କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂହ, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ, ଜାତୀୟ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାର ମିଶନ ନିର୍ଦ୍ଦେଶକ ଶ୍ରୀମତୀ ଶାଳିିନୀ ପଣ୍ଡିତ ଆଜି ରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ଭୁବନେଶ୍ୱର : ୧୧ ଅପ୍ରେଲ,୨୦୨୦ : ଓଡ଼ିଶା ରାଜ୍ୟରେ କୋଭିଡ୍-୧୯ ହସ୍ପିଟାଲ୍ର ସଂଖ୍ୟା ବୃଦ୍ଧି ଦିଗରେ ଜଗତସିଂହପୁରଠାରେ ଏକ ଉତ୍ସର୍ଗୀକୃତ କୋଭିଡ୍-୧୯ ହସପିଟାଲ୍ ପ୍ରତିଷ୍ଠା ନିମନ୍ତେ ଜିଲ୍ଲାପାଳ, ଜଗତସିଂହପୁର, ସିଡିଏମ୍ଓ, ଜଗତସିଂହପୁର ଏବଂ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷଙ୍କ ମଧ୍ୟରେ ତି୍ରପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛିିା ଏହି ହସ୍ପିଟାଲ୍ ଚଳିତ ମାସ ୧୩ ତାରିଖରୁ କାର୍ଯ୍ୟକ୍ଷମ ହେବା
କୋଭିଡ୍-୧୯ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ୫୦ ଜଣ ରୋଗୀଙ୍କ ମଧ୍ୟରୁ ୧୨ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତିା
ଆଞ୍ଚଳିକ ଭେଷଜ ଗବେଷଣା ପରିଷଦ (ଆର୍ଏମ୍ଆର୍ସି)କୁ ଉଚ୍ଚଶକ୍ତିସଂପନ୍ନ କୋବାସ୍ ଯନ୍ତ୍ର ଆସିବା ଫଳରେ କୋଭିଡ୍-୧୯ ପରୀକ୍ଷଣ କ୍ଷମତା ବୃଦ୍ଧି ପାଇଛିା ଏମ୍କେସିଜି ମେଡିକାଲ୍ କଲେଜ୍ (ବ୍ରହ୍ମପୁର) ଓ ଆଇଜିଏଚ୍ (ରାଉରକେଲା) ମଧ୍ୟ କୋଭିଡ୍-୧୯ ପରୀକ୍ଷଣ କରିବୋ ଭୁବନେଶ୍ୱରସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ ମଧ୍ୟ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗରୁ କୋଭିଡ୍-୧୯ ପରୀକ୍ଷା ପାଇଁ ଅନୁମତି ପାଇଛି ଓ ଖୁବ୍ ଶୀଘ୍ର ଏହା ପରୀକ୍ଷଣ ଆରମ୍ଭ କରିବା
ସରକାରୀ ସ୍ୱାସ୍ଥ୍ୟାନୁଷ୍ଠାନମାନଙ୍କରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ବ୍ୟବହାର ନିମନ୍ତେ ସାନିଟାଇଜର, ତିନିପ୍ରସ୍ତ ବିଶିଷ୍ଟ ସର୍ଜିକାଲ୍ ମାସ୍କ, ଏନ୍-୯୫ ମାସ୍କ ଓ ଅନ୍ୟାନ୍ୟ ସୁରକ୍ଷା ଉପକରଣମାନ ଯଥେଷ୍ଟ ପରିମାଣରେ ମହଜୁଦ ରହିଛିା
କୋଭିଡ୍-୧୯ ପ୍ରତିରୋଧ ନିମନ୍ତେ ନିୟୋଜିତ ଡାକ୍ତର ତଥା ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ତାଲିମକୁ ଦୃଢ଼ୀଭୂତ କରାଯାଇଛିା ଏସ୍ସିବି (କଟକ)ର ୪୧୬ ଜଣ ଓ ଏମ୍କେସିଜି (ବ୍ରହ୍ମପୁର)ର ୭୨ ଜଣ ଅଧ୍ୟାପକ ତଥା କର୍ମଚାରୀଙ୍କୁ କୋଭିଡ୍-୧୯ କି୍ରଟିକାଲ୍ କେୟାର ତାଲିମ ଦିଆଯାଇଥିବାବେଳେ ଆୟୁଷ ନିର୍ଦ୍ଦେଶାଳୟର ପ୍ରାୟ ୧୬୦୦ ସ୍ୱାସ୍ଥ୍ୟାଧିକାରୀ ଓ କର୍ମଚାରୀ ଏହି ତାଲିମ ନେଇଛନ୍ତିା ରାଜ୍ୟର ୪ଟି ଦନ୍ତ ଚିକିତ୍ସା ମହାବିଦ୍ୟାଳୟର ଅଧ୍ୟାପକ ତଥା ତୃତୀୟ ଓ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ମିଶାଇ ୯୦୬ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛିା ଅନୁରୂପ ଭାବରେ ଅପ୍ରେଲ ୧୦ ତାରିଖ ସୁଦ୍ଧା ୧,୧୭,୨୭୯ ଜଣ ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ କୋଭିଡ୍-୧୯ ସଂପର୍କିତ ମୌଳିକ ତାଲିମ ପ୍ରଦାନ କରାଯାଇଛିା କୋଭିଡ୍ ହସ୍ପିଟାଲ୍ଗୁଡ଼ିକରେ କାର୍ଯ୍ୟରତ ଚିକିତ୍ସାଧିକାରୀ ଏବଂ ନର୍ସମାନଙ୍କ ପାଇଁ ସ୍ୱତନ୍ତ୍ର ଜୁମ୍ ଟ୍ରେନିଂ ପ୍ରଦାନ କରାଯାଉଛିା
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କୁ ୧୫୦୦ ଟଙ୍କାର ସହାୟତା ରାଶି ଘରକୁ ଘର ବଣ୍ଟନ କରାଯାଉଛିା ଏଥି ପାଇଁ କୌଣସି ଦରଖାସ୍ତ ଦେବା ଦରକାର ନାହିଁ ବୋଲି ରାଜ୍ୟ ଶ୍ରମ ଆୟୁକ୍ତ ସ୍ପଷ୍ଟ କରିଛନ୍ତିା ହିତାଧିକାରୀଙ୍କୁ କୌଣସି ଦଲାଲ ବା ମଧ୍ୟସ୍ତି ଶୋଷଣ କରୁଥିଲେସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଥାନା ଓ ପ୍ରଶାସନଠାରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛିା
କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡ଼ିକ ସଂପର୍କରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କୁ ସଂପୃକ୍ତ କରିବା ଉଦ୍ଦେଶ୍ୟରେ ଗତ ମାର୍ଚ୍ଚ ୧୯, ୨୦ ଓ ୨୧ ତାରିଖରେ ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲ୍ଲା ପରିଷଦର ସଦସ୍ୟମାନଙ୍କ ପାଇଁ ସଚେତନତା ସଭା କରାଯାଇଛିା
କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧,୬୨,୧୪୨ ଶଯ୍ୟାବିଶିଷ୍ଟ ମୋଟ ୬୯୩୯ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା
ଗ୍ରାମ ପଞ୍ଚାୟତ ପା=ିରୁ କୋଭିଡ୍-୧୯ ସ୍ୱତନ୍ତ୍ର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତି ପାଇଁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛିା ପ୍ରତ୍ୟେକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ମୌଳିକ ସୁବିଧାସୁଯୋଗ ଏବଂ ପରିମଳ ବ୍ୟବସ୍ଥା ସହ ପ୍ରସ୍ତୁତ ରହିବା ନିମନ୍ତେ ଯଥାକ୍ରମେ ୧୦ ଲକ୍ଷ ଟଙ୍କା ଏବଂ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛିା
ସମସ୍ତ ଗ୍ରାମ ପଞ୍ଚାୟତରେ ଯୋଗ୍ୟ ହିତାଧିକାରୀମାନଙ୍କୁ ସାମାଜିକ ସୁରକ୍ଷା ପେନ୍ସନ୍, ରାସନ୍ ସାମଗ୍ରୀ ଓ ସ୍ୱତନ୍ତ୍ର ଖାଦ୍ୟ ସୁରକ୍ଷା ଭତ୍ତା ବଣ୍ଟନ କରାଯାଇଛିା
ସାମାଜିକ ଦୂରତ୍ୱ ପାଳନ କରି ୬୯୯୬ଟି ସ୍ୱୟଂ ସହାୟକ ଗୋଷ୍ଠୀ ମାର୍ଚ୍ଚ ୨୯ ତାରିଖରୁ ନିରନ୍ତର ଭାବରେ ରନ୍ଧାଖାଦ୍ୟ ପ୍ରସ୍ତୁତିରେ ନିୟୋଜିତ ହୋଇ ଅପ୍ରେଲ୍ ୧୦ ତାରିଖ ସୁଦ୍ଧା ୩୫,୦୮,୦୯୬ ଜଣଙ୍କୁ ବିନାମୂଲ୍ୟରେ ରନ୍ଧାଖାଦ୍ୟ ଯୋଗାଇ ଦେଇଛନ୍ତିା
ଓଡ଼ିଶାର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବାହାର ରାଜ୍ୟର ପ୍ରାୟ ୭୭,୦୦୦ ଅତିଥି ଶ୍ରମଜୀବୀଙ୍କୁ ୨୫୩୨ ଟି ଶିବିର ଜରିଆରେ ଖାଇବା ଓ ରହିବା ସୁବିଧା ସହିତ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛିା ଏହି ସବୁ ଅତିଥି ଶ୍ରମଜୀବୀମାନେ ଦେଶର ଅନ୍ୟାନ୍ୟ ରାଜ୍ୟରୁ ଆସି ଓଡ଼ିଶାର ବିଭିନ୍ନ ସ୍ଥାନରେ ରହିଛନ୍ତିା ଅଭିଯୋଗ ଗ୍ରହଣ ପାଇଁ ଶ୍ରମଜୀବୀ ସହାୟତା କଲ୍ ସେଣ୍ଟର ଟୋଲ୍ ଫି୍ର ନଂ-୧୮୦୦୩୪୫୬୭୦୩ ଜାରି କରାଯାଇଛିା
ଆଜି ରାଜ୍ୟର ୫୪୩୩ ଗ୍ରାମ ପଞ୍ଚାୟତରେ ୩,୩୫,୬୬୨ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୧୪ଟି ପୌରାଞ୍ଚଳରେ ୩୩,୬୪୫ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପ୍ରେଲ ୧୦ରୁ ଅପ୍ରେଲ ୧୧ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୭୦ଟି ମାମଲା ଦାୟର
କରାଯାଇଛିା ସେଥିରୁ ୧୬୩ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୪ଟି ଗୁଜବ ସୃଷ୍ଟି ପାଇଁ ଓ ୩ଟି କୋଭିଡ୍-୧୯ ସଂପୃକ୍ତ ନିୟମାବଳୀ ଉଲ୍ଲଂଘନ ପାଇଁ ଅନ୍ତର୍ଭୁକ୍ତା ବିଭିନ୍ନ ଅଭିଯୋଗରେ ୧୦୦ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛିା
ବର୍ତ୍ତମାନ ସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୬୭ ଜଣଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛିା
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଆଜି ସକାଳ ୯ଟା ସୁଦ୍ଧା ଓଡ଼ିଶାରେ ୩୫୪୭ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ
ପଠାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୫୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ତନ୍ମଧ୍ୟରୁ ୧୨ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତିା
ଗତକାଲି ରାତିରେ ଚିହ୍ନଟ ହୋଇଥିବା ୨ ଜଣ କୋଭିଡ୍ ଆକ୍ରାନ୍ତ(୪୯ ଓ ୫୦ ନମ୍ବର) ପୂର୍ବରୁ ମଧୁସୂଦନ ନଗର,ୟୁନିଟ-୪ ରୁ ଚିହ୍ନଟ ହୋଇଥିବା ରୋଗୀଙ୍କର ନିକଟ ସଂସ୍ପର୍ଶରେ ଆସିଥିଲୋ
ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଥିବାବେଳେ ୩୭ ଜଣ ଚିକିତ୍ସିତ ହେଉଛନ୍ତିା
ଆଜି ୧୩୩ ଜଣ କରୋନା ସନ୍ଦିU ବିଭିନ୍ନ ଚିକିତ୍ସାଳୟରେ ପୃଥକ୍ବାସରେ ଅଛନ୍ତିା