍ଟେରିଆ କୁ ଦୂର କରିବାରେ ସାହାଯ୍ୟ କରିଥାଏ l ଅଁଳା ରେ ଭିଟାମିନ ସି ଓ ଏ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆମର ଆଖିର ଦୃଷ୍ଟିଶକ୍ତି କୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ l
– ଅଁଳା ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକର ଅଟେ l ଏହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ ଓ ଶରୀର କୁ ଶକ୍ତି ମିଳିଥାଏ l
Leave A Reply