Odisha news

ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରକୁ ସ୍ୱାଭାବିକ କରିବାକୁ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କେନ୍ଦ୍ର ସହ ଆଲୋଚନା

0

ଭୁବନେଶ୍ୱର : ୧୧ ଅପ୍ରେଲ୍‍,୨୦୨୦ :ବିଶ୍ୱବ୍ୟାପୀ କରୋନାଜନିତ ଭୟାବହତାକୁ ନେଇ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
ଜଗତ ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଯୋଗୁଁ ଏ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛିା ଏ ନେଇ ଆଜି ଶକ୍ତି, ଶିଳ୍ପ , ଏମଏ୍‍ ସ୍‍ଏମ୍‍ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟ ଶଙ୍କ ର ମିଶ୍ର କେନ୍ଦ୍ର ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ସଦାନନ୍ଦ ଗୌଡ଼ା ଏବଂ ଇସ୍ପାତ୍‍ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଫଗନ୍‍ ସିଂ କୁଲସ୍ତେଙ୍କ ସହ ଫୋନ୍‍ରେ ଆଲୋଚନା କରିଛନ୍ତିା ରାଜ୍ୟରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ର କରୋନା ଯୋଗୁଁ ଜାରି ହୋଇଥିବା ଲକ୍‍ ଡାଉନ୍‍ ପାଇଁ ବିଶେଷ ପ୍ରଭାବିତ ହୋଇଛିା ଶ୍ରମିକମାନେ ତାଙ୍କର ବେଉସା ହରାଇ ହାତ ବାନ୍ଧି ବସିବାକୁ ବାଧ୍ୟ
ହୋଇଛନ୍ତିା ଶ୍ରମଜୀବୀମାନେ ବେରୋଜଗାର ହୋଇଥିବା ଯୋଗୁଁ ଏହି କ୍ଷେତ୍ରରେ ଜୀବିକା ଉପାର୍ଜନ କରୁଥିବା ବୃହତ୍‍ ବର୍ଗଙ୍କ ଅର୍ଥନୀତି ଧ୍ୱସ୍ତ ହୋଇଯାଇଛିା କରୋନା ପରେ ଅବସ୍ଥା ସ୍ୱାଭାବିକ ହେଲେ ଏହି କ୍ଷେତ୍ରକୁ କିପରି ପୁଣିଥରେ ସଚଳ କରାଯାଇ ପାରିବ ସେଥିପାଇଁ କେନ୍ଦ୍ରୀୟ ସହଯୋଗର ସୁଯୋଗ ସୃଷ୍ଟି କରିବାକୁ ମନ୍ତ୍ରୀ ଶ୍ରୀ ମିଶ୍ର କେନ୍ଦ୍ର ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲୋ ଦେଶର ଅର୍ଥନୀତିରେ
ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରର ଯୋଗଦାନର ଅଧିକ ଗୁରୁତ୍ୱ ରହିଛିା ତେଣୁ ରାଜ୍ୟ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରକୁ ସ୍ୱାଭାବିକ ଅବସ୍ଥାକୁ ଫେରେଇ ଆଣିବାକୁ ସେ ସ୍ୱତନ୍ତ୍ର ପ୍ୟାକେଜ୍‍ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ରଖିଥିବା ପ୍ରେସ୍‍କୁ ଜଣାଇଛନ୍ତିା

Leave A Reply