ପାକିସ୍ଥାନ ସରକାରଙ୍କର ହଜ ଯାତ୍ରୀଙ୍କୁ କଡା ଚେତାବନୀ : ହଜ ଯାତ୍ରାରେ ଯାଇ ସାଉଦି ଆରବରେ ଭିକ ମାଗିଲେ ମିଳିବ କଠୋର ଦଣ୍ଡ
ପାକିସ୍ଥାନ ସରକାର ନିଜ ଦେଶର ହଜ ଯାତ୍ରୀଙ୍କ ପାଇଁ କଠିନ ଆଡ଼ଭାଇଜୋରି ଜାରି କରିଛନ୍ତି, ଏହି ଆଡଭାଇଜୋରି ରେ ପାକିସ୍ଥାନ ନାଗରିକଙ୍କୁ ଚେତାବନୀ ଦିଆଯାଇଛି ଯେ ଦୟାକରି ଦେଶର ନାମକୁ ଯାଇ ହଜ ଯାତ୍ରାରେ ବଦନାମ କରିବ ନାହିଁ, ଯଦି ତୁମେ ହଜ କିମ୍ବା ଉମରାହ କରିବାକୁ ଯାଉଛ ତେବେ ଦେଶର ସମ୍ମାନ କୁ ଧ୍ୟାନ ରଖିବ, ପାକିସ୍ଥାନ ବିଦେଶ ମନ୍ତ୍ରଣାଳୟ ପାକିସ୍ଥାନ ହଜ ଯାତ୍ରୀଙ୍କୁ ସାଉଦି ଆରବରେ ଭିସା ନିୟମ କୁ ପାଳନ କରିବା ପାଇଁ ଚେତାବନୀ ଦିଆଯାଇଛି, ଏବଂ ଏଥିରେ କୁହାଯାଇଛି ଯେ ସାଉଦି ଆରବରେ ଭିକ୍ଷା ବୃତି କରିବ ନାହିଁ କିମ୍ବା ଲୋକଙ୍କୁ ମାଗି କୌଣସି ଫଣ୍ଡ ସଂଗ୍ରହ କରିବ ନାହିଁ, ଯଦି ଏଭଳି କିଛି କଲ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l
ସାଉଦି ଆରବ ସ୍ଥିତ ପାକିସ୍ଥାନ ଦୂତାବାସ ପକ୍ଷରୁ ଉମରାହ ପାଇଁ ସାଉଦି ଆରବ ଯାଉଥିବା ଯାତ୍ରୀ ମାନଙ୍କୁ କୁହାଯାଇଛି ଯେ ପାକିସ୍ଥାନ ନାଗରିକ ସାଉଦି ଅରବାର ନିୟମ ଓ ଭିସା ରେ ରହିଥିବା ସର୍ତ୍ତକୁ ପାଳନ କରିବାକୁ ବାଧ୍ୟ, ଯଦି ନିୟମ ଭାଙ୍ଗିବେ ତେବେ ତୁରନ୍ତ ଗିରଫ କରାଯିବ ଏବଂ କଠୋର ଦଣ୍ଡ ଦିଆଯିବ l କେବଳ ଏହି ନିୟମ ହଜ ଯାତ୍ରୀ କିମ୍ବା ଉମରାହ ପାଇଁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ସାଉଦି ଆରବରେ ଲାଗୁ ହୋଇନାହିଁ, ବିଭିନ୍ନ ସ୍ଥାନରେ ଚାକିରୀ କରୁଥିବା ଏବଂ ବାଣିଜ୍ୟ ଉଦେଶ୍ୟ ରେ ଯାଉଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ସମାନ ନିୟମ ଲାଗୁ ହୋଇଛି l
ଏହାଛଡା ଆଡଭାଇଜୋରି ରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ ବିନା ନିର୍ଦେଶରେ ସ୍ଥାନୀୟ କୌଣସି ସେବା କୁ ବ୍ୟବହାର କରିପାରିବେ ନାହିଁ, ଏବଂ ଭିସାର ଅବଧି ସମାପ୍ତ ହେବା ମାତ୍ରକେ ସାଉଦି ଆରବ ରୁ ବାହାରି ଯାଆନ୍ତୁ, ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l
ନିକଟରେ ପାକିସ୍ଥାନ ଉଭୟ ସାଉଦି ଆରବ ଓ ତୁର୍କୀ ସହିତ ମିଶି ମକ୍କା ଡିଫେନ୍ସ ପ୍ୟାକ୍ଟ ରେ ହସ୍ତାକ୍ଷର କରିଛି, ଯେଉଁ କାରଣରୁ ସାଉଦି ସୀମାର ସମସ୍ତ ଦାୟିତ୍ୱ ପାକିସ୍ଥାନ ଏୟାରଫୋର୍ସ ସମ୍ଭଳିଛି, ମିଡିଲ ଇଷ୍ଟ ର ଗୋଟିଏ ରିପୋର୍ଟ ଅନୁସାରେ ସାଉଦି ରେ ପାଖାପାଖି ୮ହଜାର ପାକିସ୍ଥାନୀ ସେନା ମୁତୟନ ହୋଇଛନ୍ତି, ତେଣୁ ପାକିସ୍ଥାନ ସରକାର ଚାହୁଁ ନାହାନ୍ତି ଯେ କୌଣସି ପାକିସ୍ଥାନୀ କିଛି ଖରାପ କାର୍ଯ୍ୟରେ ସମ୍ପୃକ୍ତ ରହି ଦେଶର ନାମ କୁ ବଦନାମ କରନ୍ତୁ ଏବଂ ଉଭୟ ଦେଶର ସମ୍ପର୍କ ଖରାପ ହେଉ l
ପାକିସ୍ଥାନ ଖବର କାଗଜ ଡନ ର ତଥ୍ୟ ଅନୁସାରେ ପାକିସ୍ଥାନ ସରକାର ୨ ହଜାର ଯାତ୍ରୀଙ୍କର ଭିସା ରଦ୍ଧ କରିଛନ୍ତି ଯେଉଁମାନେ ସାଉଦି ଆରବ, ଇରାକ ଓ ଇରାନ ଭଳି ଦେଶରେ ଧାର୍ମିକ ଯାତ୍ରା ବାହାନାରେ ଭିକ ମାଗିଥିବାର ଆରୋପ ଲାଗିଥିଲା, ଏହି ବ୍ୟକ୍ତି ମାନଙ୍କର ପାସପୋର୍ଟ ୭ବର୍ଷ ପାଇଁ ରଦ୍ଧ କରିଦିଆଯାଇଛି l ଆଜି ମଧ୍ୟ ଇରାକ, ଇରାନ ଓ ସାଉଦି ଆରବର ଜେଲ ଗୁଡିକରେ ପାକିସ୍ଥାନ ଭିକାରୀ ଗିରଫ ହୋଇ ଦୀର୍ଘ ଦିନରୁ ରହିଛନ୍ତି l
