ଆୟ ବହିର୍ଭୁତ ସମ୍ପତି ରଖିବା ମାମଲାରେ ହରିୟାଣା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଙ୍କୁ ୪ବର୍ଷ ଜେଲ ଓ ୫୦ ଲକ୍ଷ ଟଙ୍କା ଜୋରିମାନା
ନୂଆଦିଲ୍ଲୀ : ଆୟ ବହିର୍ଭୁତ ସମ୍ପତି ଅର୍ଜନ କରିବା ମାମଲାରେ ହରିୟାଣା ର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌଟାଲା ଙ୍କୁ ୪ବର୍ଷ ଜେଲ ଦଣ୍ଡ ଶୁଣାଣି ହୋଇଛି l ଏହା ସହିତ ଅଦାଲତ ଙ୍କ ପକ୍ଷରୁ ତାଙ୍କୁ ୫୦ ଲକ୍ଷ ଟଙ୍କା ଜୋରିମାନା ହୋଇଛି l ଅଦାଲତ ଙ୍କ ପକ୍ଷରୁ ସମ୍ପତି ଜବତ କରିବା ପାଇଁ ନିର୍ଦେଶ ଦିଆ ଯାଇଛି l ବିଶେଷ ନ୍ୟାୟାଧୀଶ ବିକାଶ ଧୂଲ ୧୯୯୩ ରୁ ୨୦୦୬ ମଧ୍ୟରେ ଆୟ ଠାରୁ ଅଧିକ ସମ୍ପତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ l ଚୌଟାଲା ଓ ସିବିଆଇ ଓକିଲ ଙ୍କ ପକ୍ଷରୁ ଗୁରୁବାର ଦିନ ଦଣ୍ଡ ସାବ୍ୟସ୍ତ କୁ ନେଇ ଯୁକ୍ତି ଶୁଣିବା ପରେ ନିଷ୍ପତି ଶୁକ୍ରବାର ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା l ଏହି ସମୟରେ ଚୌଟାଲା ଅଦାଲତାଙ୍କୁ ବାର୍ଦ୍ଧକ୍ୟ ଓ ଚିକିତ୍ସା ଆଧାର ରେ ସଜା କମାଇବାକୁ ଅନୁରୋଧ କରିଥିଲେ l
