ମିଳିଥିବା ତଥ୍ୟ ଅନୁସାରେ ଚେଂଗଡୁ ର ଗୋଟିଏ ବଡ ସରକାରୀ ଡାକ୍ତରଖାନା ରେ ଜାତୀୟ ଓ ଧାର୍ମିକ କାର୍ଯ୍ୟ ର ନିୟମିତ ସମୀକ୍ଷା ନାମରେ ଗୋଟିଏ ସର୍ଭେ କରାଯାଇଛି, ଏହି ସର୍ଭେ ରେ ସ୍ଥାନୀୟ ଷ୍ଟାଫ ଙ୍କ ସହିତ ଅସ୍ଥାୟୀ କର୍ମଚାରୀ ଙ୍କୁ ସାମିଲ କରାଯାଇଥିଲା l ଏବଂ ଯେଉଁ ମାନଙ୍କୁ ନିଜ ଧର୍ମକୁ ନେଇ କୌଣସି ତଥ୍ୟ ନ ଲୁଚାଇବା ପାଇଁ କଡା ନିର୍ଦେଶ ଦିଆଯାଇଥିଲା l ନିୟମ ଅନୁସାରେ ଯେଉଁ ମାନଙ୍କର କୌଣସି ଧାର୍ମିକ ବିଶ୍ୱାସ ନାହିଁ ସେମାନେ ତାହାକୁ ମଧ୍ୟ ଜଣାଇ ପାରିବେ ବୋଲି କୁହାଯାଇଛି l ଚିନି କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କୁହାଯାଇଛି ଯେ ନିଜର ଧାର୍ମିକ ତଥ୍ୟ ଲୁଚାଇବା ଦ୍ୱାରା ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି l
ମିଳିଥିବା ସୂଚନା ଅନୁସାରେ ନୂଆ ଶିକ୍ଷା ବର୍ଷରେ ପିଲା ମାନଙ୍କର ଆଡ଼ମିସନ ପୂର୍ବରୁ ଛାତ୍ରଛାତ୍ରୀ ଓ ତାଙ୍କ ପିତାମାତା ଙ୍କର ଧାର୍ମିକ ପୃଷ୍ଠଭୂମି ଦର୍ଶାଇବା ଜରୁରୀ ଅଟେ ଏବଂ ସରକାରଙ୍କ ପକ୍ଷରୁ ତାହାକୁ ଯାଞ୍ଚ ମଧ୍ୟ କରାଯିବ ଓ ଏହାପରେ ଛାତ୍ରଛାତ୍ରୀ ଙ୍କୁ ବିଦ୍ୟାଳୟ ରେ ଆଡ଼ମିସନ ମିଳିବ ବୋଲି ମଧ୍ୟ କୁହାଯାଇଛି l ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଙ୍କ ମଧ୍ୟ ଭୟ ରହିଛି l
କାହିଁକି ଶୀ ଜିନପିଙ୍ଗ ନେଲେ ଏଭଳି ପଦକ୍ଷେପ ?
ଚୀନ ରେ ଧାର୍ମିକ ଯାଞ୍ଚ କଡାକଡି ହେବାର ମୁଖ୍ୟ କରଣ ହେଲା ଦେଶରେ ଶାସନ କରୁଥିବା ଚିନି କମ୍ୟୁନିଷ୍ଟ ପାର୍ଟି ଦ୍ୱାରା ନିଜର ରାଜନୈତିକ ସ୍ଥିତି କୁ ସୁଦୃଢ଼ ରଖିବା ଓ ସମାଜ ଉପରେ ସମ୍ପୂର୍ଣ ନିୟନ୍ତ୍ରଣ ରଖିବା ହେଉଛି ମୁଖ୍ୟ ଉଦେଶ୍ୟ l
* ଧର୍ମର ଚୀନୀ କରଣ –
ରାଷ୍ଟ୍ରପତି ଶୀ ଜିନପିଙ୍ଗ ଙ୍କ ଚିନ୍ତାଧାରା ରହିଛି ଯେ ସମସ୍ତ ଧର୍ମ ର ଚିନି ସଂସ୍କୃତି , କାନୁନ ଓ କମ୍ୟୁନିଷ୍ଟ ପାର୍ଟି ର ବିଚାରଧାରା ଅନୁସାରେ ହେବା ଆବଶ୍ୟକ l ଏବଂ ସରକାରଙ୍କ ହିସାବ ରେ ଧାର୍ମିକ ସ୍ଥଳ ଗୁଡିକର ପରିବର୍ତ୍ତନ ହୋଇପାରିବ l ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଚିନି କମ୍ୟୁନିଷ୍ଟ ପାର୍ଟି ନାସ୍ତିକ ଅଟେ, ସରକାର ଭାବୁଛନ୍ତି ଯେ ଯଦି ଅନ୍ୟ ଧର୍ମ ପ୍ରତି ଆସ୍ଥା ରହିବ ତେବେ କମ୍ୟୁନିଷ୍ଟ ପାର୍ଟି ପ୍ରତି କେହି ସଚୋଟ ହେବେ ନାହିଁ l
* ବିଦେଶ ପ୍ରଭାବର ରହିଛି ଭୟ –
ଚୀନ ସରକାରଙ୍କୁ ବିଶେଷ ଭାବରେ ଈସାଈ ଧର୍ମ ଓ ଇସ୍ଲାମ ଧର୍ମ କୁ ଭୟ ରହିଛି , ତାଙ୍କର ଚିନ୍ତା ରହିଛି ଯେ ଧର୍ମ ମାଧ୍ୟମରେ ବିଦେଶୀ ଶକ୍ତି ଚୀନ ର ଅନ୍ତରୀଣ ମାମଲା ରେ ଦଖଲ ଦେଇପାରେ, କିମ୍ବା ସରକାର ଙ୍କ ପ୍ରତି ଅସନ୍ତୋଷ ରଖିପାରେ l ଚୀନ ରେ ସରକାରଙ୍କ ଦ୍ୱାରା ୫ଟି ଧର୍ମ ସୀମିତ ରହିଛି, ବୌଦ୍ଧ ଧର୍ମ, ତାଓ ଧର୍ମ, ଇସ୍ଲାମ ଧର୍ମ, ପ୍ରୋଟେଷ୍ଟେଣ୍ଟ ଓ କ୍ୟାଥୋଲିକ ଧର୍ମ l ଯେଉଁ ବ୍ୟକ୍ତି ମାନେ ସରକାରଙ୍କର ବିନା ସହମତି ରେ କୌଣସି ପ୍ରାର୍ଥନା ସଭା କରୁଛନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି l
* ଇଣ୍ଟରନେଟ ଓ ଯୁବକ ମାନଙ୍କ ଉପରେ ନିୟନ୍ତ୍ରଣ –
ନୂଆ ନିୟମ ଅନୁସାରେ ୧୮ ବର୍ଷରୁ କମ ଆୟୁର ପିଲା ମାନଙ୍କୁ କୌଣସି ଧାର୍ମିକ ଗତିବିଧି ସାମିଲ ହେବା ଉପରେ ଲାଗିବ ତାଲା, ଏହାଛଡା ସୋସିଆଲ ମିଡ଼ିଆ କିମ୍ବା ଅନଲାଇନ ପ୍ଲାଟଫର୍ମ ରେ ସରକାର ଙ୍କର ବିନା ମଞ୍ଜୁରୀ ରେ ଧାର୍ମିକ ପ୍ରଚର କିମ୍ବା ଲାଇଭ ସ୍ତୃମିଙ୍ଗ କରିବା ଉପରେ ଲାଗିବ ପ୍ରତିବନ୍ଧକ l
