Odisha news

ଝାରଖଣ୍ଡ ରୁ ଦିଲ୍ଲୀ : ଛାତ୍ର ଆନ୍ଦୋଳନ ଆଗରେ କାହିଁକି ମୁଣ୍ଡ ନୂଆଉଁ ଛନ୍ତି ସରକାର

0

ଗତ କିଛି ସପ୍ତାହ ହେଲା ଭାରତର ରାଜନୀତି ଗୋଟିଏ ସଫା ପ୍ୟାଟର୍ନ ଦେଖିଚି, ଗୋଟିଏ ପରେ ଗୋଟିଏ ଆନ୍ଦୋଳନ ଏବଂ ଗୋଟିଏ ପରେ ଗୋଟିଏ ସରକାର ସମାଧାନ କରିବାକୁ ବାଧ୍ୟ ହୋଇଛନ୍ତି, ପ୍ରଥମେ କାକ୍ରୋଚ ଜନତା ପାର୍ଟି ଛାତ୍ର ଆନ୍ଦୋଳନ କରି କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା କରାଇଥିଲେ, ଏହାପରେ ମଧ୍ୟପ[ରଦେଶ ରେ କୃଷକ ଆନ୍ଦୋଳନ ତେଜିଲା ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ କୃଷକ ଙ୍କ ସମୁଖରେ ନଇଁବାକୁ ବାଧ୍ୟ ହୋଇଥିଲେ, ଏବଂ ଝାରଖଣ୍ଡ ରେ ୨୪  ଦିନର ଆନ୍ଦୋଳନ ଓ ୧୬ ଦିନର ଅନଶନ ପରେ ସୋମବାର ୧୭ ଅଗଷ୍ଟ ରେ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ JSSC -CGL ସମେତ ଅନେକ ପରୀକ୍ଷାକୁ ରଦ୍ଧ କରିବାକୁ ବାଧ୍ୟ ହୋଇଛନ୍ତି, ମହାରାଷ୍ଟ୍ରରେ ମରାଠା ଆରକ୍ଷଣ କାର୍ଯ୍ୟକର୍ତା ମନୋଜ ଜରଙ୍ଗେ ଙ୍କ ଅନଶନ ପରେ ସରକାର  ଛାତ୍ର ଆନ୍ଦୋଳନ କୁ ସମ୍ମାନ ଦେଇ ତାଙ୍କ ଦାବିକୁ ଗ୍ରହଣ କରିଛନ୍ତି l

ଚଳିତ ବର୍ଷ JSSC -CGL ପରୀକ୍ଷାରେ କଥିତ ଭାବରେ ଅନିୟମିତତା କୁ ନେଇ ଜୁଲାଇ ୨ ତାରିଖରେ ଆନ୍ଦୋଳନ ଆରମ୍ଭ ହୋଇଥିଲା, ଧୀରେ ଧୀରେ ଏହି ଆନ୍ଦୋଳନ ତୀଵ୍ରରୂପ ନେଇଥିଲା, ବିଭିନ୍ନ ଛାତ୍ର ସଂଗଠନ ର ଛାତ୍ର ନେତା ଆମରଣ ଅନଶନ ରେ ବସିଲେ, ଛାତ୍ର ମାନେ ଦାବି ରଖିଥିଲେ –

– JSSC -CGL ପରୀକ୍ଷାକୁ ରଦ୍ଧ କରାଯାଉ,
– ପରୀକ୍ଷା ପ୍ରଣାଳୀ ରେ ସୁଧାର ଆଣି ପାରଦର୍ଶିତା ଅଣାଯାଉ
– ଭ୍ରଷ୍ଟାଚାରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ
– ୨୦୧୪ ରୁ ହୋଇଥିବା ସମସ୍ତ ପରୀକ୍ଷା କୁ CBI ଯାଞ୍ଚ କରାଯାଉ , କିନ୍ତୁ ସରକାର ଏଠାରେ CID ଯାଞ୍ଚ ଠିକ ଭାବରେ ହେବ ବୋଲି କହିଛନ୍ତି l
– ଅବସରପ୍ରାପ୍ତ ଜଜ ଙ୍କ ଉପସ୍ଥିତି ରେ ସମସ୍ତ ଯାଞ୍ଚ ହେବା ଜରୁରୀ

ଛାତ୍ରଙ୍କ ଦାବି ପୂରଣ ହେବା ପରେ ଛାତ୍ର ନେତା ମହାତୋ କହିଛନ୍ତି ‘ସରକାର ଏତେବଡ଼ ନିଷ୍ପତି ନେଇଥିବାରୁ ଆମେ କୃତଜ୍ଞ, ଗୋଟିଏ ପରୀକ୍ଷାକୁ ରଦ୍ଧ କରିବା ସହଜ କାମ ନୁହେଁ, କାହିଁକିନା ଭର୍ତି ପ୍ରକ୍ରିୟା ଯାଏନିଙ୍ଗ ଷ୍ଟେଜ ପର୍ଯ୍ୟନ୍ତ ପହଂଚି ସାରିଛି ,  ଛାତ୍ରମାନେ ଚାହୁଁଥିଲେ CBI ଯାଞ୍ଚ ହେଉ, ତେଣୁ କିଛି ଛାତ୍ର ଅସନ୍ତୁଷ୍ଟ ଅଛନ୍ତି ‘ l

କିଛିଦିନ ପୂର୍ବରୁ NEET ପେପର ଲିକ ଘଟଣାରେ ଦିଲ୍ଲୀ ର ଜନ୍ତର ମନ୍ତର ଠାରେ ଦେଶର ସମସ୍ତ ରାଜ୍ୟରୁ ଛାତ୍ରମାନେ ଆନ୍ଦୋଳନ କରିଥିଲେ, ଯେଉଁଥିରେ ଛାତ୍ରମାନଙ୍କର ଦାବି ରହିଥିଲା ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା, NEET ପେପର ଦୁର୍ନୀତି ର CBI ଯାଞ୍ଚ, ପ୍ରଦର୍ଶନକାରୀ ଙ୍କ ବିରୁଦ୍ଧରେ FIR ଫେରାଇନେବା, ଆତ୍ମହତ୍ୟା କରିଥିବା ଛାତ୍ର ମାନଙ୍କ ପରିବାର କୁ ୧ କୋଟି ଲେଖାଏଁ ସହାୟତା ରାଶି ଦିଆଯାଉ, ପରୀକ୍ଷା ପ୍ରଣାଳୀ ରେ ସୁଧାର ଆଣିବା ଜରୁରୀ l ୩୬ ଦିନ ପରେ କେନ୍ଦ୍ର ସରକାର ଛାତ୍ର ମାନଙ୍କ ସମସ୍ତ ଦାବି କୁ ମାନି ନେଇଥିଲେ l

ଏତେ ବର୍ଷର ଶାସନ ଭିତରେ ଏହା ମୋଦି ସରକାରଙ୍କ ପାଇଁ ଗୋଟିଏ ବଡ଼ ଚ୍ୟାଲେଞ୍ଜ ଥିଲା, ସରକାର ପ୍ରଦର୍ଶନକାରୀ ଙ୍କ କଥାକୁ ମାନି ଯିବା ହଠାତ ଘଟି ଯାଇଥିବା କୌଣସି ଘଟଣା ନୁହେ, ବୁଝି ସୁଝି ପ୍ରସ୍ତୁତ ହୋଇଥିବା ଏହା ଗୋଟିଏ ରଣନୀତି ଅଟେ l ସମୀକ୍ଷକଙ୍କ ମତରେ ଏହା ପଛରେ ରହିଛି ବିଶେଷ ୫ଟି କାରଣ l

୧ରେ – CJP ଆନ୍ଦୋଳନ ରେ ଚଲୋ ସଂସଦ ଡ଼ାକରାରେ ହଜାର ହଜାର ଯୁବକ ପୋଲିସ ର ଲାଠି ମଡ଼ାକୁ ଖାତିର ନକରି ଆନ୍ଦୋଳନ ଜାରି ରଖିଥିଲେ, ସମୀକ୍ଷକ ଙ୍କ ମତରେ ଯୁବକମାନେ ପ୍ରମାଣ କରିଦେଲେ ଯେ ଯଦି ସାହସ ଓ ବିଶ୍ୱାସର ସହିତ ଠିଆ ହେବ ତେବେ ନିଶ୍ଚିନ୍ତ ସରକାର ମୁଣ୍ଡ ନୁଆଁଇବେ l

୨ରେ – ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜୀବନୀ ଲେଖୁଥିବା ବିସ୍ଲେସଜ୍ଞ ନୀଳାଞ୍ଜନ ମୁଖୋପାଧ୍ୟାୟ କହିଛନ୍ତି ଯେ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ବ୍ରାଣ୍ଡ ମୋଦି ଙ୍କ ପାଇଁ ବଡ଼ ଝଟକା ଥିଲା, ଏବଂ ୨୫ ବର୍ଷ ଧରି ତିଆରି ହୋଇଥିବା ବ୍ରାଣ୍ଡ କୁ ବଡ଼ ଝଟକା ମିଳିଥିଲା , ଏହା ମୋଦି ବ୍ରାଣ୍ଡ ଉପରେ ସବୁଠୁ ବଡ଼ ଆକ୍ରମଣ ବୋଲି ମୁଖପାଧ୍ୟାୟ କହିଥିଲେ l

୩ରେ =- ସରକାର ଙ୍କ ପଛରେ ଖାଲି ଯୁବକ ନୁହନ୍ତି, ଅନଲାଇନ ବି ପଛରେ ପଡିଗଲା, ଏକ୍ସପର୍ଟ ଙ୍କ ମତରେ ଏହି ଆନ୍ଦୋଳନ ଦେଖାଇ ଦେଲା ଯେ ଡିଜିଟାଲ ମାଧ୍ୟମରେ ସ୍ଥିତି ଦ୍ରୁତ ବେଗରେ ବଦଳୁଛି, ବିଜେପି ଆଉ ଆଗ ଭଳି ଅନଲାଇନ ମାଧ୍ୟମ ଉପରେ ଚାପ ରଖିପାରିବ ନାହିଁ, ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆର ସ୍ତିତି କୁ ଦେଖି ନିଜ ରଣନୀତି ପରିବର୍ତ୍ତନ କରି ସେଲଫି ଭିଡିଓ ପକାଇବାକୁ ବାଧ୍ୟ ହେଲେ l

୪ରେ – ସରକାର ଏହା ମାପି ନେଲେ ଯେ ଆନ୍ଦୋଳନ କୁ ବଢିବାକୁ ଦେବା ଜାଗାରେ ନଇଁ ଯିବା ଭଲ, ଯେପରି ଧୀରେ ଧୀରେ ଆନ୍ଦୋଳନ ତୀବ୍ର ରୂପ ନେଲା ସରକାର ଭାବିନେଲେ ଏହା ବୋଧହୁଏ ମୋଦି ସରକାର ପ୍ରତି ଗୋଟିଏ ବଡ଼ ଚ୍ୟାଲେଞ୍ଜ ହୋଇପାରେ l

୫ରେ – ଆନ୍ଦୋଳନର ସମୟ ମଧ୍ୟ ଏଭଳି ସ୍ଥିତିରେ ଥିଲା ଯେତେବେଳେ ୨୦୨୭ ରେ ପଞ୍ଜାବ, ଗୁଜୁରାଟ ଓ ଉତ୍ତରପ୍ରଦେଶ ସମେତ ୭ଟି ରାଜ୍ୟରେ ବିଧାନସଭା ମତଦାନ ହେବାକୁ ଅଛି, ଯାହା ବିଜେପି ର ସ୍ଥିତିକୁ ଟଳମଳ କରିପାରେ l

Nalco
Leave A Reply